ETV Bharat / bharat

ଏବେ ଭାରତର ଅଛନ୍ତି ୯୭ କୋଟି ଭୋଟର: ନିର୍ବାଚନ ଆୟୋଗ

author img

By ETV Bharat Odisha Team

Published : Feb 9, 2024, 6:19 PM IST

Total Voters In India: ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବ ୯୭ କୋଟି ଭୋଟର । ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା । ଅଧିକ ପଢନ୍ତୁ

Election Commission Of India
Election Commission Of India

ନୂଆଦିଲ୍ଲୀ: ଭାରତରେ ଏବେ ଅଛନ୍ତି ପ୍ରାୟ ୯୭ କୋଟି ମତଦାତା । ଆଜି (ଶୁକ୍ରବାର) ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଆସନ୍ତା ଲୋକସଭା ନିର୍ବାଚନରେ ୯୬.୮୮ କୋଟି ଭୋଟର ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଏହାସହିତ ୧୮ରୁ ୨୯ ବର୍ଷର ପ୍ରାୟ ୨ କୋଟି ଯୁବ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ପଞ୍ଜୀକୃତ ମତଦାତାଙ୍କ ସଂଖ୍ୟା ଚଳିତ ବର୍ଷ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଛି । ନିର୍ବାଚନ ଆୟୋଗ କହିଛନ୍ତି, "ବିଶ୍ବର ସବୁଠାରୁ ବୃହତ ମତଦାତା ବର୍ଗ-୯୬.୮୮ କୋଟି ୨୦୨୪ ସାଧାରଣ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଏମାନଙ୍କୁ ନୂଆ ଭୋଟର ତାଲିକାରେ ସାମିଲ କରାଯାଇଛି ।" ସେହିପରି ଲିଙ୍ଗ ଅନୁପାତ ୨୦୨୩ରେ ୯୪୦ରୁ ବୃଦ୍ଧି ଘଟି ୨୦୨୪ରେ ୯୪୮ରେ ପହଞ୍ଚିଛି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଆୟୋଗ ମତଦାତାଙ୍କ ତାଲିକାକୁ ପୁନଃ ନିରୀକ୍ଷଣ କରିବା ସହ ଏହାର ସ୍ବଚ୍ଛତା ଉପରେ ବିଶେଷ ଗୁରୁତ୍ବାରୋପ କରିଛନ୍ତି ।

ଏହା ବି ପଢନ୍ତୁ- ଏପ୍ରିଲ ୧୬ରେ ହେବ କି ଲୋକସଭା ନିର୍ବାଚନ ? ଜବାବ ରଖିଲେ ଦିଲ୍ଲୀ CEO

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପୁନେରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଭୋଟର ତାଲିକାର ପୁନଃ ନିରୀକ୍ଷଣ ଲାଗି ହୋଇଥିବା ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲାଗି ସମସ୍ତ ଦିଗ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ସାଧାରଣ ନିର୍ବାଚନରେ ଯେପରି ରାଜନୈତିକ ପ୍ରଚାର ଓ ପୋଷ୍ଟରରେ କୌଣସି ଶିଶୁଙ୍କୁ ଦେଖିବାକୁ ମିଳିବ ନାହିଁ ସେ ନେଇ ରାଜନୈତିକ ଦଳକୁ ସଚେତନ କରାଯାଇଛି । ଏପରିକି ଶିଶୁଙ୍କୁ ଧରି ନିର୍ବାଚନୀ ପ୍ରଚାର କରିବା ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ସୂଚନା ଥାଉ କି ଏଯାବତ ସାଧାରଣ ନିର୍ବାଚନ ଲାଗି କୌଣସି ତାରିଖ ଘୋଷଣା କରାଯାଇନାହିଁ । ହେଲେ ଗତ କିଛି ଦିନ ତଳେ ଏପ୍ରିଲ ୧୬ ତାରିଖରେ ଲୋକସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଏନେଇ ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ ଏକ ନୋଟିସ ଭାଇରାଲ ହୋଇଥିଲା । ମାତ୍ର କିଛି ସମୟ ପରେ ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟ କରାଯାଇ ସ୍ପଷ୍ଟୀକରଣ ରଖାଯାଇଥିଲା । କେବଳ ନିର୍ବାଚନୀ ସମ୍ପର୍କୀୟ କାର୍ଯ୍ୟକଳାପ ପାଇଁ ଯୋଜନା କରିବା ଲାଗି ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ତାରିଖକୁ ସମ୍ଭାବ୍ୟ ତାରିଖ ଭାବେ ଚୟନ କରାଯାଇଥିବା କୁହାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.