ETV Bharat / bharat

Heavy Rain: ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ, 25 ମୃତ, 140 ଟ୍ରେନ ବାତିଲ, ସ୍ଲୁଲ-କଲେଜ ଛୁଟି - Telangana Andhra rain

author img

By ETV Bharat Odisha Team

Published : Sep 2, 2024, 10:28 AM IST

Updated : Sep 2, 2024, 11:31 AM IST

Telangana Andhra Heavy Rain: ଆନ୍ଧ୍ର ଓ ତେଲେଙ୍ଗାନାରେ ଲଘୁଚାପ ବର୍ଷା ପରେ ଦୁଇ ରାଜ୍ୟରେ ବନ୍ୟା ପରିସ୍ଥିତି । 25ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଶତାଧିକ ଟ୍ରେନ ବାତିଲ ହୋଇଛି । ଗମ୍ଭୀର ସ୍ଥିତିରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ,

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷାରେ ଧସିଲା ପାହାଡ, ଧୋଇ ହୋଇଗଲା ଟ୍ରେନ ଲାଇନ । ତୁହାକୁ ତୁହା ବର୍ଷା ହେବାରୁ ଉବୁଟୁବୁ ଦକ୍ଷିଣ ଭାରତର ଏହି ଦୁଇ ରାଜ୍ୟ । ବର୍ତ୍ତମାନ ବର୍ଷା ଯୋଗୁଁ ଦୁଇ ରାଜ୍ୟରେ 25 ଜଣଙ୍କର ମୃତ୍ୟୁ ହୋଇଛି । ଆଜି ମଧ୍ୟ ଦୁଇ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ରେର୍ଡ ଆଲର୍ଟ ଜାରି କରିଛି । ହାଇଦ୍ରାବାଦରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ଯୋଗୁଁ ଦୁଇ ରାଜ୍ୟର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଆଜି 6 ଟ୍ରେନ ବାତିଲ:

ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ପରିସ୍ଥିତି ଲୋକଙ୍କ ନିଦ ହଜାଇ ଦେଇଛି । ବର୍ଷା ପାଣିରେ ଅନେକ ସ୍ଥାନରେ ଟ୍ରେନ ଲାଇନ ବୁଡ଼ିଯାଇଛି । ଗତକାଲି(ରବିବାର) ପ୍ରାୟ 140 ଟ୍ରେନକୁ ବାତିଲ କରାଯାଇଥିବା ବେଳେ ଏକାଧିକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ଆଜି ମଧ୍ୟ ସମାନ ପରିସ୍ଥିତି ରହିଥିବାରୁ ସାଉଥ ସେଣ୍ଟ୍ରାଲ ରେଲଓ୍ବେ କିଛି ଟ୍ରେନ ବାତିଲ କରିବା ସହ କିଛି ଟ୍ରେନର ଗତିପଥ ଓ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରିଛି । ଆଜି 6 ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ 2ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ସେହିପରି 10ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ବର୍ଷା ଯୋଗୁଁ 17,000 ରୁ ଅଧିକ ବିପନ୍ନଙ୍କୁ 107ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି । ବର୍ଷା ଯୋଗୁଁ 1.1 ଲକ୍ଷ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-Train Cancelled: ଟ୍ରାକରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି; ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ଏସବୁ ଟ୍ରେନ ବାତିଲ - List Of Trains Cancelled

ଆନ୍ଧ୍ର-ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି:

ବର୍ଷା ଯୋଗୁଁ ଦୁଇ ରାଜ୍ୟ ଜଳମଗ୍ନ ହୋଇଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ଫଳରେ ଶହ ଶହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ବିତ୍ପାତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇ ରାଜ୍ୟର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଆଗାମୀ ଦିନରେ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାବା ନେଇ କହିଛନ୍ତି ମୋଦି ।

ବନ୍ୟା ଅଞ୍ଚଳ ବୁଲିଲେ ଚନ୍ଦ୍ରବାବୁ ନାଇଡୁ:

ଆନ୍ଧ୍ରରେ ବର୍ତ୍ତମାନ ସାମାନ୍ୟ ବର୍ଷା କମିଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହିଛି । ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି । ବିଜୟଓ୍ବାଡାରେ ବନ୍ୟା ପରିସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟଓ୍ବାଡାରେ ବନ୍ୟା ପରିସ୍ଥିତି ପରିସ୍ଥିତି ବୁଲି ଦେଖିଛନ୍ତି ।

Last Updated : Sep 2, 2024, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.