ହାଇଦ୍ରାବାଦ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମାର୍ଚ୍ଚ 8 ତାରିଖରେ ସମଗ୍ର ବିଶ୍ବରେ ପାଳିତ ହୁଏ ଅନ୍ତର୍ଜାତୀୟ ମହିଳା ଦିବସ । ଭାରତୀୟ ସଂସ୍କୃତି କ୍ଷେତ୍ରରେ ମହିଳାମାନେ ଦେବୀଙ୍କ ସଦୃଶ ଅଟନ୍ତି । ମହିଳାଙ୍କୁ ଦେବୀ ଭଳି ପୂଜା କରାଯାଏ । ପୂର୍ବରୁ ମହିଳାମାନଙ୍କୁ ଘରର ଚାରିକାନ୍ଥ ମଧ୍ୟରେ ରଖାଯାଉଥିଲା । କିନ୍ତୁ ଆଜିର ସମୟରେ ମହିଳାମାନଙ୍କ ପ୍ରତି ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ପୁଅଙ୍କଠୁ ଦୁଇ ପାଦ ଆଗରେ ମହିଳା ।
ଆଜିର ଦିନରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଠାରେ ମହିଳାମାନେ ପହଞ୍ଚି ପାରିନାହାନ୍ତି । ସେମାନଙ୍କର ବଳିଦାନ, ସଂଘର୍ଷ ଏବଂ ତ୍ୟାଗର କାହାଣୀ ଲେଖି ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ । ଆଜିର ଦିନ ମହିଳାମାନଙ୍କ ପାଇଁ ଉତ୍ସର୍ଗୀକୃତ । ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ବିଶ୍ବବ୍ୟାପୀ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ।
ମାର୍ଚ୍ଚ 8 ତାରିଖ କାହିଁକି ମହିଳା ଦିବସ: ଆମେରିକାରେ କାର୍ଯ୍ୟ କରୁଥୁବା ମହିଳାମାନେ ସେମାନଙ୍କର ଅଧିକାର ପାଇଁ ମାର୍ଚ୍ଚ 8 ତାରିଖରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଆମେରିକାର ସମାଜବାଦୀ ପାର୍ଟି 1908 ମସିହାରେ ନ୍ୟୁୟର୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସମ୍ମାନିତ କରିବା ପାଇଁ ଏହି ଦିନକୁ ବାଛିଥିଲା । ଜାତିସଂଘ ପକ୍ଷରୁ 1975 ମସିହା ଠାରୁ ପ୍ରତିବର୍ଷ ଆଜିର ତାରିଖ ଅର୍ଥାତ ମାର୍ଚ୍ଚ 8କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । 1996ରେ ପ୍ରଥମ ଥର ଥିମକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: International Women's Day: ସିଏ ଅଦୃଶ୍ୟର 'ଦେବୀ', ପୂଜା ନୁହେଁ ଲୋଡେ ସମ୍ମାନ
ଆମେରିକା ସୋସିଆଲିଷ୍ଟ ପାର୍ଟି 1909 ମସିହାରେ ମହିଳାଙ୍କ ପାଇଁ ଫେବୃଆରୀ 28 ତାରିଖରେ ପ୍ରଥମ ମହିଳା ଦିବସ ପାଳନ କରିଥିଲେ । 1910 ଅନ୍ତର୍ଜାତୀୟ ସାମାଜବାଦୀ ମହିଳା ସମ୍ମିଳନୀରେ ପ୍ରତିବର୍ଷ ଗୋଟିଏ ଦିନ ମହିଳା ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଗଲା । ପରେ 1917 ମସିହାରେ ସୋଭିଏତ ଋଷରେ ମହିଳାଙ୍କ ଦ୍ୱାରା ମତାଧିକାର ହାସଲ କରିବା ପରେ ମାର୍ଚ୍ଚ 8 ତାରିଖକୁ ସେଠାରେ ରାଷ୍ଟ୍ରୀୟ ଛୁଟି ଘୋଷଣା କରାଗଲା । 1975ରେ ସଂଯୁକ୍ତ ରାଷ୍ଟ୍ର ଏହାକୁ ଗ୍ରହଣ କରିବା ପରେ ସମଗ୍ର ବିଶ୍ୱରେ ଏହି ଦିନକୁ ମହିଳା ଦିବସ ରୂପେ ପାଳନ କରାଯାଉଛି ।
ମହିଳା ଦିବସର ଥିମ: ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଥିମ ସହିତ ପାଳନ କରାଯାଏ । ଚଳିତବର୍ଷର ଥିମ ରହିଛି 'Inspire Inclusion' । ସମାଜରେ ସମସ୍ତଙ୍କୁ ସମାନ ଅଧିକାର ଏବଂ ସମ୍ମାନ ମିଳିବା ଉଚିତ ।
ଅନ୍ତର୍ଜାତୀୟ ମହିଳା ଦିବସର ମହତ୍ତ୍ବ: ଆଜି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପୁରୁଷମାନଙ୍କ ଭଳି ମହିଳାମାନଙ୍କୁ ସମାନ ସମ୍ମାନ ଦେବା ଏବଂ ସେମାନଙ୍କୁ ଅଧିକାର ଦେବା ପ୍ରତି ଅବଗତ କରାଇବା । ନାରୀମାନଙ୍କ ମନୋବଳକୁ ବଢାଇବା ଏବଂ ସମାଜରେ ପ୍ରଚଳିତ ଅସମାନତାକୁ ଦୂର କରିବା ଆଜି ଦିନର ମହତ୍ତ୍ବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