ETV Bharat / bharat

ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ଏହି ରାଶିର ବ୍ୟକ୍ତି, ହୋଇପାରେ ସମସ୍ୟା

27TH February Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

author img

By ETV Bharat Odisha Team

Published : Feb 27, 2024, 12:00 AM IST

Horoscope
Horoscope

ମେଷ: ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ପାଇଁ ଆଜି ଦିନଟି ଶୁଭଦାୟକ । ବ୍ୟବସାୟରେ ଉନ୍ନତି ଘଟିବ । ନିଜ ରୋଜଗାରକୁ ଚାହିଁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ମନ ପ୍ରଫୁଲ୍ଲ ରହିବ । ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆଜି ସନ୍ଧ୍ୟାଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ବଣଭୋଜି ପାଇଁ ଯୋଜନା କରିବା କରନ୍ତୁ । କିଛି ସମୟ ପାଇଁ ଧାର୍ମିକ କାର୍ଯ୍ୟ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଦିନଟି ଖୁସିରେ କଟିବ ।

ବୃଷ: ଆପଣଙ୍କର ଦକ୍ଷ ଚିନ୍ତାଧାରା ଓ କରୁଣ ବାକ୍ୟ ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ । ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ସାହିତ୍ୟ ପ୍ରତି ମନ ବଳିବ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

ମିଥୁନ: ମାଆଙ୍କର ସାନିଧ୍ୟ ଶାନ୍ତି ଦେବ । ଯଦି କିଛି ଧାର୍ମିକ କାର୍ଯ୍ୟ୍ୟରେ ଭାଗନିଅନ୍ତି ତେବେ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ । ଅଯଥା ଦୁଃଖିତ ହେବେ ।

କର୍କଟ: ନୂତନ କାର୍ଯ୍ୟ କରିବାକୁ ଦିନଟି ଶୁଭ ଅଟେ । ଆପଣ ଯେକୌଣସି କାର୍ଯ୍ୟହାତକୁ ନେବେ ସେଥିରେ ସଫଳତା ମିଳିବ । ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ଅଛି । ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବଣଭୋଜି କରିବାକୁ ଯିବେ । ଆମୋଦ ପ୍ରମୋଦରେ ସମୟ କାଟିବେ । ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ ।

ସିଂହ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଛଳ ଥିଲେ ମଧ୍ୟ ଖର୍ଚ୍ଚର ପରିମାଣ ବଢିଯାଇପାରେ । ସମ୍ପର୍କୀୟଙ୍କ ସଙ୍ଗେ ବନ୍ଧୁତ୍ୱ ଲାଭଦାୟକ ହୋଇପାରେ । ପରିବାରର ସଦସ୍ୟ ଏବଂ ବାନ୍ଧବୀ ଆପଣଙ୍କୁ ସହାୟତା ପ୍ରଦାନ କରିବେ । ଚକ୍ଷୁରୋଗ କିମ୍ୱା ଦାନ୍ତବିନ୍ଧାର ଯନ୍ତ୍ରଣା ଆପଣ ଭୋଗିପାରନ୍ତି । ତେଣୁ ରୋଗ ବଢିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସୁଖାଦ୍ୟ ପ୍ରାପ୍ତି ଯୋଗ ରହିଛି ।

କନ୍ୟା: ଶରୀର ସୁସ୍ଥ ରହିବ । ଆର୍ଥିକ ସ୍ଥିତି ସ୍ୱଛଳ ରହିପାରେ । ମନ ହରଷ ରହିବ । ଉଚ୍ଚ ବିଚାର ଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖରେ କଟିବ ।

ତୁଳା: ଆପଣ ନିଜର କ୍ରୋଧ ପରିହାର କରିବାକୁ ଚେଷ୍ଟା କରନ୍ତୁ । ନଚେତ ଆପଣଙ୍କ କ୍ରୋଧ ତଥା କର୍କଶ ବାକ୍ୟର ବ୍ୟବହାର ବହୁ ବନ୍ଧୁଙ୍କଠାରୁ ଆପଣଙ୍କୁ ଦୂରେଇ ଦେବ । ବ୍ୟବସାୟ ମାନ୍ଦା ହେବ । କର୍ମଚାରୀଙ୍କ ସଙ୍ଗେ ବଚସା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ଅନ୍ତରଙ୍ଗ ବନ୍ଧୁବାନ୍ଧବଙ୍କ ସଙ୍ଗେ ତିକ୍ତତା ସୃଷ୍ଟି ହୋଇପାରେ । ଶରୀରର ଯତ୍ନ ନିଅନ୍ତୁ । ଦୁର୍ଘଟଣାର ଶିକାର ହୋଇପାରନ୍ତି । ନିଜକୁ ହୋହଲ୍ଲା ଠାରୁ ଦୂରେଇ ରଖନ୍ତୁ ।

