ଚେନ୍ନାଇ : NIOT ଚେନ୍ନାଇ ନିକଟରେ ଏକ କମାଲ କରିଛି । 7 ବର୍ଷ ପରେ ମିଳିଛି ନିଖୋଜ ବିମାନର ଅଂଶବିଶେଷ । ଚେନ୍ନାଇସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (NIOT) ଦ୍ୱାରା ବଙ୍ଗୋପସାଗରରେ ଏକ ମିଶନ କରାଯାଇଥିଲା। ଏହି ସମୟରେ ନିଖୋଜ ବିମାନର ଧ୍ବଂସାବଶେଷ ମିଳିବାରେ ସଫଳ ହୋଇପାରିଥିଲେ ଟିମ୍ । ଖଣିଜ ପଦାର୍ଥ ଖୋଜିବା ସମୟରେ 2016 ମସିହାରେ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲା ଏହି ବିମାନ । ବିମାନରେ 29 ଜଣ ଯାତ୍ରୀ ରହିଥିବା ବେଳେ କାହାରି ମୃତଦେହ ମଧ୍ୟ ମିଳିପାରିନଥିଲା ।
NIOT ଟିମ୍ 30 ଘଣ୍ଟାରେ ଯାହା କରିବାରେ ସକ୍ଷମ ହୋଇଥିଲା ତାହା ଆଜି ପର୍ଯ୍ୟନ୍ତ ଅର୍ଥାତ 7 ବର୍ଷ ଧରି କରିବାରେ ସକ୍ଷମ ହୋଇପାରି ନଥିଲେ। 7ବର୍ଷ ପୂର୍ବରୁ ନିଖୋଜ ହୋଇଥିବା IAF An-32 ବିମାନର ଧ୍ବସାଂବଶେଷକୁ ଚଳିତମାସ ପ୍ରାରମ୍ଭରେ NIOT ର OME(Ocean Mineral Explorer) 6000, ଏକ ସ୍ୱୟଂଶାସିତ ଅଣ୍ଡର ୱାଟର ଯାନ (AUV)କୁ ମିଳିଥିଲା । ଏହି ଆବିଷ୍କାର ସମୁଦ୍ର ଅନ୍ବେଷଣ ଅଭିଯାନରେ ଭାରତର ଟେକ୍ନୋଲୋଜି ବିକାଶର ପ୍ରତୀକ ହୋଇପାରିଛି। ତେବେ ବିମାନର ଅଂଶବିଶେଷ ମିଳିବା ପରେ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । NIOT ଚେନ୍ନାଇ ପାଖରେ କେଉଁ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି ? କିପରି ଠାବ ହେଲା ବିମାନ ?
2016 ମସିହାରେ କଣ ହୋଇଥିଲା: ବାୟୁସେନା ବିମାନ ଆଣ୍ଟୋନୋଭ AN-32 ବିମାନ 29 ପ୍ରତିରକ୍ଷା କର୍ମଚାରୀଙ୍କୁ ନେଇ 22 ଜୁଲାଇ 2016 ମସିହାରେ ବଙ୍ଗୋପସାଗରରେ ରହସ୍ୟମୟ ଭାବରେ ଅଦୃଶ୍ୟ ହୋଇଯାଇଥିଲା । AN-32 ହେଉଛି ଏକ ଟର୍ବୋପ୍ରୋପ୍ ଟ୍ୱିନ୍-ଇଞ୍ଜିନ ଯୁକ୍ତ ସାମରିକ ବିମାନ ଯାହା ପ୍ରତିକୂଳ ପାଗରେ ମଧ୍ୟ ଉଡାଣ ଭରିବାରେ ସକ୍ଷମ ହୋଇଥାଏ । ଓପ ମିଶନରେ ଥିବା ବିମାନଟି ଜୁଲାଇ 22 ତାରିଖ ସକାଳ ପ୍ରାୟ 8ଟା 30 ମିନିଟ ସମୟରେ ଚେନ୍ନାଇର ତାମ୍ବରାମ ଏୟାରଫୋର୍ସ ଷ୍ଟେସନରୁ ଉଡାଣ ଭରିଥିଲା । ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାରରେ 11ଟା45 ରେ ପହଞ୍ଚିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଚେନ୍ନାଇଠାରୁ ପ୍ରାୟ 280 କିଲୋମିଟର ଦୂରରେ ଥିବାବେଳେ ଭାରତୀୟ ବାୟୁସେନା ଅଧିକାରୀମାନେ ବିମାନ ସହିତ ଯୋଗାଯୋଗ ହରାଇଥିଲେ।
ବିମାନରେ ଥିବା 29 ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ମଧ୍ୟରୁ 6 ଜଣ କ୍ରୁ ସଦସ୍ୟ, 11 ଜଣ ଭାରତୀୟ ବାୟୁସେନା କର୍ମଚାରୀ, ଦୁଇ ଜଣ ସୈନିକ ଏବଂ ନୌସେନା ଅର୍ଡାନ୍ସ ଡିପୋରେ ଲାଗିଥିବା ଆଠ ଜଣ କର୍ମଚାରୀ ସାମିଲ ରହିଥିଲେ। AN-32 ବିମାନ ସହିତ କଣ ଘଟିଲା ତାହା ଜାଣିବା ପାଇଁ ଏକାଧିକ ବିମାନ, ବୁଡା ଜାହାଜ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମାତ୍ର କୌଣସି ସୁଫଳ ମିଳିନଥିଲା । ଶେଷରେ ସେପ୍ଟେମ୍ବର 15 ତାରିଖରେ ବିମାନରେ ଥିବା 29 ଜଣଙ୍କ ପରିବାରକୁ ଚିଠି ଲେଖି ସେମାନଙ୍କୁ ମୃତ ଘୋଷଣା କରିଥିଲା ଭାରତୀୟ ବାୟୁସେନା । ତେବେ ଦୀର୍ଘ ସାତ ବର୍ଷ ପରେ NIOT ର AUV(ସ୍ବୟଂଚାଳିତ ଅଣ୍ଡରୱାଟର ଯାନ) ଚେନ୍ନାଇ ଉପକୂଳଠାରୁ 310 କିଲୋମିଟର ଦୂରରେ AN-32 ବିମାନର ଧ୍ୱଂସାବଶେଷ ପାଇଲା । ତେବେ ଏହି ଅଂଶବିଶେଷ AN-32 ବିମାନର ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହା ମଧ୍ୟ ପଢନ୍ତୁ: 7 ବର୍ଷ ପରେ ମିଳିଲା ନିଖୋଜ ଏୟାରକ୍ରାଫ୍ଟ AN32ର ଭଗ୍ନାବଶେଷ, ଥିଲେ 29ଜଣ
କିଭଳି ଧ୍ବସାଂବଶେଷ ପାଇଲା OME 6000: ଗଭୀର ସମୁଦ୍ର ଭିତରୁ ସର୍ଚ୍ଚ ଅପରେସନରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲେ ଇଟିଭି ଭାରତ ଟିମ୍ । OME-6000 ସ୍ୱୟଂଶାସିତ ଅଣ୍ଡର ୱାଟର ଯାନକୁ ଅନୁମତି ପ୍ରଦାନ କରାଯାଇଥିଲା। ତେବେ ଦୀର୍ଘ 30 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ବିମାନର ଧ୍ବସାଂବଶେଷ ପାଇଥିଲେ ବୈଜ୍ଞାନିକ । ସ୍ବୟଚାଳିତ ଅଣ୍ଡର ୱାଟର ଯାନ (AUV) ବିମାନର ଧ୍ୱଂସାବଶେଷ ଚିହ୍ନଟ କରିବାରେ ସଫଳ ହୋଇଥିଲା। ତେବେ ଏହି ବିମାନର ଲମ୍ବ 6.6 ମିଟର, ପ୍ରସ୍ଥ 0.875 ମିଟର ଏବଂ ଏହାର ଓଜନ 2 ଟନ ଅଟେ । ବିମାନର ଧ୍ୱଂସାବଶେଷ ଖୋଜିବା ପାଇଁ ଅର୍ଥାତ ଏହାର କାର୍ଯ୍ୟକାରୀ ସାମର୍ଥ୍ୟ 48 ଘଣ୍ଟା ରହିଥିବା ବେଳେ ମାତ୍ର 30 ଘଣ୍ଟାରେ ଅପରେସନ ସଫଳ ହୋଇଥିଲା ।
NIOT ବୈଜ୍ଞାନିକ ଡ. ଏନଆର ରମେଶଙ୍କ ସୂଚନା ଅନୁଯାୟୀ, ଜୀବ ଏବଂ ନିର୍ଜିବ ବସ୍ତୁକୁ ଖୋଜିବା ପାଇଁ ଅନୁଷ୍ଠାନ ନିକଟରେ ଟେକ୍ନୋଲୋଜି ବିକଶିତ କରିବାର ଅଧିକାର ରହିଛି । ସମୁଦ୍ର ତଳେ ଉପଲବ୍ଧ ରହିଥିବା ଖଣିଜ ପଦାର୍ଥ ଅନୁସନ୍ଧାନ ପାଇଁ NIOT ଏକ ସ୍ୱୟଂଶାସିତ ଅଣ୍ଡର ୱାଟର ଯାନ ବିକଶିତ କରିଛି । ଯାହା 6,000 ମିଟର ଗଭୀରତାକୁ ଯିବାକୁ ସକ୍ଷମ ହୋଇପାରିବ । "
ଡ. ରମେଶ ଆହୁରି ମଧ୍ୟ କହିଛନ୍ତି, "ବଙ୍ଗାପସାଗରର 3ହଜାର 400 ମିଟର ଗଭୀରତାରେ UAV କିଛି ବସ୍ତୁର ଚିତ୍ରକୁ କଏଦ କରିଥିଲା । ଏହି ଛବିକୁ ବିଶ୍ଲେଷଣ କରିବା ସମୟରେ ଆମେ ଜାଣିବାକୁ ପାଇଲୁ ଯେ, ଏହା 2016ରେ ନିଖୋଜ ହୋଇଥିବା ବିମାନର ଅଂଶବିଶେଷ ।" ଏହାପରେ NIOT ଅଧିକ ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେଇଥିଲା । ବସ୍ତୁର ଫଟୋ ଉଠାଇବା ପାଇଁ ଆମେ ସମୁଦ୍ର ନିକଟକୁ ଯାଇଥିବା ନେଇ ଏନଆଇଓଟି ବୈଜ୍ଞାନିକ କହିଛନ୍ତି। ତେବେ ଏହି ଫଟୋକୁ ପ୍ରତିରକ୍ଷା ବିଭାଗ ଏବଂ ବାୟୁସେନା ପକ୍ଷରୁ ମିଧ୍ୟ ନିଶ୍ଚିତ କରିଛନ୍ତି । 2016ରେ ନିଖୋଜ ହୋଇଥିବା AN-32 ବିମାନର ଅଂଶବିଶେଷ ବୋଲି MOD ପକ୍ଷରୁ ସୁନିଶ୍ଚିତ କରାଯାଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି ।
ଇଟିଭି ଭାରତ ସହ ମିଶନ ବିଷୟରେ ଆଲୋଚନା କରି NIOT ନିର୍ଦ୍ଦେଶକ ଜିଏ ରାମଦାସ କହିଛନ୍ତି, ଜୀବ ଏବଂ ନିର୍ଜିବ ବସ୍ତୁକୁ ଖୋଜିବା ଏବଂ ସାମୁଦ୍ରିକ ସମ୍ବଳ ଖୋଜିବା ପାଇଁ ଟେକ୍ନୋଲୋଜିର ବିକାଶ କରିବା ପାଇଁ ଏହି ଅନୁଷ୍ଠାନ ସର୍ବଦା କାର୍ଯ୍ୟ କରି ଆସିଛି । ଏନେଇ ଆମେ ଏଭଳି ଏକ ଟେକ୍ନୋଲୋଜିର ବିକାଶ କରିଛୁ ଯାହା 5000 ମିଟର ଗଭୀରକୁ ଯାଇ ଅନୁସନ୍ଧାନ କରିପାରିବ । ଏକ ମାନବ ବିହୀନ ଯାନକୁ ବିକଶିତ କରାଯାଇଛି। କିନ୍ତୁ ବର୍ତ୍ତମାନ ଏକ ନୂଆ ଟେକ୍ନୋଲୋଜିକୁ ଆପଣାଇ ଆମେ କାର୍ଯ୍ୟ ଜାରି ରଖିଛୁ । ଯେଉଁ ଯାନ 3ଯାତ୍ରୀ 6 କିଲୋମିଟର ଗଭୀରତାକୁ ନେଇ ଅନୁସନ୍ଧାନ କରିପାରିବ ।"
କିଭଳି କାର୍ଯ୍ୟ କରେ AUV: ମାନବଯୁକ୍ତ ଏବଂ ମାନବ ବିହୀନ ଯାନ ବ୍ୟତୀତ ସ୍ୱୟଂଶାସିତ ଅଣ୍ଡର ୱାଟର ଯାନ (AUV) ଗଭୀର ସମୁଦ୍ରରେ ଅନୁସନ୍ଧାନରେ ବ୍ୟବହୃତ ହୋଇଥାଏ । AUVପ୍ରି-ପ୍ରୋଗ୍ରାମ ହୋଇଥିବା ରୋବଟ ଅଟେ । ଯାହା କେବୁଲ ମଦରସିପ ସହିତ ସଂଯୁକ୍ତ ହୁଏ ନାହିଁ । ଏହା ଗଭୀର ଜଳରାଶିରେ କାର୍ଯ୍ୟ କରିପାରେ। ଲଞ୍ଚ ପୂର୍ବରୁ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିଥାଏ ।
