ETV Bharat / bharat

Cyclone Asna: ଗୁଜୁରାଟରେ ବାତ୍ୟା 'ଆସନା' ଭୟ, ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ - IMD Predicts August Cyclone

author img

By ETV Bharat Odisha Team

Published : Aug 30, 2024, 7:34 AM IST

Updated : Aug 30, 2024, 9:27 AM IST

IMD Predicts Cyclone Asna In Gujarat: ଆରବ ସାଗରରେ ବାତ୍ୟା ଦାନା ବାନ୍ଧୁଥିବା ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ଗୁଜୁରାଟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଭିତରେ ଘାରିଲାଣି ବାତ୍ୟା ଭୟ ।

IMD Predicts Rare August Cyclone In Gujarat
IMD Predicts Rare August Cyclone In Gujarat (ETV Bharat Odisha & IMD)

ଗାନ୍ଧୀନଗର : ଗୁଜରାଟରେ ଜଳପ୍ରଳୟ । ଭୟଙ୍କର ବନ୍ୟାସ୍ଥିତି ଭିତରେ ଏବେ ବାତ୍ୟା ଆଶଙ୍କା ଦେଖାଦେଇଛି । ଆରବ ସାଗରରେ ବାତ୍ୟା ଦାନା ବାନ୍ଧୁଥିବା ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆଉ କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହେବାର ଆଶଙ୍କା ଥିବା ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ଏହା ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଥିବାବେଳେ କଚ୍ଚ ଓ ସୌରାଷ୍ଟ୍ର ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି ।

ଗୁଜୁରାଟରେ ଭୀଷଣ ବର୍ଷା:

ଗୋଟିଏ ପଟେ ସମୁଦ୍ର ଅଶାନ୍ତ ରହିଥିବାବେଳେ ଗୁଜୁରାଟରେ ଲାଗି ରହିଛି ଭୀଷଣ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଭୟଙ୍କର ବନ୍ୟା ସ୍ଥିତି:

ଗୁଜୁରାଟରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିବାବେଳେ ଏବେବି ଅନେକ ଲୋକ ଫସି ରହିଥିବା କୁହାଯାଉଛି ।

ଓଡ଼ିଶାକୁ ସତର୍କତା:

ବାତ୍ୟାର ପ୍ରଭାବରେ ଓଡ଼ିଶା ଓ କେରଳରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି IMD । ଯାହାକୁ ନଜରରେ ରଖି ସ୍କୁଲ କଲେଜ ଛୁଟି ଘୋଷଣା ସହ ଆଲର୍ଟରେ ବିଭିନ୍ନ ଜିଲ୍ଲା ପ୍ରଶାସନ । ଗତକାଲି (ଗୁରୁବାର) ଦ୍ବାରକାରେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ହେଲିକପ୍ଟର ଯୋଗେ ପହଞ୍ଚି 4 ଜଣଙ୍କୁ ଉଦ୍ଧାର କରିଥିଲା ବାୟୁସେନା । ଲଗାତାର ବର୍ଷା କାରଣରୁ ଭୀଷଣ ବନ୍ୟା ହୋଇଥିବାବେଳେ 28 ଜଣଙ୍କ ଜୀବନ ଗଲାଣି। ଏହା ପୂର୍ବରୁ NDRF ପ୍ରାୟ 95 ଜଣଙ୍କ ଜୀବନ ବଞ୍ଚାଇଛି । ଏବେବି ଅନେକ ଫସି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

IMD Predicts Rare August Cyclone In Gujarat
IMD Predicts Rare August Cyclone In Gujarat (IMD)

ଏହା ବି ପଢନ୍ତୁ...ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ମାସ ଶେଷରେ ପ୍ରବଳ ବର୍ଷା - Extremely Heavy Rainfall Alert

ଏହା ବି ପଢନ୍ତୁ...ଭଦ୍ରକରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ: ନିଷ୍କାସିତ ହୋଇପାରୁନି ବର୍ଷା ଜଳ, ବୁଡି ଯାଉଛି ଅଧା ସହର - heavy rainfall

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଯୋଗେ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ପ୍ରଭାବିତ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦୋଦରା ସ୍ଥିତ ବିଶ୍ବମିତ୍ର ନଦୀରେ ବନ୍ୟା କାରଣରୁ ଚିନ୍ତା ବଢିଛି। ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି।

ଏହା ବି ପଢନ୍ତୁ...ସ୍କୁଲ ସାମ୍ନାରେ ଲହଡି ଭାଙ୍ଗୁଛି ୨ ଫୁଟର ପାଣି, ଟ୍ରଲିରେ ବୁହା ହୋଇ ସ୍ୱାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ - water logging problem

Last Updated : Aug 30, 2024, 9:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.