ETV Bharat / bharat

ଆଜି ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ, ଜାଣନ୍ତୁ କେଉଁଠୁ କେଉଁଠିକି କରିବ ଯାତ୍ରା - First Vande Bharat Metro Train

author img

By ETV Bharat Odisha Team

Published : Sep 14, 2024, 5:27 PM IST

Updated : Sep 16, 2024, 7:19 AM IST

First Vande Bharat Metro Train: ଭାରତୀୟ ରେଳବାଇ କ୍ଷେତ୍ରରେ ଆଉ ଏକ ବଡ଼ ଉପଲବ୍ଧି । ବନ୍ଦେ ଭାରତ ଟ୍ରେନ ପରେ ‘ବନ୍ଦେ ଭାରତ ମେଟ୍ରୋ’ । ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

First Vande Bharat Metro Train
First Vande Bharat Metro Train (ETV Bharat Odisha)

ହାଇଦ୍ରାବାଦ: ଭାରତୀୟ ରେଳବାଇରେ ଇତିହାସରେ ଯୋଡି ହେବ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗର ଆଉ ଏକ ନୂତନ ଫର୍ଦ୍ଦ । ହାଇଟେକ ଜ୍ଞାନ କୌଶଳ ବ୍ୟବହାରର ବଡ଼ ଉପଲବ୍ଧି । ଯାତ୍ରୀଙ୍କ ସୁବିଧା ସହିତ ସୁଲଭ, ଶୀଘ୍ର ଏବଂ ଆରାମଦାୟକ ଯାତ୍ରା ପାଇଁ ଭାରତୀୟ ରେଳବାଇର (Indian Railways) ବଡ଼ ପ୍ରୟାସ । ପାସେଞ୍ଜର, ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ ପରେ ଆସିଥିଲା 'ବନ୍ଦେ ଭାରତ ଟ୍ରେନ '। ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପରେ ଲଞ୍ଚ ହେବାକୁ ଯାଉଛି, 'ବନ୍ଦେ ଭାରତ ମେଟ୍ରୋ '। କଣ ଏହି ବନ୍ଦେ ଭାରତ ମେଟ୍ରୋ ? କ’ଣ ରହିଛି ଏହାର ସ୍ବତନ୍ତ୍ରତା ଏବଂ ପୂରା ଫିଚର ? ଏବଂ କେବେ ଏବଂ କେଉଁଠି ପ୍ରଥମେ ଗଡ଼ିବ ଏହି ହାଇଟେକ ଟ୍ରେନ ? ଆସନ୍ତୁ ଜାଣିବା ।

ବନ୍ଦେ ଭାରତ ମେଟ୍ରୋ:

ଆଜି ଏହି ମେଟ୍ରୋ ସେବା ଗୁଜୁରାଟରୁ ଆରମ୍ଭ ହେବ । ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଗଡ଼ିବ ଏହି ଟ୍ରେନ୍‌ । ଏହା ହେବ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଶୁଭାରମ୍ଭ ହେବ ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଆଜି ସେପ୍ଟେମ୍ବର ୧୬ ତାରିଖ ସୋମବାର ଏହି ଟ୍ରେନ ଚଳାଚଳ ଆରମ୍ଭ କରିବ ।

ବନ୍ଦେ ଭାରତ ମେଟ୍ରୋ ସର୍ଭିସ:

ଆମେ ମେଟ୍ରୋ ଟ୍ରେନ କଥା ଜାଣିଛନ୍ତି । ଏହା ଦେଶର ବିଭିନ୍ନ ସହର ଏବଂ ବିଭିନ୍ନ ରାଜ୍ୟ ରାଜଧାନୀରେ ସଫଳତାର ସହ ଡୌଡୁଛି । ଏବେ ମେଟ୍ରୋ ଟ୍ରାକରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ । ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ ସେବା ନେଇ, ଭାରତୀୟ ରେଲବାଇ ପକ୍ଷରୁ ପୂରା ସୂଚୀ ପ୍ରସ୍ତୁତ ହୋଇ ସାରିଛି ।