ଏନେଇ NIOT ନିର୍ଦ୍ଦେଶକ କହିଛନ୍ତି, "AUV ଦ୍ବାରା ଅନେକ ତଥ୍ୟ ସଂଗ୍ରହ କରିପାରିବା ସହିତ କୌଣସି ସ୍ଥାନର ଫଟୋ ଉତ୍ତଳୋନ କରିପାରିବାରେ ସକ୍ଷମ ହୋଇଥାଉ । ଏୟୁଭିର ବ୍ୟବାହର ପାଇଁ ନାଭିଗେସନ ସିଷ୍ଟମର ବ୍ୟବହାର କରୁଛୁ । ଭାରତ ମହାସାଗରରେ ପଲିମେଟାଲିକ୍ ନୋଡ୍ୟୁଲ ଏବଂ ହାଇଡ୍ରୋଥର୍ମାଲ୍ ସଲଫାଇଟ୍ ଏବଂ ବଙ୍ଗୋପସାଗରରେ ଗ୍ୟାସ୍ ହାଇଡ୍ରେଟ୍ ଅନୁସନ୍ଧାନ ପାଇଁ NIOT ଦ୍ୱାରା ଏହାକୁ ବିକଶିତ କରାଯାଇ ବ୍ୟବହାର କରାଯାଇଥିଲା । ପଲିମେଟାଲିକ୍ ନୋଡ୍ୟୁଲ୍ସ, ଯାହା ମାଙ୍ଗାନିଜ୍ ନୋଡ୍ୟୁଲ୍ସ ଭାବରେ ମଧ୍ୟ ଜଣାଶୁଣା । ସମୁଦ୍ର ଗଭୀରରେ ଅବସ୍ଥିତ ଏକ କୋର ଚାରିପାଖରେ ଲୁହା ଏବଂ ମାଙ୍ଗାନିଜ୍ ହାଇଡ୍ରକ୍ସାଇଡର ବ୍ୟାପକ ସ୍ତର ଦ୍ବାରା ଗଠିତ ହୋଇଥାଏ । "
ସେ ଆହୁରି ମଧ୍ୟ କହିଛନ୍ତି ଯେ, " ଏହି ଯାନକୁ ବିକଶିତ କରିବା ପରେ କାର୍ଯ୍ୟରେ ବ୍ୟବହାର କରିବା ପୂର୍ବରୁ ଟ୍ରାଏଲ କରାଯାଇଥିଲା । ଏହି ଯାନକୁ ବଙ୍ଗୋପସାଗରରେ 3500 ମିଟର ଗଭୀରତାରେ ଟେଷ୍ଟ କରିଥିଲୁ । ଯେତେବେଳେ ଆମେ ଫଟୋଗୁଡ଼ିକୁ ବିଶ୍ଲେଷଣ କରିଲୁ, ସେତେବେଳେ କିଛି ବସ୍ତୁ ରହିଥିଲା ଭଳି ନଜର ଆସିଥିଲା । ତେବେ ବିଶ୍ଳେଷଣ କରି ଆମେ ଜାଣିବାକୁ ପାଇଲୁ ଯେ, ଏହା ବିମାନର ଅଂଶବିଶେଷ ଅଟେ ।" OME-6000ର ହାଇ ରେଜୋଲୁସନ ମ୍ୟାପିଂ କ୍ଷମତା ହେତୁ ଏହା ଧ୍ୱଂସାବଶେଷ ଚିହ୍ନଟ କରିବାରେ ସକ୍ଷମ ହୋଇପାରିଥିଲା । OME-6000 ମଧ୍ୟ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ଜାନୁଆରୀ 12 ତାରିଖରେ ଏନେଇ ସୁନିଶ୍ଚିତ ମଧ୍ୟ କରାଯାଇଥିଲା । 3400 ମିଟର ଗଭୀରତା ବିମାନର ଧ୍ବଂସାବଶେଷ ପାଇଛୁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବିବୃତ୍ତିରେ କହିଛନ୍ତି, "ଫଟୋଚିତ୍ର ଦେଖିଲେ ଅନୁମାନ କରାଯାଉଛି ଯେ, ଏହା AN-32 ବିମାନର ଅଂଶବେଶଷ ଅଟେ । ଯେଉଁ ସ୍ଥାନରୁ ଏହା ମିଳିଛି ସେଠାରେ ପୂର୍ବରୁ କୌଣସି ବିମାନ ଦୁର୍ଘଟଣା ବା ନିଖୋଜ ହେବାର ସୂଚନା ନାହିଁ। ତେଣୁ ଏହା AN-32 ବିମାନର ଅଂଶବେଶଷ ଅଟେ । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