ମେଷ: ଭାଗ୍ୟଶାଳୀ ହେଉଛନ୍ତି ଏହି ରାଶିର ବ୍ୟକ୍ତି । ଆଜି କିଛି ପୁରସ୍କାର ପାଇପାରନ୍ତି । ଯାହାକି ଆପଣଙ୍କ ସାମାଜିକ ସଂପର୍କ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କଠାରୁ ଆସିବ । ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆପଣଙ୍କର ଅଂଶଗ୍ରହଣ ପ୍ରଶଂସିତ ହେବ । କାହାରିକୁ ସମାଲୋଚନା କରନ୍ତୁ ନାହିଁ ।
ବୃଷ: ସୁନ୍ଦର ମନୋବୃତ୍ତି ଯୋଗୁଁ ପ୍ରଶଂସିତ ହେବେ । ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ଶାନ୍ତତାର ଲାଭ ଅନେକ ରହିଛି ଯାହାକି ଆପଣ ପ୍ରାପ୍ତ କରିବେ । ଅନ୍ୟମାନଙ୍କ କାମରେ ବ୍ୟସ୍ତ ନରହି ନିଜ କାମ କରିଚାଲନ୍ତୁ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସୀ ଏବଂ ଆନନ୍ଦ ଦେବ ।
ମିଥୁନ: ଆଜି ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରୀକ ଭାବରେ ସୁସ୍ଥ ରହିବେ । ଏପରିକି ପେଶା କ୍ଷେତ୍ରରେ ଆପଣଙ୍କର ଆଗ୍ରହ ବଢିବ । ଯାହା ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ପୁରସ୍କାର ପାଇପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ ।
କର୍କଟ: ଏହିଭଳି ଭାବନା ଯୋଗୁଁ ଆପଣଙ୍କ ମନରେ ନିରାଶ ସ୍ଥାନ ନେବ । ଯଦି ଆପଣ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ବର୍ତ୍ତମାନ ପରିସ୍ଥିତିକୁ ଆଉ ଥରେ ମୂଲ୍ୟାଙ୍କନ କରନ୍ତୁ । ପରିବାରର ମଙ୍ଗନ କାମନା କରି କାର୍ଯ୍ଯ କରନ୍ତୁ ।
ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି । ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍ କରନ୍ତୁ । ଯଦି ସମ୍ଭବ, ବେଆଇନ୍ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ ।
କନ୍ୟା: ଆଜିର ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ଉତ୍କଷ୍ଟ ଅଟେ । ଆଜି ବ୍ୟବସାୟୀମାନଙ୍କ ବେଶ ଲାଭବାନ ହୋଇପାରନ୍ତି । ଅଫିସ କର୍ମଚାରୀଙ୍କ ଲାଗି ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ ।
ତୁଳା: ଆପଣ ଅତ୍ୟନ୍ତ ଯତ୍ନଶୀଳ ଏବଂ ତୃଟିହୀନ । ଯଦି ବ୍ୟବସାୟ ପାଇଁ ପାଣ୍ଠି ବନ୍ଦୋବସ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ହିଁ ଉତ୍କୃଷ୍ଟ ସମୟ । ଭଲ ପ୍ରଭାବରୁ ଆପଣ, ଆଜି, ସୃଜନଶୀଳ ହେବେ ଏବଂ ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ ।
ବିଛା: ଆପଣଙ୍କ ଭଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ହେବା ପାଇଁ ପରାମର୍ଶ ଦିଆହେଉଛି । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଙ୍ଗ୍ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘଞ୍ଚାନ୍ତୁ ।
ଧନୁ: ଆଜି ଯାହା ଚାହିଁବେ ତାହା କରିବେ । ଅର୍ଥ ଏବଂ ଅନ୍ୟ ଜିନିଷ ସମାନ ଭାବରେ ପ୍ରାପ୍ତ କରିବାର ଅଛି । ମୋଟ ଉପରେ ଏହା ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବାକୁ ଯାଉଛି ଏବଂ ବ୍ୟବସାୟରେ ଆପଣ ପୁରସ୍କାର ଏବଂ ଲାଭ ଉଭୟ ପ୍ରାପ୍ତ କରିବାର ଅଛି । ପ୍ରିୟଜନଙ୍କ ସହିତ ଏକ ପର୍ଯ୍ୟଟନ ସ୍ଥାନକୁ ଯିବାର ମଧ୍ୟ ସମ୍ଭାବନା ରହିଛି ।
ମକର: ଆପଣ ନିଜକୁ ଭାଗ୍ୟଶାଳୀ ମନେ କରିବେ । ପରିବାର ଦୃଷ୍ଟିକୋଣରୁ ଆପଣଙ୍କ ମନରେ ଆନନ୍ଦ ଏବଂ ସନ୍ତୁଷ୍ଟି ରହିବ । ଆପଣଙ୍କ ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ଏକ ପ୍ରେମଭରା ମିଳନ ଆପଣଙ୍କ ହୃଦୟ ଏବଂ ଆତ୍ମାକୁ ଶାନ୍ତି ମିଳିବ । ବ୍ୟବସାୟରେ ଆର୍ଥିକ ବିଷୟକୁ ନେଇ ଆପଣ ଭ୍ରମଣ କରିବାକୁ ପଡିପାରେ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ଏବଂ ଲାଭଦାୟକ ପ୍ରମାଣିତ ହେବ ।
କୁମ୍ଭ: ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ ପ୍ରତିଯୋଗୀଙ୍କୁ ନେଇ ଅନାବଶ୍ୟକ ତର୍କ ପ୍ରତିଯୋଗିତା ଏବଂ ଯୁକ୍ତିତର୍କରେ ନିଜକୁ ସାମିଲ କରନ୍ତୁ ନାହିଁ । ସାମାନ୍ୟ କିନ୍ତୁ ଲଗାତାର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଆପଣ ମାନ୍ଦା ଏବଂ ହତାସ ଅନୁଭବ କରିପାରନ୍ତି । ମାନସିକ ଭାବରେ କୋହଳ ଏବଂ କୌତୁହଳୀ ଅନୁଭବ କରିବେ ।
ମୀନ: ଆପଣଙ୍କ ଅନୈତିକ କାର୍ଯ୍ୟକଳାପରେ ଆପଣଙ୍କୁ ଅସୁବିଧାରେ ପକାଇପାରେ । ନିଜର ଜିହ୍ୱା ଓ କ୍ରୋଧକୁ ନିଜ ଆୟତରେ ରଖନ୍ତୁ । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ବେଆଇନ କାର୍ଯ୍ୟକଳାପରେ ନିଜକୁ ଜଡିତ କରନ୍ତୁ ନାହିଁ । ଶାରିରୀକ ଚିକିତ୍ସା ନିମନ୍ତେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଆପଣ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ମୂଲ୍ୟହିନ ଚିନ୍ତା ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ ।