ETV Bharat / bharat

ପ୍ରାଣ ପ୍ରତିଷ୍ଠାକୁ ପୁରିଲା 3 ମାସ, ଏଯାବତ କେତେ ଭକ୍ତ କଲେଣି ରାମଲାଲାଙ୍କ ଦର୍ଶନ ? - Devotees visited Ayodhya Till now - DEVOTEES VISITED AYODHYA TILL NOW

Devotees visited Ayodhya Till now: ଐତିହାସିକ ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଜି ପୁରିଲା 3 ମାସ । ତେବେ ଏଯାବତ କେତେ ଭକ୍ତ ଦର୍ଶନ କଲେଣି ଜାଣନ୍ତୁ

Devotees visited Ayodhya Till now
Devotees visited Ayodhya Till now
author img

By ANI

Published : Apr 22, 2024, 9:04 PM IST

ଅଯୋଧ୍ୟା: ଚଳିତ ବର୍ଷ ଜାନୁଆରୀ 22 ତାରିଖରେ ହୋଇଥିଲା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ସାରା ଦେଶ ହୋଇପଡ଼ିଥିଲା ଉତ୍ସବ ମୁଖର । ପ୍ରାଣ ପ୍ରତିଷ୍ଠା ପରଠାରୁ ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଜମୁଛି । ଆଜି ଏହି ଐତିହାସିକ ଦିବସକୁ 3 ମାସ ପୁରିଛି । ତେବେ 3 ମାସ ପୂର୍ତ୍ତି ଅବସରରେ ଏଯାବତ କେତେ ଜଣ ଭକ୍ତ ରାମଲାଲାଙ୍କ ଦର୍ଶନ କଲେଣି ସେ ନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାଏ ।

ଏନେଇ ଚମ୍ପତ ରାଏ କହିଛନ୍ତି, " ପ୍ରତିଦିନ ପ୍ରାୟ 1 ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ଜାନୁଆରୀ 22 ତାରିଖ ପ୍ରାଣ ପ୍ରତିଷ୍ଠା ଦିନଠାରୁ ପ୍ରାୟ ଦେଢ କୋଟି ଭକ୍ତ ଦର୍ଶନ କଲେଣି ।" ଆଗାମୀ ଦିନରେ ମନ୍ଦିର ଚତୁଃପାର୍ଶ୍ବରେ 14 ଫୁଟ ଉଚ୍ଚ ପାଚେରୀ ନିର୍ମାଣ କରାଯିବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ସମୟରେ କେବଳ ତଳ ମହଲା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଆଗାମୀ ଦିନରେ 14 ଫୁଟ ଉଚ୍ଚର ଯେଉଁ ପାଚେରୀ ମନ୍ଦିର ଚାରିପାଖରେ ନିର୍ମାଣ ହେବାକୁ ଯାଉଛି, ତାହାର ନାମ ରଖାଯାଇଛି 'ପରକୋଟା' । ମନ୍ଦିର ପରିସରରେ ପରକୋଟା ମଧ୍ୟରେ ଆଉ 6ଟି ଅତିରିକ୍ତ ମନ୍ଦିର ନିର୍ମାଣ କରାଯିବ ।

ଏହା ବି ପଢନ୍ତୁ- ମଣି ଭଳି ଚମକିଲା ରାମଲାଲାଙ୍କ ମସ୍ତକ, ରାମ ନବମୀରେ ଭକ୍ତ କରିବେ ଅପୂର୍ବ ଦର୍ଶନ

ପରକୋଟା ମଧ୍ୟରେ କେଉଁ ମନ୍ଦିର ନିର୍ମିତ ହେବ ?:- ପରକୋଟା ମଧ୍ୟରେ ନିର୍ମାଣ ହେବାକୁ ଥିବା 6ଟି ମନ୍ଦିରରେ ମଧ୍ୟରେ ପ୍ରଭୁ ଶଙ୍କର, ସୂର୍ଯ୍ୟ ପୂଜା ପାଇବେ । ଏହାସହିତ ଗର୍ଭଗୃହ ଓ ପ୍ରଭୁ ବଜରଙ୍ଗ ବଲ୍ଲୀ ଓ ମା' ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ରହିବ । ଏହାସହିତ ମନ୍ଦିର ପରିସରରେ ମହାଋଷି ବାଲ୍ମିକୀ, ମହାଋଷି ବଶିଷ୍ଠ, ମହାଋଷି ବିଶ୍ବାମିତ୍ର, ମହାଋଷି ଅଗସ୍ତ୍ୟଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯିବ । ଏହାବାଦ ନିଶଦ ରାଜ, ମା' ସବରୀ, ମା' ଅହଲ୍ୟା ଓ ଜଟାୟୁଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯିବ ।

ତୀର୍ଥଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା:- ଅଯୋଧ୍ୟା ରାମ ମନ୍ଦିରରେ ତୀର୍ଥଯାତ୍ରୀଙ୍କ ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି । ପ୍ରାୟ 25 ହଜାର ତୀର୍ଥଯାତ୍ରୀ ଏକାଥରେ ନିଜ ଆବଶ୍ୟକୀୟ ସାମଗ୍ରୀ ସହିତ ରହିପାରିବେ । ଏନେଇ ଚମ୍ପତ ରାଏ କହିଛନ୍ତି, " ଏଠାରେ ବୃକ୍ଷଲତା ସୁରକ୍ଷିତ ରହିଛି । ମନ୍ଦିର ପରିସରରେ ପ୍ରାୟ 600 ଗଛ ରହିଛି । ମନ୍ଦିର ନିର୍ମାଣ ନେଇ ଏଠାକାର ବାସୀଙ୍କ କୌଣସି ସମସ୍ୟା ନାହିଁ । ଅତିରିକ୍ତ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାବାସୀଙ୍କୁ କୌଣସି ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ ।"

ସୂଚନା ଥାଉ କି ଚଳିତ ବର୍ଷ ଏପ୍ରିଲ 17 ତାରିଖରେ ସାରା ଦେଶରେ ପାଳିତ ହୋଇଥିଲା 'ରାମ ନବମୀ' । ଏହି ଅବସରରେ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.