ଅହମ୍ମଦାବାଦ-ଭୁଜ ରୁଟ୍ ରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ

  • ସପ୍ତାହରେ ୬ ଦିନ ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ
  • ସକାଳ ୫ଟା ୫ ମିନିଟରେ ଭୁଜ ଛାଡ଼ିବ
  • ସକାଳ ୧୦ଟା ୫୦ ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ
  • ସେହିଦିନ ଅପରାହ୍ନ ୫ଟା ୫୦ ମିନିଟରେ ଅହମ୍ମଦାବାଦରୁ ଛାଡ଼ିବ
  • ରାତି ୧୧ଟା ୧୦ ମିନିଟରେ ଭୁଜରେ ପହଞ୍ଚିବ ବନ୍ଦେ ଭାରତ ମେଟ୍ରୋ
ଏହା ମଧ୍ୟ ପଢ଼ନ୍ତୁ: ବ୍ରହ୍ମପୁରରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ - New Vande Bharat
  • ୫ ଘଣ୍ଟା ୪୫ ମିନିଟ ଯାତ୍ରା:

ଅହମ୍ମଦାବାଦ- ଭୁଜ ମଧ୍ୟରେ ଦୂରତା ପାଖାପାଖି ୩୩୪ କିଲୋମିଟର । ଏହି ଦୂରତାକୁ ମାତ୍ର ୫ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ ଅତ୍ୟାଧୁନିକ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଅହମ୍ମଦାବାଦ- ଭୁଜ ମଧ୍ୟରେ ରହିଛି ୯ଟି ଷ୍ଟପେଜ ବା ରହଣି ଷ୍ଟେସନ । ପ୍ରତି ଷ୍ଟପେଜରେ ମାତ୍ର ୨ ମିନିଟ ରହିବ ବନ୍ଦେ ଭାରତ ମେଟ୍ରୋ । ଏହା ସପ୍ତାହ ୭ ଦିନ ଯାକ ନୁହେଁ, ୬ ଦିନ ଚାଲିବ ।

  • ବନ୍ଦେ ଭାରତ ମେଟ୍ରୋ: ଡିଜାଇନ ଓ ଫିଚର

ବନ୍ଦେ ଭାରତ ମେଟ୍ରୋ ଟ୍ରେନ ହେଉଛି ଭାରତୀୟ ରେଳବାଇର ସବୁଠୁ ଅତ୍ୟାଧୁନିକ ଜ୍ଞାନ କୌଶଳ ବା Latest Technology ସଂପନ୍ନ ଟ୍ରେନ । ଆସନ୍ତୁ ଜାଣିବା ଏହାର ଜିଡାଇନ ଏବଂ ବୈଶିଷ୍ଟ ବା ଫିଚର (Feature) ସଂପର୍କରେ ।

ଏହା ଭାରତୀୟ ରେଳବାଇର ଲାଟେଷ୍ଟ ଜିଆଇନ୍ଡ ଟ୍ରେନ

  • ପ୍ରାଥମିକ ପର୍ଯ୍ୟାୟରେ ଏହି ଟ୍ରେନରେ ରହିବ ୧୨ଟି କୋଚ୍
  • ପରବର୍ତ୍ତୀ ସମୟରେ କୋଚ୍ ସଂଖ୍ୟା ୧୬କୁ ବୃଦ୍ଧି କରାଯିବ
  • ଯାତ୍ରୀଙ୍କ ସଂଖ୍ୟା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ବଢ଼ାଯିବ କୋଚ୍ ସଂଖ୍ୟା
  • ଏଥିରେ ରହିବ ସ୍ବତନ୍ତ୍ର କୋଚ୍ ମିଶ୍ରଣ ବା Unique Coach Configuration
  • ୪ଟି କୋଚ୍ କୁ ନେଇ ଗଠିତ ହେବ ଗୋଟିଏ ୟୁନିଟ (One Unit)
  • ବନ୍ଦେ ଭାରତ ଟ୍ରେନରେ ରହିବ ଅଟୋମେଟିକ ଡୋର୍ ବା ସ୍ବୟଂଚାଳିତ ଦ୍ବାର
  • ଏଥିରେ ରହିଛି ଉଚ୍ଚ ଆରାମ କୋସିଏଣ୍ଟ (High Comfort Quotient)

