ETV Bharat / bharat

ଦୁଇ ଫ୍ରାନ୍ସ ନାଗରିକଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

author img

By ETV Bharat Odisha Team

Published : Jan 26, 2024, 1:06 PM IST

Padma Shri to French Personalities: ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଫ୍ରାନ୍ସର ଦୁଇ ନାଗରିକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବ ଭାରତ । କିଏ ସେହି ଦୁଇ ବ୍ୟକ୍ତି, ପଢନ୍ତୁ ବିସ୍ତୃତରେ

ଫ୍ରାନ୍ସ ନାଗରିକଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଦୁଇ ଫ୍ରାନ୍ସ ନାଗରିକଙ୍କୁ ମିଳିବ ପଦ୍ମ ପୁରସ୍କାର । ଫ୍ରାନ୍ସର ଯୋଗ ପ୍ରଶିକ୍ଷିକା ଚାର୍ଲୋଟ ଚୋପିନ ଏବଂ ବିଶିଷ୍ଟ ଲେଖକ ପିୟରେ ସିଲଭେନ ଫିଲିଓଜାଟଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ । ୭୫ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଭାରତ ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫ୍ରାନ୍ସର ଏହି ଦୁଇ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି ।

୧୯୩୬ ମସିହା ଫ୍ରାନ୍ସ ଠାରେ ଖ୍ୟାତିସମ୍ପନ୍ନ ଲେଖକ ଫିଲିଓଜାଟଙ୍କ ଜନ୍ମ । ସେ ଜଣେ ସଂସ୍କୃତ ପ୍ରଫେସର ସହିତ ପ୍ୟାରିସର ଏକାଡେମିକ ଡେସ୍ ଇନସ୍କ୍ରିପସନ୍ସ ଇଟ୍ ବେଲେସ ଲେଟରସ୍( Academie des Inscriptions et Belles-lettres)ର ସଦସ୍ୟ ଅଛନ୍ତି । ଜଣେ ଫ୍ରାନ୍ସ ନାଗରିକ ହେବା ସତ୍ତ୍ବେ ଫିଲିଓଜାଟ ଭାରତବିଦ୍ୟା ବା ଇଣ୍ଡୋଲୋଜି, ସଂସ୍କୃତ ବ୍ୟାକରଣ, କବିତା, ତନ୍ତ୍ର ବିଶେଷକରି ତାମିଲନାଡୁର ଶୈବସିଦ୍ଧାନ୍ତ ସ୍କୁଲରେ ସଂସ୍କୃତ ଭାଷା ସାହିତ୍ୟରେ ନିଜର ଗବେଷଣା କରିଛନ୍ତି । ସଂସ୍କୃତି ବ୍ୟାକରଣର ପ୍ରଣେତା ପାଣିନିଙ୍କ ବ୍ୟାକରଣ, ପତଞ୍ଜଳି ମହାବ୍ୟାସ, ଶୈବଗାମସ, ହାମ୍ପିର ମନ୍ଦିର ଭିତ୍ତିଭୂମି ଉପରେ ଫରାସୀ, ଇଂରାଜୀ ଏବଂ ସଂସ୍କୃତ ଭାଷାରେ ତାଙ୍କର ଅନେକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି । ଫିଲିଓଜାଟ 'The Sanskrit Language' ପୁସ୍ତକର ରଚୟିତା ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: 132 ଜଣ ପାଇବେ ପଦ୍ମ ପୁରସ୍କାର: 5 ଜଣଙ୍କୁ ପଦ୍ମ ବିଭୂଷଣ, 17 ଜଣଙ୍କୁ ପଦ୍ମଭୂଷଣ

ସେହିପରି ଚୋପିନ ଜଣେ ଅନ୍ତର୍ଜାତୀୟ ଯୋଗ ପ୍ରଶିକ୍ଷିକା ଅଟନ୍ତି । ଯୋଗ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁପ୍ରାଣିତ କରିଥିଲା । ୨୦୨୩ ଜୁଲାଇ ୧୪ରେ ମୋଦି ପ୍ୟାରିସ ଠାରେ ଚୋପିନଙ୍କୁ ଭେଟିଥିଲେ । ଦୁହିଁଙ୍କ ମଧ୍ୟରେ ଆଲୋଚନା ସମୟରେ ଯୋଗ ପ୍ରତି ଚୋପିନଙ୍କ ଗଭୀର ଆସ୍ଥା ଏବଂ ଫ୍ରାନ୍ସରେ ଏହାର ପ୍ରଚାର ପ୍ରସାର ପାଇଁ ତାଙ୍କର ଅଦ୍ଭୁତପୂର୍ବ ପ୍ରଚେଷ୍ଟାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।

ପ୍ରକାଶ ଥାଉକି, ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ପଦ୍ମ ସମ୍ମାନ ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କଙ୍କ ମଧ୍ୟରେ ଫ୍ରାନ୍ସର ଏହି ଦୁଇ ନାଗରିକ ସାମିଲ ଅଛନ୍ତି । କହିରଖୁଛୁ କି, ଭାରତ ରତ୍ନ, ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ପରେ ପଦ୍ମଶ୍ରୀ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନ । ଭାରତର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ କେବଳ ଭାରତୀୟ ନାଗରିକ ନୁହଁନ୍ତି, ବିଦେଶୀ ନାଗିରକଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.