ମେଷ: ଆଜି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିନ୍ତୁ ବିଚାରରେ ଦ୍ୱନ୍ଦ କାରଣରୁ ଚିନ୍ତା ଲାଗିରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ବନ୍ଦିଙ୍କ ଠାରୁ ପଛରେ ରହିବେ । ଲାଭଦାୟକ ଯାତ୍ରା କରିପାରନ୍ତି । ବନ୍ଧୁଙ୍କ ଠାରୁ ଲାଭପାଇବେ । ନିଜର ଵାକ୍ ଶକ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ ।
ବୃଷ: ଆଜି ଆପଣଙ୍କ ପାଇଁ ନୂଆ କାମ ଆରମ୍ଭ କରିବା ଅନୁକୂଳ ନୁହେଁ । କାହା ସହିତ ମତଭେଦ ହୋଇପାରେ । ନିଜ ମିଷ୍ଟବାଣୀ ଯୋଗୁଁ କାହାକୁ ବି ଆକର୍ଷିତ କରିପାରନ୍ତି । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରହିବ । ଧନ ଲାଭ କରିବେ । ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ । ସାମାନ୍ୟ ଚିନ୍ତା ଲାଗି ରହିବ ।
ମିଥୁନ: ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ବନ୍ଧୁ ଓ ପରିଜନଙ୍କ ସହଯୋଗରେ କଠିନ କାମ ସହଜ ହୋଇଯିବ । ଉତ୍ତମ ଭୋଜନ ଓ ବସ୍ତ୍ର ଯୋଗ ରହିଛି । ମନରେ ସକରାତ୍ମକ ଭାବନା ରଖିଲେ ଖରାପ ବ୍ୟାପାରରେ ଅନୁକୂଳ ପରିବେଶ ଯୋଗୁଁ ମନ ଭଲ ରହିବ । ଦିନଟି ଉତ୍ସାହ ଓ ଫୁର୍ତ୍ତିର ସହ କଟିବ ।
କର୍କଟ: ନୂଆ ବନ୍ଧୁ ସୃଷ୍ଟି କରିବେ । ସେମାନଙ୍କ ସହ ଖୁସିରେ ସମୟ କାଟିବେ । କିନ୍ତୁ ସାମାନ୍ୟ ବ୍ୟସ୍ତ ଓ ଚିନ୍ତା ଆପଣଙ୍କ ପଥରୋଧ କରିବ । କିନ୍ତୁ ସଂନ୍ଧ୍ୟା ସମୟରେ ସାଙ୍ଗମାନଙ୍କ ସହ ମିଶିବା ପରେ ସବୁ ଠିକ ହୋଇଯିବ ।
ସିଂହ: ଆପଣ ବହୁଦିନ ଧରି ଅପେକ୍ଷା କରିଥିବା ଵ୍ୟକ୍ତିଙ୍କୁ ଆଜି ଭେଟିପାରନ୍ତି । ନିଜ ଜୀବନସାଥୀଙ୍କୁ ମୂଲ୍ୟବାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେବେ । ସଫଳତା ପ୍ରଦର୍ଶନ କରିବାକୁ ସକ୍ଷମ ହେବେ ।
କନ୍ୟା: ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହୋଇପାରନ୍ତି । ଅନ୍ୟର ଆଦେଶ ମାନିବା ବଦଳରେ ନିଜ ଢଙ୍ଗରେ ସମସ୍ୟାଗୁଡ଼ିକୁ ସମାଧନ କରିବାକୁ ପସନ୍ଦ କରିଵେ । ନିଜ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ରହିବା ଆପଣଙ୍କ ପାଇଁ ଉଚିତ ହେବ ।
ତୁଳା: ନିଜର ସୌନ୍ଦର୍ଯ୍ୟ ପ୍ରତି ଯତ୍ନବାନ ହେବେ । ଦାମୀ ଜିନିଷ କିଣିପାରନ୍ତି । ନିଜର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ବୃଦ୍ଧି ପାଇଁ ବସ୍ତ୍ର କିଣାକିଣି କରିପାରନ୍ତି ।
ବିଛା: ଆଜିର ଦିନଟି ଆପଣଙ୍କ ଜୀବନରେ ଏକ ସାଂସାରିକ ଦିନ । ଆପଣଙ୍କ ରାଶିରେ ମିଶ୍ରିତ ଫଳ ରହିଛି । ଖୁସି ରୁହନ୍ତୁ ଓ ଜୀବନରେ କିଛି ଖୁସି ଭରିବାକୁ ଚେଷ୍ଟା କରନ୍ତୁ । ରାଶିରେ ଗ୍ରହ ଚଳନ ଆପଣଙ୍କ ପାଇଁ ସୁଖଦ ଭବିଷ୍ୟତ ଆଣିପାରନ୍ତି । ଆଶାକୁ ଉଜୀଵିତ ରଖନ୍ତୁ ।
ଧନୁ: ବିଦେଶରେ ଥିବା ସମ୍ପର୍କୀୟଙ୍କ ସହ ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଠିକ ଢଙ୍ଗରେ କହିବା ଦକ୍ଷତା ନିଜ କାର୍ଯ୍ୟସିଦ୍ଧି ପାଇଁ ସାହାଯ୍ୟ କରିବ । ନିଜ ପଥରେ ନାୟକ ହେବାପାଇଁ ଆପଣ ଭଲ ନିଷ୍ପତ୍ତି ନେଇପାରନ୍ତି ।
ମକର: ଗତକାଲିର କିଛି କାର୍ଯ୍ୟ ଆଜି ଆପଣଙ୍କୁ ଶକ୍ତିହୀନ ଏବଂ କ୍ଳାନ୍ତ କରିପାରେ । ଶାରିରୀକ ଭାବରେ ଆପଣ ଶକ୍ତିଶାଳୀ ଅନୁଭବ କରି ନପାରନ୍ତି । ଗତକାଲି ଘଟିଥିବା କୌଣସି ଘଟଣା ଆପଣଙ୍କୁ ଆଜି ବ୍ୟସ୍ତ କରିପାରେ । ଆପଣଙ୍କ ମନରେ ବିରକ୍ତିଭାବ ଏବଂ ଅଶାନ୍ତି ସୃଷ୍ଟି ହୋଇପାରେ ।
କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭର ଦିନ । ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଆଗକୁ ଅଗ୍ରସର ହେବାକୁ ପ୍ରସ୍ତୁତ । ମନରେ ଆଗ୍ରହ ଓ ଉଲ୍ଲାସ ଭରି ରହିବ । ବହୁଦିନରୁ ଲାଗି ରହିଥିବା ସମସ୍ୟା ଦୂରେଇ ଯିବ । ଆପଣଙ୍କ ମନ ଆଜି ଉତ୍ସାହିତ ରହିବ । ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ।
ମୀନ: ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ । ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି । ମନରେ କିଛି ଚିନ୍ତା ରହିବ । ଚାକିରିରେ ସମସ୍ୟା ସାମ୍ନା କରିପାରନ୍ତି । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ।