ETV Bharat / bharat

ଦିନେ ଅଭିଶାପ, ଆଜି ଆଶୀର୍ବାଦ: ୨୫ ଆଙ୍ଗୁଠିରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ, କିଏ ଜାଣନ୍ତୁ... - india book of records - INDIA BOOK OF RECORDS

India Books Of Records: ଟାହି ଟାପରା କରୁଥିଲେ, ଅଭିଶାପ ବୋଲି କହୁଥିଲେ । ହେଲେ ଆଜି ଆଶୀର୍ବାଦ ପାଲଟିଲା । 25 ଆଙ୍ଗୁଠି ଥାଇ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ୍ସରେ ପାଇଲେ ସ୍ଥାନ । ବିହାର ଯୁବକଙ୍କ କ୍ଷେତ୍ରରେ ଘଟିଛି ଏହି ବଡ଼ ପରିବର୍ତ୍ତନ । ଆସନ୍ତୁ ଜାଣିବା,

MANISH HAS 25 FINGERS
MANISH HAS 25 FINGERS (ETV BHARAT ODISHA)
author img

By ETV Bharat Odisha Team

Published : Sep 26, 2024, 4:57 PM IST

ପାଟନା: ଦିନେ ଶରୀରର ଅଙ୍ଗକୁ ନେଇ ପରିହାସର ଶିକାର ହେଉଥିଲେ । ଲୋକେ ଟାହି ଟାପରା କରୁଥିଲେ । ଏହା ତାଙ୍କ ମନକୁ କଷ୍ଟ ଦେଉଥିଲା ସତ, କିନ୍ତୁ ସେ ସବୁକୁ ଆଖି ବୁଜି ସହି ଯାଉଥିଲେ । ଭଗବାନ ଦେଇଥିବା ରୂପକୁ ଅଭିଶାପ ମନେ କରୁଥିଲେ । କିନ୍ତୁ ତାହା ଏବେ ଆଶୀର୍ବାଦରେ ପରିଣତ ହେବାକୁ ଯାଉଛି । ଜଣେ ସାଧାରଣ ମନୁଷ୍ୟର ହାତ ଓ ପାଦରେ ମୋଟ ୨୦ଟି ଆଙ୍ଗୁଠି ଥାଏ । କିନ୍ତୁ ତାଙ୍କ ହାତ ଓ ପାଦରେ ୨୫ଟି ଆଙ୍ଗୁଠି ରହିଛି । ଯେଉଁଥିପାଇଁ ତାଙ୍କ ନାମ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସରେ ସ୍ଥାନ ପାଇବାକୁ ଯାଉଛି ।

ବରଦାନ ପାଲଟିଲା ୨୫ ଆଙ୍ଗୁଠି:

ବିହାର ରାଜଧାନୀ ପାଟନାର ମନୀଷ କୁମାର । ସାଧାରଣ ମଣିଷରେ ହାତରେ 10ଟି ଆଙ୍ଗୁଠି ରହିଥାଏ । କିନ୍ତୁ ମନୀଷଙ୍କର ଦୁଇ ହାତରେ 14 ଆଙ୍ଗୁଠି ରହିଛି । ସେହିପରି ପାଦରେ ୧୦ଟି ଆଙ୍ଗୁଠି ଜାଗାରେ 11ଟି ଆଙ୍ଗୁଠି ରହିଛି । ଆଙ୍ଗୁଠିର ଆକାର ମଧ୍ୟ ଛୋଟ । ଶାରୀରିକ ଗଠନ ଭିନ୍ନ ହେତୁ ମନୀଷଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯେତେବେଳେ ସେ ସ୍କୁଲ ଯାଉଥିଲେ ପିଲା ମାନେ ତାଙ୍କ ସହ ଥଟ୍ଟା କରୁଥିଲେ । ଆଜି ମଧ୍ୟ ଅନେକ ଲୋକ ତାଙ୍କ ଶାରୀରିକ ରୂପ ପାଇଁ ତାଙ୍କୁ ପରିହାସ କରନ୍ତି । ଛୋଟ ଆଙ୍ଗୁଠି ଯୋଗୁଁ ସେ ଲେଖିବା ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ବହୁତ ଧୀରେ ଲେଖନ୍ତି ଓ କି-ବୋର୍ଡରେ ଟାଇପ କରିବା ସମୟରେ ତାଙ୍କୁ ଅସୁବିଧା ହେଉଥିବା ସେ କହିଛନ୍ତି ।

MANISH HAS 25 FINGERS
MANISH HAS 25 FINGERS (ETV BHARAT ODISHA)

ଟାହି ଟାପରାକୁ ସହି ନପାରି ସ୍କୁଲ ଯାଉନଥିଲେ:

ମନୀଷ କହିଛନ୍ତି, ''ଯେତେବେଳେ ମୁଁ ସ୍କୁଲରେ ପଢୁଥିଲି ସାଙ୍ଗମାନେ ବହୁତ ଥଟ୍ଟା କରୁଥିଲେ । ଏଥିପାଇଁ ବହୁ ସମୟରେ ସମସ୍ତଙ୍କ ସହ ମୋର ବଚସା ହୋଇଛି । ଏପରି ଏକ ସମୟ ଆସିଲା ପିଲାମାନଙ୍କ ଥଟ୍ଟା କାରଣରୁ ମୁଁ ସ୍କୁଲ ଯିବା ବନ୍ଦ କରି ଦେଇଥିଲି । ସ୍କୁଲରୁ ଫେରିବା ପରେ ମୁଁ ଘରେ ବହୁତ କାନ୍ଦେ । ଏନେଇ ପରିବାର ଲୋକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ସେ ଘରକୁ ଆସି ବୁଝାଇବା ପରେ ସ୍କୁଲ ଯିବା ଆରମ୍ଭ କରିଥିଲି ।

ଏହା ମଧ୍ୟ ପଢନ୍ତୁ-ବିନା ପରୀକ୍ଷାରେ ଆଇପିଏସ ଅଫିସର, ୨ ଲକ୍ଷ ଟଙ୍କା ଦେଇ କିଣିଥିଲା ବର୍ଦ୍ଦି ଓ ବନ୍ଧୁକ - Bihar Boy Poses IPS

ଏହା ମଧ୍ୟ ପଢନ୍ତୁ-ଏମିତି ଏକ ଗାଁ; କିଚେନ୍‌ ଗୋଟିଏ ଦେଶରେ, ବେଡରୁମ୍‌ ଅନ୍ୟ ଦେଶରେ - Unique village

ପରିବାରରେ ଅନ୍ୟ ସମସ୍ତଙ୍କ ଶରୀର ଗଠନ ଶୈଳୀ ସ୍ବାଭାବିିକ‌:

ମନୀଷ କହିଥିଲେ ଯେ, ତାଙ୍କର ଦୁଇ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି । ତାଙ୍କ ବ୍ୟତୀତ ପରିବାରର ସମସ୍ତେ ସ୍ୱାଭାବିକ । ଭାଇମାନଙ୍କ ମଧ୍ୟରେ ମନୀଷ ହେଉଛନ୍ତି ବଡ଼ । ମନୀଷଙ୍କ ମାଆ ଜଣେ ଗୃହିଣୀ ହୋଇଥିବାବେଳେ ତାଙ୍କ ବାପା ବ୍ୟବସାୟ କରନ୍ତି । ବର୍ତ୍ତମାନ ମନୀଷଙ୍କ ବୟସ 32 ବର୍ଷ ହୋଇଥିବା ବେଳେ ସରକାରୀ ଚାକିରି ପାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି । ଏହା ପରେ ସେ ଟାଇପିଂ ଶିଖିଲେ ଏବଂ ନିଜର ବ୍ୟବସାୟ ଆରମ୍ଭ କଲେ ।

୨୫ ଆଙ୍ଗୁଠି ପାଲଟିଲା ଆଶୀର୍ବାଦ:

ଜନ୍ମ ହେବା ପରେ ମନୀଷଙ୍କ ହାତ ଓ ପାଦ ଆଙ୍ଗୁଠିକୁ ମିଶାଇ ମୋଟ 25 ଆଙ୍ଗୁଠି ରହିଛି । "ପ୍ରକୃତିର ଏହି ଭିନ୍ନ ରୂପକୁ ଦିନେ ଅଭିଶାପ ଭାବୁଥିଲି । କିନ୍ତୁ ଗିନିଜ ବୁକ ଅଫ ରେକର୍ଡ୍ସରେ ଏଥିପାଇଁ ମୋ ନାମ ଉଲ୍ଲେଖ ହୋଇଛି ।" ତେଣୁ ଅଭିଶାପ ଏବେ ଆଶୀର୍ବାଦରେ ପରିଣତ ହୋଇଥିବା କହିଛନ୍ତି ମନୀଷ ।

ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ପାଇଁ ଆବେଦନ:

ମନୀଷ କହିଛନ୍ତି ଯେ, "ସେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସ ପାଇଁ ଆବେଦନ କରିଛନ୍ତି । ତଙ୍କୁ ଡକ୍ୟୁମେଣ୍ଟ ମଗାଯିବା ପରେ ସେ ସବୁ ଦେଇଛନ୍ତି । ପିଲାଦିନରୁ ସେ ତାଙ୍କ ଆଙ୍ଗୁଠିକୁ ନେଇ ପରିହାସର ଶିକାର ହୋଇଥିଲେ । କିନ୍ତୁ ସେ କେବେ ଭାବି ନଥିଲେ ଯେ ତାଙ୍କ ନାମ ରେକର୍ଡ ବୁକରେ ଅନ୍ତର୍ଭୁକ୍ତ ହୋଇପାରିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.