ETV Bharat / bharat

ସମାଧି ନେଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର, 3 ଦିନ ଧରି ରଖିଥିଲେ ଉପବାସ

Acharya Vidyasagar Took Samadhi: ସମାଧି ନେଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର । ଜୈନ ମୁନିଙ୍କ ଦେହତ୍ୟାଗରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 18, 2024, 12:02 PM IST

Acharya Vidyasagar Death
Acharya Vidyasagar Death

ରାୟପୁର: ଦେହତ୍ୟାଗ କଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର । ଜୈନ ସମ୍ପ୍ରଦାୟର 'ମହାବୀର' ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଗତକାଲି (ଶନିବାର) ବିଳମ୍ବିତ ରାତିରେ ସମାଧି ନେଇଛନ୍ତି । ସୂଚନା ଅନୁସାରେ, ସେ 3 ଦିନ ଧରି ଉପବାସ ବ୍ରତ ରଖିଥିଲେ । ସମାଧି ନେବା ପୂର୍ବରୁ 3 ଦିନ ଧରି ଅନ୍ନ ଜଳ ତ୍ୟାଗ କରି ଏଭଳି ବ୍ରତ ଅବଲମ୍ବନ କରିଥିବାବେଳେ ଶନିବାର ତାଙ୍କର ପରଲୋକ ହୋଇଛି । ଛତିଶଗଡ଼ର ଡୋଙ୍ଗରଗଡ଼ରେ ଦେହତ୍ୟାଗ କରିଛନ୍ତି ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର । ତାଙ୍କର ପରଲୋକକୁ ନେଇ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ଆଚାର୍ଯ୍ୟ ବିଦ୍ୟାସାଗରଙ୍କୁ ସାକ୍ଷାତ ସମୟର ଫଟୋ ସେୟାର କରିଛନ୍ତି ।

ଆଚାର୍ଯ୍ୟ ବିଦ୍ୟାସାଗର ଅନ୍ୟ ଜୈନ ମୁନିଙ୍କ ଉପସ୍ଥିତିରେ ସଂଘ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରୁ ନିଜକୁ ନିବୃତ୍ତ ନେଇ ଘୋଷଣା କରିଥିଲେ । ଏହାସହ ଆଚାର୍ଯ୍ୟ ପଦ ମଧ୍ୟ ତ୍ୟାଗ କରିଥିଲେ । ତେବେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ । ଛତିଶଗଡ଼ର ଡୋଙ୍ଗରଗଡ଼ ପର୍ବତ ଜୈନ ସମାଜର ପ୍ରମୁଖ ଧାର୍ମିକ ସ୍ଥଳ ହୋଇଥିବାବେଳେ ସେଠାରେ ସେ ରହିଆସୁଥିଲେ । ସେହି ସ୍ଥାନରେ ହିଁ ଜୈନ ମୁନି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ହୃଦଘାତରେ ଆଖି ବୁଜିଲେ 'ଉଡାନ' ଅଭିନେତ୍ରୀ କବିତା ଚୌଧୁରୀ

ଏହା ମଧ୍ୟ ପଢନ୍ତୁ...ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶତାଧିକ ମହିମା ସାଧୁ

ଏହା ମଧ୍ୟ ପଢନ୍ତୁ...ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା

ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗରଙ୍କୁ ସାକ୍ଷାତ କରିଥିଲେ । ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଡୋଙ୍ଗରଗଡ଼ ଗସ୍ତ କରିଥିଲେ ମୋଦି । ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଆଶୀର୍ବାଦ ନେଇଥିଲେ । ଏହି ସାକ୍ଷାତ ସମୟର ଫଟୋ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ । ଜୈନ ଶାସ୍ତ୍ର ଏବଂ ଦର୍ଶନ ଶାସ୍ତ୍ରର ଅଧ୍ୟୟନ କରିଆସୁଥିଲେ ଆଚାର୍ଯ୍ୟ ବିଦ୍ୟାସାଗର । ସଂସ୍କୃତ ସହ ଅନେକ ଭାଷାରେ ମଧ୍ୟ ତାଙ୍କର ଦକ୍ଷତା ରହିଥିଲା । ଏପରିକି ସେ ବିଭିନ୍ନ ଭାଷାରେ ଆଧ୍ୟାତ୍ମିକ ପୁସ୍ତକ ରଚନା କରିଛନ୍ତି । ନିରଞ୍ଜନ ଶତାକା, ବବନ ଶତାକା, ସୁନୀତି ଶତାକା ଭଳି ଜୈନ ସମ୍ପ୍ରଦାୟର ଆଧ୍ୟାତ୍ମିକ ପୁସ୍ତକ ସେ ରଚନା କରିଛନ୍ତି । ସେ 1946 ମସିହା ଅକ୍ଟୋବର 10 ତାରିଖରେ କର୍ଣ୍ଣାଟକର ସାଦାଲଗାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର 26 ବର୍ଷ ବୟସରେ ଆଚାର୍ଯ୍ୟ ହୋଇଥିବାବେଳେ 77 ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ଆଚାର୍ଯ୍ୟ ବିଦ୍ୟାସାଗର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.