ETV Bharat / bharat

ଆସିଲା ନୂଆ ନିୟମ: ଘରେ ଏତିକି ସୁନା ରଖି ପାରିବେ ମହିଳା, ନଚେତ ତଣ୍ଡ ଗଣିବେ - GOLD

How much gold keep at home ? ଘରେ ଅଧିକ ପରିମାଣରେ ସୁନା ରଖୁଥିଲେ ସାବଧାନ । ଜଣେ ମହିଳା କେତେ ପରିମାଣର ସୁନା ରଖିପାରିବେ ସେନେଇ ଆସିଲା ନୂଆ ନିୟମ । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Jul 9, 2024, 2:04 PM IST

Updated : Jul 9, 2024, 2:42 PM IST

HOW MUCH GOLD KEEP AT HOME
HOW MUCH GOLD KEEP AT HOME (ETV BHARAT ODISHA)

ନୂଆଦିଲ୍ଲୀ: ସୁନା କିଣିବା କାହାରବା ପସନ୍ଦ ନୁହେଁ । କିଣିବା ଠାରୁ ତାକୁ ପରିଧାନ କରିବା ମହିଳାଙ୍କର ଅଧିକ ପ୍ରିୟ । ସୁନାର ହାର ହେଉ କି, ମୁଦି ବା ଚୁଡି ପ୍ରତ୍ୟେକ ମହିଳା ଶୃଙ୍ଗାର ପାଇଁ ଏହାକୁ ପରିଧାନ କରନ୍ତି । କେବଳ ମହିଳା କାହିଁ ଯୁବତୀ, ପୁରୁଷ ଓ ଛୋଟ ପିଲା ମାନେ ମଧ୍ୟ ସୁନା ପରିଧାନ କରନ୍ତି । ଗରିବ ହେଉ କି ଧନି ସମସ୍ତଙ୍କ ଘରେ କିଛି ନା କିଛି ସୁନା କିଣି ରଖିଥାନ୍ତି । ଏମିତିକି କେହି କେହି ଗୋଲ୍ଡ କଏନ ଘରେ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ମାନେ ଜାଣିନ୍ତି କି ଘରେ କେତେ ପରିମାଣର ସୁନା ରଖି ପାରିବେ । ଏଥି ପାଇଁ କିଛି ନିୟମ ରହିଛି । ଏହା ଆପଣ ଜାଣିବା ଜରୁରୀ । ନଚେତ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଭାରତରେ ସୁନା କ୍ରୟ, ସଂରକ୍ଷଣ ଏବଂ ଟାକ୍ସ ନିୟମ: ଭାରତରେ ସୁନା କ୍ରୟ ଏବଂ ଘରେ ସୁନା ସଂରକ୍ଷଣ ସମ୍ବନ୍ଧରେ ସରକାର ନୂଆ ନିୟମ ଆଣିଛନ୍ତି। ଏହି ନିୟମ ଅନୁଯାୟୀ, ଜଣେ ବିବାହିତା ମହିଳାଙ୍କୁ ଘରେ 500 ଗ୍ରାମ ସୁନା ରଖିବାକୁ ଅନୁମତି ଦିଆଯାଇଛି।

ଘରେ କେତେ ସୁନା ରଖିପାରିବେ? : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଅନୁଯାୟୀ, ଆପଣ ଘରେ ନିର୍ଦ୍ଧିଷ୍ଟ ପରିମାଣର ସୁନା ଘରେ ରଖିପାରିବେ। ଆପଣଙ୍କ ପାଖରେ କେତେ ପରିମାଣର ସୁନା ଅଛି ଓ ଏହାକୁ କେତେ ଟଙ୍କାରେ କିଣିଛନ୍ତି, ତାର ପ୍ରମାଣ ରଖିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ-ବ୍ରିଟେନରୁ ଫେରିଲା ସୁନା, ଭାରତ କାହିଁକି ସୁନାକୁ ବିଦେଶୀ ଟ୍ରାଜେରୀରେ ରଖେ ଜାଣନ୍ତୁ - RBI STORE ITS GOLD RESERVES

କେତେ ପରିମାଣରେ ସୁନା ରଖି ପାରିବେ ?: ଆୟକର ନିୟମ ଅନୁଯାୟୀ ଗୋଟିଏ ପରିବାରେ ଜଣେ ବିବାହିତା ମହିଳା ପାଖରେ 500 ଗ୍ରାମ ସୁନା ରଖିପାରିବେ। ଜଣେ ଯୁବତୀ ନିଜ ପାଖରେ250 ଗ୍ରାମ ସୁନା ରଖିପାରିବେ ଓ ଜଣେ ପୁରୁଷ ମାତ୍ର 100 ଗ୍ରାମ ସୁନା ରଖିବାକୁ ଅନୁମତି ଦିଆଯାଇଛି ।

ସୁନା ରଖିବା ଉପରେ ଟ୍ୟାକ୍ସ ଦେବାକୁ ପଡେ କି ?: ଘରେ ସୁନା ରଖିଲେ କୌଣସି ଟ୍ୟାକ୍ସ ଦେବାକୁ ପଡେ ନାହିଁ । କିନ୍ତୁ ସୁନା ବିକ୍ରୟ କଲେ ଏହା ଉପରେ ଟ୍ୟାକସ ଦେବାକୁ ପଡିବ ।

ତିନି ବର୍ଷ ପରେ ସୁନା ବିକ୍ରୟ କଲେ କେତେ ଟ୍ୟାକ୍ସ ଦେବାକୁ ପଡିବ ? ଯଦି ଆପଣ ସୁନା କିଣୁଛନ୍ତି ଓ ଏହାକୁ 3 ବର୍ଷ ପରେ ବିକ୍ରି କରନ୍ତି ତେବେ ଲାଭ ଉପରେ ଏଲସିଜି ( Long-Term Capital Gains ) ଟ୍ୟାକ୍ସ ଲାଗିବ । ଏହାର ଦର 20 ପ୍ରତିଶତ ଅଟେ ।

Last Updated : Jul 9, 2024, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.