ବନ୍ଦେ ଭାରତ ମେଟ୍ରୋ ଟ୍ରେନ ବେଗ :

ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଡିଜାଇନ ଏପରି କରାଯାଇଛି । ଯାହା ଫଳରେ ଏହା ଅଧିକ ବେଗ ବା ସ୍ପିଡରେ (Speed)ଗତି କରିପାରିବ । ସାଧାରଣତଃ ବନ୍ଦେ ଭାରତ ଏକ୍ସପ୍ରେସର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟ ରହିଥିବା ବେଳେ, ବନ୍ଦେ ଭାରତ ମେଟ୍ରୋ ଟ୍ରେନର ସ୍ପିଡ ମଧ୍ୟ ଘଣ୍ଟାପ୍ରତି ୧୩୦ କିଲୋମିଟର ରହିବା ନେଇ ସୂଚନା ରହିଛି । ଏହି ଟ୍ରେନ ଦୂର ସ୍ଥାନ ଯାତ୍ରା ପାଇଁ ଡିଜାଇନ ହୋଇଥିବା ବେଳେ, ଏହାର ରେଞ୍ଜ ୧୦୦ ରୁ ୨୫୦ କିଲୋମିଟର ରହିବ ।

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟ ପାଇଁ ଖୁସି ଖବର, 15ରେ ଗଡ଼ିବ ଆଉ 3 ବନ୍ଦେ ଭାରତ ଏକ୍ସପ୍ରେସ - New Vande Bharat
  • ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ :

ଓଡ଼ିଶାରେ ବଢ଼ିବାରେ ଲାଗିଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ସଂଖ୍ୟା । ଗତକାଲି ପ୍ରଧାନମନ୍ତ୍ରୀ 6 ଟି ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଛନ୍ତି । ଏହା ମଧ୍ୟରେ ଓଡିଶାରେ 3ଟି ଟ୍ରେନ ରହିଛି । ପୂର୍ବରୁ ରାଜ୍ୟରେ 3ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଥିବା ବେଳେ ଏବେ ଏହି ଟ୍ରେନ ସେବା ୬କୁ ବୃଦ୍ଧି ପାଇବାକୁ ଯାଉଛି ।

  • ମେ, ୨୦୨୩ : ପୁରୀ-ହାୱଡ଼ା ବନ୍ଦେ ଭାରତ ଟ୍ରେନ
  • ସେପ୍ଟେମ୍ବର ୨୦୨୩ : ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ
  • ମାର୍ଚ୍ଚ ୨୦୨୪ : ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ
ଏହାମଧ୍ୟ ପଢ଼ନ୍ତୁ: Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train

ସେପ୍ଟେମ୍ବର ୧୫, ୨୦୨୪: ୩ ବନ୍ଦେ ଭାରତ ଏକ୍ସପ୍ରେସ

  • ବ୍ରହ୍ମପୁର-ଟାଟାନଗର
  • ରାଉରକେଲା-ହାୱଡ଼ା
  • ଦୁର୍ଗ-ବିଶାଖାପାଟଣା
ଏହା ମଧ୍ୟ ପଢ଼ନ୍ତୁ: Good News: ଓଡ଼ିଶା ପାଇଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ସରିଲା ଟ୍ରାଏଲ-ରନ୍, ଏହି ସ୍ଥାନକୁ ଗଡ଼ିବ - Vande Bharat Trial Run

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2024, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.