ETV Bharat / bharat

ମଝି ସମୁଦ୍ରରେ ପାନାମା ତୈଳ ଜାହାଜ ଉପରେ ମିସାଇଲ ମାଡ, ପହଞ୍ଚିଲା INS କୋଚି - Indian Navy

INDIAN NAVY RESCUE OPERATION: ମଝି ସମୁଦ୍ରରେ ପାନାମା ଜାହାଜ ଉପରେ ମିସାଇଲ ମାଡ । ପହଞ୍ଚିଲା ଭାରତର ବିଧ୍ବଂସକ ଆଇଏନଏସ କୋଚି । 30 କ୍ରୁ ମେମ୍ବର ସୁରକ୍ଷିତ ଭାବେ ଉଦ୍ଧାର । ଅଧିକ ପଢନ୍ତୁ

INDIAN NAVY
INDIAN NAVY
author img

By ETV Bharat Odisha Team

Published : Apr 28, 2024, 9:37 PM IST

ନୂଆଦିଲ୍ଲୀ: ପୁଣି ଦେବଦୂତ ସାଜିଲା ଭାରତୀୟ ନୌସେନା । ମିସାଇଡ ମାଡ଼ ହେଉଥିବା ଏକ ବିଦେଶୀ ତୈଳ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ କଲା ରକ୍ଷା । ମଧ୍ୟ ଆମେରିକୀୟ ଦେଶ ପାନାମା ଜାତୀୟ ପତାକା ଲଗାଥିବା ଏକ ତୈଳ ଜାହାଜ ଏମଭି ଆଣ୍ଡ୍ରୋମେଡା ଷ୍ଟାର ଜାହାଜକୁ ଏପ୍ରିଲ 26ରେ INS କୋଚି ଦ୍ବାରା ଉଦ୍ଧାର କରିଛି । ୟେମେନର ବିଦ୍ରୋହୀ ଗୋଷ୍ଠୀ ହାଉତି ଏହି ଜାହାଜ ଉପରେ ଆକ୍ରମଣ କରିଥିଲା । ଏଥିରେ ପ୍ରାୟ 33 କ୍ରୁ ମେମ୍ବର ରହିଥିଲେ। ଯେଉଁଥିରେ 22 ଜଣ କେବଳ ଭାରତୀୟ ଥିବା ଜଣାପଡ଼ିଛି ।

ଭାରତୀୟ ନୌସେନାର ବିଧ୍ବଂସକ ଆଇଏନଏସ କୋଚି ଆକ୍ରମଣ ହେଉଥିବା ସ୍ଥାନରେ ପହଞ୍ଚି ଜାହାଜକୁ ଉଦ୍ଧାର କରିଥିଲା । ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ବାଣିଜ୍ୟ ଜାହାଜ ମୈଶା ଏବଂ ଏମଭି ଆଣ୍ଡ୍ରୋମେଡା ଷ୍ଟାର ଲୋହିତ ସାଗର ଦେଇ ଯାଉଥିବା ସମୟରେ ଇରାନ ସମର୍ଥିତ ହାଉତି ଆତଙ୍କବାଦୀମାନେ ୟେମେନରୁ ଉକ୍ତ ସାମୁଦ୍ରିକ ପଥରେ ତିନିଟି ଆଣ୍ଟି-ସିପ୍‌ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ । ଏମଭି ଆଣ୍ଡ୍ରୋମେଡା ଷ୍ଟାର ହେଉଛି ପାନାମା ଦେଶର ଜାହାଜ । ଏହି ମିସାଇଲ ମାଡ ଯୋଗୁଁ ଜାହାଜଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ପୁଣି ଲୋହିତ ସାଗରରେ ହାଉତିର ଆକ୍ରମଣ, ଭାରତ ଆସୁଥିବା ଜାହାଜ ଉପରେ ମିଶାଇଲ ମାଡ

ଏନେଇ ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ନୌସେନା ବିନାଶକ INS କୋଚି ନିୟୋଜିତ ଏକ ମିଶନ 26 ଏପ୍ରିଲରେ ଆରମ୍ଭ କରିଥିଲା, ଯେତେବେଳେ ପାନାମା ଫ୍ଲାଗ୍ ଥିବା ଏକ ଅଶୋଧିତ ତୈଳ ଟ୍ୟାଙ୍କର ଏମଭି ଆଣ୍ଡ୍ରୋମେଡା ଷ୍ଟାର ଉପରେ ଆକ୍ରମଣରେ ହୋଇଥିଲା । ଏହାସହିତ ଭାରତୀୟ ନୌସେନା ପାନାମ ତୈଳ ଜାହାଜକୁ ସାମୁଦ୍ରିକ ସୁରକ୍ଷା ଯୋଗାଇଥିଲା । ହାଉତିଙ୍କ ଆକ୍ରମଣରୁ ରକ୍ଷା ପାଇବା ଲାଗି ଏକ ହେଲିକପ୍ଟର ଅପରେସନ ମଧ୍ୟ ଭାରତୀୟ ନୌସେନା ପକ୍ଷରୁ ଆରମ୍ଭ କରାଯାଇଥିଲା । କୌଣସି ଦୁର୍ଘଟଣାରୁ ବର୍ତ୍ତିବା ଲାଗି ଏକ୍ସପ୍ଲୋଜିଭ ଅର୍ଡନାନ୍ସ ଡିସପୋଜାଲ (EOD) ଟିମକୁ ମଧ୍ୟ ନିୟୋଜିତ କରାଯାଇଥିଲା ।

ଏହା ବି ପଢନ୍ତୁ- ଲୋହିତ ସାଗର ସଙ୍କଟ: କଣ ଭାରତୀୟ ନୌସେନାର 'ଆଣ୍ଟି ପାଇରେସି ଅପରେସନ' ?

ଏହି ଜାହାଜରେ ମୋଟ 30 କ୍ରୁ ମେମ୍ବରଙ୍କ ମଧ୍ୟରୁ 22 ଜଣ ଭାରତୀୟ ଥିଲେ । ଏବେ ସମସ୍ତେ ସୁରକ୍ଷିତ ଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି ହାଉତି ଆତଙ୍କବାଦୀ ଗୋଷ୍ଠୀ ଲୋହିତ ସାଗର ଉପରେ ବିଭିନ୍ନ ଜାହାଜ ଉପରେ ଲଗାତର ଭାବେ ଆକ୍ରମଣ ଜାରି ରଖିଛନ୍ତି । ଗତ କିଛି ସପ୍ତାହ ତଳେ ଭାରତୀୟ ନୌସେନା ପକ୍ଷରୁ ପଶ୍ଚିମାଞ୍ଚଳ ଭାରତୀୟ ମହାସାଗରରୁ ଅନେକ ବାଣିଜ୍ୟ ଜାହାଜକୁ ଉଦ୍ଧାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.