ବିଛା: ସବୁ କାମରେ ଆପଣ ସଫଳତା ଲାଭକରିବେ । ଆପଣଙ୍କ କାର୍ଯ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ । ନିଜ ପସନ୍ଦ ମୁତାବକ ଜୀବନ ସାଥୀ ପାଇପାରିବେ । ବିବାହିତ ଦମ୍ପତ୍ତି ପୁତ୍ର ସୁଖ ଲାଭ କରିପାରନ୍ତି । ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।

ଧନୁ: ଆଜି ଦିନଟି ସୁଖପୂର୍ଣ୍ଣ ରହିବ । ବିବାହିତମାନେ ଆନନ୍ଦ ଉଲ୍ଳାସରେ ରହିବେ । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ପାରିବାରିକ ଶାନ୍ତି ପରିବେଶକୁ ସୁଦୃଢ କରିବ । କାର୍ଯ୍ୟ ତଥା ଆର୍ଥିକ ସ୍ଥିତି ପାଇଁ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେବ । ନିଜ କାର୍ଯ୍ୟ୍ୟ ଦ୍ୱାରା ସଫଳତା ତଥା ଆତ୍ମ ସନ୍ତୋଷ ମିଳିବ । ବାପା ଭାଇଙ୍କ ଠାରୁ ଉପକୃତ ହେବେ । ଆର୍ଥିକ ଦୃଷ୍ଟିରୁ ଦିନଟି ଅତି ଉତ୍ତମ ।

ମକର: ଆଜି ଦିନଟିରେ ମିଶ୍ରିତ ଫଳ ମିଳିବ । ବ୍ୟବସାୟ ଭଲ ହେବ । ତୁମର ଚିନ୍ତାଧାରା ତଥା କଥାବାର୍ତ୍ତା ଦ୍ୱାରା ଲୋକେ ପ୍ରଭାବିତ ହେବେ । ସମୟ ନଷ୍ଟ କରନ୍ତୁ ନାହିଁ । ସରକାରୀ କାମ ଅଟକି ରହିବ । ବ୍ୟର୍ଥ ଯୁକ୍ତିତର୍କ ହୋଇପାରେ । ହସିବା ପାଇଁ ଆଭ୍ୟାସ କଲେ ଖୁବ୍‍ ଭଲ ହେବ ।

କୁମ୍ଭ: ଆଜି ଖରାପ ଚିନ୍ତା କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଦେଖା ଦେବ । ଚିନ୍ତାରେ ରହିବେ ଏବଂ ଖରାପ ଚିନ୍ତା ମନକୁ ଘାରିବ । ନିଜର ଇଚ୍ଛା ଓ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ । ଖର୍ଚ୍ଚ କରି ମଧ୍ୟ ତାର ମୂଲ୍ୟ ପାଇବ ନାହିଁ । ନିଜ ଭୁଲ ପାଇଁ ଅନ୍ୟକୁ ଦୋଷାରୋପ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ହାନି ହେବ ।

ମୀନ: ଆଜି ସୃଜନକ୍ଷମ ପ୍ରତିଭାବାନ ବ୍ୟକ୍ତି ସ୍ୱପ୍ନ ରାଇଜରେ ବିଚରଣ କରିବେ । ଯଦି ଆପଣ ଲେଖକ, କବି, ଚିତ୍ରକାର କିମ୍ୱା ମୂର୍ତ୍ତିକର ହୋଇଥାନ୍ତି ତାହା ହେଲେ ଅସୀମ ଲାଭବାନ ହେବେ । ମିଳିମିଶି ବ୍ୟବସାୟ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ବଣଭୋଜି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ତେଣୁ ବନ୍ଧୁ, ପରିବାର ଓ ସହକର୍ମୀଙ୍କ ସହ ମିଳିମିଶି ଭ୍ରମଣ କରିବାକୁ ଯାଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.