ETV Bharat / bharat

କଂଗ୍ରେସକୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି, ଜୁଲାଇ ପର୍ଯ୍ୟନ୍ତ ହୋଇପାରିବନି ଆୟକର କାର୍ଯ୍ୟାନୁଷ୍ଠାନ - Congress IT Notice

author img

By ETV Bharat Odisha Team

Published : Apr 1, 2024, 12:53 PM IST

Updated : Apr 1, 2024, 2:06 PM IST

Income Tax Notice Congress: ଲୋକସଭା ନିର୍ବାଚନ ପୂର୍ବରୁ ହଟିଲା କଂଗ୍ରେସର ଚିନ୍ତା । ଆୟକର ବିଭାଗ ନୋଟିସରେ କଂଗ୍ରେସ ବିରୋଧରେ ହୋଇପାରିବନି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Income Tax Notice Congress
Income Tax Notice Congress

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଆଶ୍ବସ୍ତି । ଇନକମ ଟ୍ୟାକ୍ସ ରିକୋଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ କଂଗ୍ରେସକୁ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ କୁହାଯାଇଛି, ଏହି ପ୍ରସଙ୍ଗରେ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । ନିର୍ବାଚନ ପରେ ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ କଂଗ୍ରେସକୁ ଦିଆଯାଇଥିବା ନୋଟିସ ବିରୋଧରେ ଦାଖଲ ହୋଇଥିବା ଆବଦେନର ଶୁଣାଣି ଜୁଲାଇରେ ହେବ । ପ୍ରକାଶଥାଉକି, ଗତ ମାର୍ଚ୍ଚ 29 ତାରିଖ ଦିନ କଂଗ୍ରେସକୁ 3500 କୋଟି ଟଙ୍କାର ନୋଟିସ ପଠାଇଥିଲା ଆୟକର ବିଭାଗ ।

ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ । ସେ କହିଥିଲେ, "ଆମେ ଚାହୁଁନାହୁଁ ନିର୍ବାଚନ ସମୟରେ କୌଣସି ଦଳ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ । ତେଣୁ ବର୍ତ୍ତମାନ 3500 କୋଟି ଟଙ୍କାର ଟ୍ୟାକ୍ସ ବିରୋଧରେ କୌଣସି ପଦକ୍ଷେପ ନିଆଯିବ ନାହିଁ । ସଲିସିଟର ଜେନେରାଲ ବିବି ନାଗରତ୍ନଙ୍କ ବେଞ୍ଚକୁ କହିଥିଲେ, ନୋଟିସ ବିରୋଧରେ ମାମଲାର ଶୁଣାଣି ନିର୍ବାଚନ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ଉଚିତ୍‌ ।

ଏହା ମଧ୍ୟ ପଢନ୍ତୁ: ମୁଣ୍ଡ ଉପରେ ନିର୍ବାଚନ: କଂଗ୍ରେସକୁ ଝଟକା ଦେଲା ଆୟକର, ଭରିବ 1700 କୋଟି - Congress Income Tax Notice

କଣ ରହିଥିଲା ମାମଲା: ଲୋକସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ଏକ ଝଟକା ଲାଗିଥିଲା । 2014-15 ଏବଂ 16-17 ବର୍ଷ ପାଇଁ 1,745 କୋଟି ଟଙ୍କା ଟ୍ୟାକ୍ସ ନୋଟିସ ଜାରି କରିଥିଲା ଆୟକର ବିଭାଗ । ପରେ ଆୟକର ବିଭାଗ ପକ୍ଷରୁ ଆଉ 3ଟି ନୋଟିସ ଜାରି କରାଯାଇଥିଲା । ଅର୍ଥାତ ବର୍ତ୍ତମାନ ସୁଦ୍ଧା ମୋଟ 3,567 କୋଟି ଟଙ୍କାର ଟ୍ୟାକ୍ସ ନୋଟିସ ପଠାଇଛି । 2014-15 (ପ୍ରାୟ 663 କୋଟି ଟଙ୍କା), 2015-16 (ପ୍ରାୟ 664 କୋଟି ଟଙ୍କା) ଏବଂ 2016-17 (ପ୍ରାୟ 417 କୋଟି ଟଙ୍କା) ଅଟେ । ଏଥି ସହିତ କଂଗ୍ରେସ ପାଇଁ ଅଭିଷେକ ମନୁ ସିଂଭି କହିଛନ୍ତି, 3500 କୋଟି ଟଙ୍କାର ଟ୍ୟାକ୍ସ ନୋଟିସ ଜାରି କରାଯାଇଛି । କିନ୍ତୁ ନିର୍ବାଚନ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ । ମୁଣ୍ଡ ଉପରେ 2024 ଲୋକସଭା ନିର୍ବାଚନ ରହିଥିବା ବେଳେ ଆୟକର ବିଭାଗ ସମସ୍ୟାକୁ ଦ୍ବିଗୁଣିତ କରିଥିଲା । ତେବେ କୋର୍ଟ ପକ୍ଷରୁ କଂଗ୍ରେସକୁ ଆଜି ଏକ ପ୍ରକାର ଆଶ୍ବସ୍ତି ମିଳିଛି ।

Last Updated : Apr 1, 2024, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.