ETV Bharat / bharat

ଟ୍ରେନ ଛାଡିବାର ୫ ମିନିଟ୍‌ ପୂର୍ବରୁ ବୁକିଂ କରିପାରିବେ ଟିକଟ, କାଣନ୍ତୁ କେମିତି - Book Train Ticket Before Departure

author img

By ETV Bharat Odisha Team

Published : Aug 20, 2024, 8:10 PM IST

Updated : Aug 20, 2024, 9:14 PM IST

Book Train Ticket Before Departure: ଆପଣଙ୍କ ଜରୁରୀ ସମୟରେ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି, ହେଲେ ଟ୍ରେନ ଟିକଟ ମିଳୁନି । ଏବେ ଆଉ ଚିନ୍ତା କରିବାକୁ ପଡ଼ିବନି । କାରଣ ଟ୍ରେନ ଛାଡିବାର ୫ ମିନିଟ ପୂର୍ବରୁ ଟିକଟ ବୁକିଂ କରିପାରିବେ । ଜାଣନ୍ତୁ କେମିତି

Book Train Ticket Before Departure
Book Train Ticket Before Departure (ETV Bharat Odisha)

ନୂଆଦିଲ୍ଲୀ: କୌଣସି ଦୂରସ୍ଥାନକୁ ଯିବାକୁ ହେଲେ ଯାତ୍ରୀମାନେ ପ୍ରାୟତଃ ଟ୍ରେନରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । କାରଣ ଟ୍ରେନରେ ସୁବିଧାରେ ଦୂର ସ୍ଥାନକୁ ଯାତ୍ରା କରିହୁଏ । ଏହା ବ୍ୟତୀତ ଟ୍ରେନ ଭଡ଼ା ମଧ୍ୟ ବହୁତ କମ ମୂଲ୍ୟର ଥାଏ । ଏଥିପାଇଁ କୌଣସି ସ୍ଥାନକୁ ଯିବାକୁ ହେଲେ ଲୋକମାନେ କିଛି ମାସ ପୂର୍ବରୁ ଟିକଟ ବୁକ୍‌ କରନ୍ତି । ହେଲେ ବେଳେ ବେଳେ ହଠାତ କୌଣସି କାର୍ଯ୍ୟ ପାଇଁ ଶୀଘ୍ର ଯିବାକୁ ପଡ଼େ । ଏଭଳି ସ୍ଥିତିରେ ଆମେ ତତ୍‌କାଳ ଟିକଟ ବୁକିଂ କରିଥାଉ । ଟ୍ରେନ ଛାଡିବାର କିଛି ଘଣ୍ଟା ପୂର୍ବରୁ ଏହି ଟିକଟ ଉପଲବ୍ଧ ହୋଇଥାଏ । ହେଲେ ଆପଣମାନେ କ'ଣ ଜାଣିଛନ୍ତି କି ଟ୍ରେନ ଛାଡିବାର ୫ ମିନିଟ୍‌ ପୂର୍ବରୁ ମଧ୍ୟ ଆପଣମାନେ ଟିକଟ ବୁକ କରିପାରିବେ । ଭାରତାୟ ରେଳ ବିଭାଗ ଏହି ସୁବିଧା ଯୋଗାଇ ଦେଉଛି ।

୨ଟି ଚାର୍ଟ ପ୍ରସ୍ତୁତ କରେ ରେଳ ବିଭାଗ :

ଅନେକ ଲୋକ ଟ୍ରେନ ଟିକଟ ବୁକିଂ କରିଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଟିକଟ ବାତିଲ କରନ୍ତି । ଫଳେର ଟ୍ରେନରେ ଅନେକ ସିଟ ଖାଲି ହୋଇଯାଏ । ଏଭଳି ସମୟରେ ରେଳ ବିଭାଗ ଖାଲି ସିଟ ପାଇଁ ଟିକଟ ବିକ୍ରି କରିଥାଏ । ରେଳ ବିଭାଗ ପ୍ରତ୍ୟେକ ଟ୍ରେନ ଟିକଟ ବୁକିଂ କନଫର୍ମ କରିବା ପାଇଁ ୨ଟି ଚାର୍ଟ ପ୍ରସ୍ତୁତ କରେ । ପ୍ରଥମ ଚାର୍ଟଟି ଟ୍ରେନ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୁଏ । ଏହାସହ ଟ୍ରେନ ଛାଡ଼ିବାର କିଛି ମିନିଟ୍‌ ପୂର୍ବରୁ ମଧ୍ୟ ଚାର୍ଟ ପ୍ରସ୍ତୁତ ହୁଏ । ପୂର୍ବରୁ ଟ୍ରେନ୍ ଟିକେଟ୍ ବୁକିଂ ମାତ୍ର ଅଧ ଘଣ୍ଟା ପୂର୍ବରୁ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ରେଳ ବିଭାଗ ମାତ୍ର ୫ ମିନିଟ୍‌ ପୂର୍ବରୁ ଟିକଟ ବୁକିଂ କରିବା ସୁବିଧା ଯୋଗାଉଛି । ତେଣୁ ଯଦି ଆପଣଙ୍କୁ ତୁରନ୍ତ କୌଣସି ସ୍ଥାନକୁ ଯାତ୍ରା କରିବାର ଅଛି ତେବେ ୫ ମିନିଟ ପୂର୍ବରୁ ଅଫଲାଇନ କିମ୍ବା ଅନଲାଇନ ମାଧ୍ୟମରେ ଟିକଟ ବୁକିଂ କରିପାରିବେ ।

