ETV Bharat / bharat

ଇଣ୍ଡିଆ ମେଣ୍ଟର ପାପ ଭାରରେ ଦେଶ ଆଗକୁ ବଢିପାରିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି - PM Modi Lashes Out At INDI Alliance

PM Modi Lashes Out At INDI Alliance: ବିହାରରେ ଇଣ୍ଡିଆ ମେଣ୍ଟ ଉପରେ ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଇଣ୍ଡିଆ ଗଠବନ୍ଧନ ସବୁବେଳେ ଦୁର୍ନୀତି, ତୁଷ୍ଟୀକରଣ ରାଜନୀତି ଓ ସନାତନ ଧର୍ମ ବିରୋଧୀ ମନୋଭାବ ସହିତ ଛିଡା ହୋଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 21, 2024, 7:58 PM IST

PM Modi Lashes Out At INDI Alliance
PM Modi Lashes Out At INDI Alliance (ANI Photos)

ପାଟନା: ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ବୟାନବାଜି । ବିହାରରେ ବିରୋଧୀମାନଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ମୋତିହାରିରେ ଏକ ଜନସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, "ଚଳିତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ବିରୋଧୀ ଇଣ୍ତିଆ ଗଠବନ୍ଧନ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇସାରିଛି । ଏକବିଂଶ ଶତାବ୍ଦୀର ଭାରତ ଇଣ୍ଡିଆ ମେଣ୍ଟର ପାପର ଭାରକୁ ନେଇ ଆଗକୁ ବଢିପାରିବ ନାହିଁ ଏବଂ ପ୍ରତି ନିର୍ବାଚନରେ ଲୋକମାନେ କଂଗ୍ରେସ ଓ ଆରଜେଡି ଭଳି ପାର୍ଟିଗୁଡିକୁ ଜବାବ ଦେଉଛନ୍ତି । ଜୁନ ୪ରେ ଦୁର୍ନୀତି, ତୁଷ୍ଟୀକରଣ ରାଜନୀତି, ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ଉପରେ ଆକ୍ରମଣ ହେବ । "

ଏହା ସହ ମୋଦି କହିଛନ୍ତି, "ଇଣ୍ଡିଆ ଗଠବନ୍ଧନ ସବୁବେଳେ ଦୁର୍ନୀତି, ତୁଷ୍ଟୀକରଣ ରାଜନୀତି ଓ ସନାତନ ଧର୍ମ ବିରୋଧୀ ମନୋଭାବ ସହିତ ଛିଡା ହୋଇଛି । ଯାହା ଫଳରେ ସେମାନେ କଡା ଜବାବ ପାଇବେ । ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ତେଜସ୍ବୀ ଯାଦବଙ୍କୁ କଟାକ୍ଷ କରି ମୋଦି ସେମାନଙ୍କୁ ରୂପା ଚାମଚ ଧରି ଜନ୍ମିତ ବ୍ୟକ୍ତି ବୋଲି କହିଛନ୍ତି । " ଯେଉଁମାନେ ଜନ୍ବରୁ ସାଙ୍ଗରେ ରୂପା ଚାମଚ ଧରି ଜନ୍ମ ହୋଇଛନ୍ତି, ସେମାନେ କଠୋର ପରିଶ୍ରମ କଣ ଜାଣନ୍ତି ନାହିଁ । ମୁଁ ଶୁଣିବାକୁ ପାଇଛି ଯେ କେହି ଜଣେ କହୁଥିଲେ ଯେ ଜୁନ ୪ ପରେ ମୋଦି ଶେଜରେ ବିଶ୍ରାମ କରିବେ, କିନ୍ତୁ ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରେ ଯେ ଦେଶର କୌଣସି ନାଗରିକଙ୍କୁ କେବେ ଏଭଳି ସ୍ଥିତି ସାମନା କରିବାକୁ ନ ପଡୁ । ଦେଶର ସମସ୍ତ ନାଗରିକ ଉର୍ଜ୍ଜାବାନ ହେବା ଆବଶ୍ୟକ କିନ୍ତୁ ଜଙ୍ଗଲରାଜର ଦାୟଦଙ୍କ ଠାରୁ ଆଉ କଣ ଆଶା କରାଯାଇପାରେ ।"

ଏହା ମଧ୍ୟ ପଢନ୍ତୁ ... ଶାହଙ୍କୁ କେଜ୍ରିୱାଲଙ୍କ କଡା ସମାଲୋଚନା, କହିଲେ କଣ ଭାରତର ସମସ୍ତ ଲୋକ ପାକିସ୍ତାନୀ କି? - Aravind Kejriwal Slams Amit Shah

ମୋଦି ଆହୁରି ଅଭିଯୋଗ କରିଛନ୍ତି, "କଂଗ୍ରେସ ସମ୍ବିଧାନକୁ ପରିବର୍ତ୍ତନ କରି ଏସସି, ଏସଟି ଓ ଓବିସି ବର୍ଗଙ୍କଠାରୁ ସଂରକ୍ଷଣର ଅଧିକାରକୁ ଛଡାଇନେବାକୁ ଚାହୁଁଛି ଏବଂ ଏହାକୁ ଭୋଟ ଜିହାଦରେ ସାମିଲ ଥିବା ଲୋକଙ୍କୁ ଦେବାକୁ ଚାହୁଁଛି । ଯଦି ଆମ୍ବେଦକର ନ ଥାନ୍ତେ ତେବେ ନେହେରୁ କଦାପି ଏସସି ଓ ଏସଟି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଅନୁମତି ଦେଇନଥାନ୍ତେ ।" କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାକୁ ସମାଲୋଚନା କରୁଥିବା ନେଇ ମୋଦି ବିରୋଧୀ ଦଳକୁ ଆକ୍ରମଣ କରି କହିଛନ୍ତି, "ଯେଉଁମାନଙ୍କର ସ୍ବିସ ବ୍ୟାଙ୍କରେ ଟଙ୍କାର ଗଦାଗଦା ବଣ୍ଡଲ୍‌ ଠୁଳ ହୋଇଛି ସେମାନେ କଦାପି ସାଧାରଣ ଜନତାଙ୍କର ଦୁଃଖ ବୁଝିପାରିବେ ନାହିଁ । ଯେଉଁଭଳି ଭାବେ ଏକ ଗରିବ ପରିବାରରୁ ଆସିଥିବାରୁ ମୁଁ ବୁଝିପାରିଛି ।" ମୋଦି ବିରୋଧୀ ଇଣ୍ଡିଆ ମେଣ୍ଟର ଚକ୍ଷୁଶୀଳ ହୋଇପାରେ କିନ୍ତୁ ମୋଦି ଦେଶର ହୃଦୟରେ ରହିଛି ଓ ସମସ୍ତଙ୍କର ହୃଦୟରେ ରହିଥିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.