ETV Bharat / bharat

ଜେଲରେ କଟିବ କେଜ୍ରିଓ୍ବାଲଙ୍କ ଚଳିତ ସପ୍ତାହ: ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ - KEJRIWAL APPEAL IN SC - KEJRIWAL APPEAL IN SC

Supreme Court Won't Hear Arvind Kejriwal Appeal Today: କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ମିଳିବନି ତ୍ବରିତ ଆଶ୍ବସ୍ତି । ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କିମ୍ବା ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ । ଏକାଧିକ ଚିଠି ଥିବାରୁ ସୋମବାରକୁ ଅପେକ୍ଷା । ଅଧିକ ପଢନ୍ତୁ

ଜେଲରେ କାଟିବ କେଜ୍ରିଓ୍ବାଲଙ୍କ ଚଳିତ ସପ୍ତାହ: ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ, ସୋମବାରକୁ ଅପେକ୍ଷା

author img

By ETV Bharat Odisha Team

Published : Apr 10, 2024, 5:12 PM IST

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ମାତ୍ର ଏହି ଆବେଦନର ଶୁଣାଣି ଆଜି ହେବନାହିଁ । ସୁପ୍ରିମକୋର୍ଟ ଏହି ଆବେଦନ ତ୍ବରିତ ଶୁଣାଣି ପାଇଁ କୌଣସି ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଫଳରେ ଆଜି ଏହି ମାମଲାର ତ୍ବରିତ ଶୁଣାଣି ହେବାର କୌଣସି ସମ୍ଭାବନା ନାହିଁ । ସୁପ୍ରିମକୋର୍ଟର କ୍ୟାଲେଣ୍ଡର ଅନୁସାରେ, ଆସନ୍ତାକାଲି ‘ଇଦ’ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରହିବ । ସେହିପରି ଶୁକ୍ରବାର ମଧ୍ୟ ଏକ ସ୍ଥାନୀୟ ଛୁଟି କାରଣରୁ କୋର୍ଟ ସଞ୍ଚାଳିତ ହେବନାହିଁ । ଶନିବାର ଓ୍ବିକ-ଏଣ୍ଡ ଓ ରବିବାର ସରକାରୀ ସପ୍ତାହିକ ଛୁଟି ରହିଛି । ତେଣୁ ସେହି ଆଧାରରେ କହିବାକୁ ଗଲେ ସମବାର ହିଁ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ବାଭାବିକ ହେବ । ତେଣୁ ଆସନ୍ତା ସପ୍ତାହରେ ହିଁ କେଜ୍ରିଓ୍ବାଲଙ୍କ ଆବେଦନକୁ ଶୁଣାଣି ସୂଚୀଭୁକ୍ତ କରାଯାଇପାରେ ।

ଗତକାଲି ଦିଲ୍ଲୀ ହାଇକୋର୍ଟ ଏହି କେଜ୍ରିଓ୍ବାଲଙ୍କ ଆବେଦନର ସଂରକ୍ଷିତ ରାୟ ପ୍ରକାଶ କରିଥିଲେ । କୋର୍ଟ କାର୍ଯ୍ୟାନୁଷ୍ଠାନକୁ ଉଚିତ ଦର୍ଶାଇବା ସହ କେଜ୍ରିଓ୍ବାଲଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ । କେଜ୍ରିଓ୍ବାଲଙ୍କ ଗିରଫଦାରୀ ପାଇଁ ଏକାଧିକ ବୈଧ କାରଣ ରହିଛି ବୋଲି କୋର୍ଟ ହୃଦୟଙ୍ଗମ କରିବା ପରେ ମାମଲା ଖାରଜ କରିଦେଇଥିଲେ । ଏହି ରାୟରେ ଅସହମତି ଦର୍ଶାଇ ଆମ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଗତକାଲି ସୂଚନା ଦେିସାରିଥିବା ବେଳେ ଆଜି ସର୍ବୋଚ୍ଚକୋର୍ଟରେ ମାମଲା ମଧ୍ୟ ଦାଏର ହୋଇଛି । ହେଲେ ସୁପ୍ରିମକୋର୍ଟ ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ କୌଣସି ସ୍ବତନ୍ତ୍ର ବେଞ୍ଚ ଗଠନ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ତେଣୁ କେଜ୍ରିଓ୍ବାଲ ଚଳିତ ସପ୍ତାହ ଜେଲରେ ହିଁ କାଟିବାକୁ ପଡ଼ିବ ।

ଏହା ମଧ୍ୟ ପଢନ୍ତୁ :- ମଦ ଦୁର୍ନୀତି ମାମଲା; ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ - Kejriwal Moves Supreme Court

ଅବକାରୀ ଘୋଟାଲା ମାମଲାରେ ଗତ ମାସ 21 ତାରିଖରେ ଗିରଫ ହେବା ପରେ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ଜେରା କରିସାରିଛି । ତାଙ୍କୁ ପ୍ରଥମେ ରାଉଜ ଅଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଏବେ ଦୁଇଟି ରିମାଣ୍ଡ ଶେଷ ହେବା ପରେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ତଳକୋର୍ଟଙ୍କ ରାୟକୁ କେଜ୍ରିଓ୍ବାଲ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କାଲି ତାଙ୍କୁ ସେଠାରୁ ନିରାଶ ହେବାକୁ ପଡିବା ପରେ ସେ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତଥାପି ସେଠାରୁ ମଧ୍ୟ କୌଣସି ତୁରନ୍ତ ଆଶ୍ବସ୍ତି ମିଳିବାର ସମ୍ଭାନା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.