କେମିତି ବୁକ୍‌ କରିବେ ଟିକଟ:

ଟ୍ରେନ ଟିକଟ ବୁକ କରିବାକୁ ହେଲେ ପ୍ରଥମେ ଚେକ୍‌ କରନ୍ତୁ ଯେ, କେତେଟି ସିଟ୍‌ ଉପଲବ୍ଧ ଅଛି । ଏଥିପାଇଁ ରେଳ ବିଭାଗ ଦ୍ବାରା ପ୍ରସ୍ତୁତ ଅନଲାଇନ ଚାର୍ଟକୁ ଦେଖିବାକୁ ପଡ଼ିବ । ଏଥିପାଇଁ ପ୍ରଥମେ IRTCT ଆପ୍‌ ଖୋଲି ଟ୍ରେନ ସିମ୍ବଲ ଉପରେ କ୍ଲିକ କରିବାକୁ ପଡ଼ିବ । ସେଠାରେ ଖାଲି ଥିବା ସିଟ୍‌ର ତାଲିକା ଦେଖାଯିବ । ଏହା ବ୍ୟତୀତ ଅନଲାଇନ ଚାର୍ଟ ୱେବସାଇଟକୁ ଯାଇ କୋତୋଟି ସିଟ ଉପଲବ୍ଧ ଅଛି ଚେକ୍‌ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ଓ୍ବେଟିଂ ଟିକେଟ କାଟି ଟ୍ରେନ ଯାତ୍ରା ବନ୍ଦ ! ଆସିଲା ନୂଆ ନିୟମ, ସିଟ୍ ଖାଲି ଥିଲେ କଣ କରିବେ ଜାଣନ୍ତୁ - TRAIN WAITING TICKET NEW RULES

୧. ଅନଲାଇନ ଚାର୍ଟ ୱେବସାଇଟରେ ଟ୍ରେନର ନାମ, ନମ୍ବର, ତାରିଖ, ବୋର୍ଡିଂ ଷ୍ଟେସନ୍‌ ଡେଟେଲ ଏଣ୍ଟର କରନ୍ତୁ । ପରେ ଗେଟ ଟ୍ରେନ ଚାର୍ଟ (Get Train Chart) ଉପରେ କ୍ଲିକ କରନ୍ତୁ

୨. ଏହାପରେ ଫାଷ୍ଟ ଏସି (First AC), ସେକେଣ୍ଡ ଏସି (Second AC), ଥାର୍ଡ ଏସି (Third AC), Chair Car ଓ Sleeper Classରେ ଖାଲିଥିବା ସିଟ୍‌ର ଡିଟେଲ ଦେଖିପାରିବେ ।

୩. ଏହାପରେ କୋଚ ନମ୍ବର (coach number) ଓ ଟ୍ରେନ ବେର୍ଥ ( berths) ଡିଟେଲ ଦେଖିପାରିବେ ।

୪. ଯଦି ଟ୍ରେନରେ ସିଟ୍‌ ନଥିବ ଏହା ଶୂନ (Zero) ଦେଖାଇବ ।

୫. ଟ୍ରେନ ଯାତ୍ରା ଆରମ୍ଭ କରୁଥିବା ଷ୍ଟେସନରୁ ଯେଉଁମାନେ ଯାତ୍ରା ଆରମ୍ଭ କରୁଛନ୍ତି, ଏହି ସୁବିଧା ସେମାନଙ୍କ ପାଇଁ ବହୁତ ଉପଯୋଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2024, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.