ମେଷ: ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ୱା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ତଥାପି ସାବଧାନତାର ସହ କାମ ଆରମ୍ଭ କରନ୍ତୁ । ଆଜି ଆପଣଙ୍କ ଦିନରେ ଆନନ୍ଦ ଉଲ୍ଲାସରେ କଟିବ ଏବଂ ପ୍ରିୟଜନ ବା ସାଙ୍ଗସାଥୀଙ୍କ ସହ ବାହାରକୁ ଭ୍ରମଣ କରିବାକୁ ଯାଇପାରନ୍ତି ।
ବୃଷ: ଆଜି ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହାନ୍ତି । ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆଜି କୌଣସି ନୂଆ କିମ୍ୱା ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ । ଆପଣ କଣ କହୁଛନ୍ତି ଓ କିପରି କରୁଛନ୍ତି ସେଥିପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହ ମିଶିବା ଏବଂ ମଜା କୌତୁକ କରିବା ପାଇଁ ଏହା ହେଉଛି ଏକ ଭଲ ଦିନ । ବନ୍ଧୁମାନଙ୍କ ସହ ବାହାରକୁ ଯାଇ ସମୟ ବିତାଇପାରନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଆପଣ ବହୁତ ଲାଭ ପାଇବେ । କିନ୍ତୁ ଅଧିକ ଖର୍ଚ୍ଚକୁ ଆୟତ୍ତରେ ରଖନ୍ତୁ ।
କର୍କଟ: ଆଜି ଦିନରେ ଆପଣ ଦ୍ୱନ୍ଦ ଭିତରେ ରହିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବେ । ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ଉପୁଜିପାରେ । ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ଆପଣ ଆପଣଙ୍କ ବଜେଟ ବଢାଇପାରନ୍ତି । ଆପଣ ତୁଣ୍ଡରେ ଲଗାମ ରଖନ୍ତୁ ଏବଂ ଭୁଲ ବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।
ସିଂହ: ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ, କିନ୍ତୁ ଏଥିପ୍ରତି ସଜାଗ ରୁହନ୍ତୁ । କଟୁ ବାକ୍ୟ ଏବଂ ଖରାପ ବ୍ୟବହାର ଆପଣଙ୍କ କାମକୁ ବିଫଳ କରିପାରେ । ମନକୁ ଶାନ୍ତ କରି ସାବଧାନତାର ସହ କାମ କରନ୍ତୁ । ନୂଆ ପ୍ରକଳ୍ପ କିମ୍ୱା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ, ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ ।
କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋକୃଷ୍ଟ ଅଟେ । ଯଦି ଆପଣ ନୂଆ ପ୍ରକଳ୍ପ ହାତକୁ ନେବାପାଇଁ ଯୋଜନା କରୁଛନ୍ତି, ତେବେ ତାହା ଆପଣ ବିଳମ୍ବ ନକରି ହାତକୁ ନେବା ଉଚିତ । କାରଣ ଏହିଦିନ ଆପଣଙ୍କ ପେଶାଦାର ଜୀବନ ପାଇଁ ଶୁଭ ଅଟେ ଏବଂ ଆଉ ଅଧିକ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣ ନିଶ୍ଚିତ ଭାବରେ ପଦୋନ୍ନତି ପାଇବେ ଏବଂ ଅଫିସରେ ପ୍ରଶଂସାର ପାତ୍ର ହେବେ ।
ତୁଳା: ବୁଦ୍ଧିମତ୍ତା କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରିବାର ପ୍ରବଳ ଇଚ୍ଛା ଆପଣଙ୍କୁ ଲେଖା ଏବଂ ଡ୍ରଇଙ୍ଗ୍ ଭଳି ସୂକ୍ଷ୍ମ କଳା ଆଡକୁ ଟାଣିନେବ । ନୂଆ କାର୍ଯ୍ୟ ହାତକୁ ନେବା ପାଇଁ; ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଜି ହେଉଛି ସବୁଠାରୁ ଉତ୍ତମ ଦିନ । ପେଶାଦାର ଦୃଷ୍ଟିକୋଣରୁ ଆପଣ ନିପୁଣ ହେବେ ଏବଂ ସହକର୍ମୀ, ବରିଷ୍ଠ ମାନଙ୍କଠାରୁ ପ୍ରୋତ୍ସାହିତ ହେବେ ଏବଂ ଆପଣଙ୍କ କାର୍ଯ୍ୟ ଦକ୍ଷତା ଆହୁରି ବୃଦ୍ଧି ପାଇବ ।
ବିଛା: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ । ଅନୈତିକ କିମ୍ବା ଆଇନ୍ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଆଜି ଅଜଣା ବ୍ୟକ୍ତିଙ୍କ ସହ ମିଳାମିଶା କରିବା କିମ୍ୱା ନୂଆ ସଂପର୍କ ବଢାଇବା ଏକ ଭଲ ଚିନ୍ତାଧାରା ପ୍ରମାଣିତ ହୋଇ ନପାରେ । ଭାବିଚିନ୍ତି ଲୋକଙ୍କ ସହ ବନ୍ଧୁତା କରନ୍ତୁ । ଆଜିପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ୱା ଧ୍ୟାନ କରିବା ।
ଧନୁ: ଆଜିର ଦିନ ଆପଣଙ୍କ ଖୁସିରେ କଟିବ । ଅନେକ ଆମୋଦ ପ୍ରମୋଦ ଏବଂ ହସମଜାରେ ସମୟ ବିତାଇବେ । ସାମାଜିକ ଏକତ୍ରିକରଣ ଏବଂ ଘଟଣାରେ ଆପଣ ବିଭିନ୍ନ ଲୋକଙ୍କ ସହ ମିଶିବା ସୁଯୋଗ ପାଇବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ ।
ମକର: ବ୍ୟବସାୟ ବିସ୍ତାର କରିବା ପାଇଁ ଆଜି ଉତ୍ତମ ଦିନ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଆର୍ଥିକ କାରବାର ମଧ୍ୟ ବୃଦ୍ଧି ହେବ । ବ୍ୟବସାୟ ବିନା ଦ୍ୱିଧାରେ ଆଗକୁ ବଢିବ । ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ ପରିବାରରେ ମଧ୍ୟ ସୁଖଶାନ୍ତି ବଜାୟ ରହିବ ।
କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କଥା କହିବା ଶୈଳୀରେ ପାର୍ଥକ୍ୟ ରହିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । କଳ୍ପନାମୂଳକ ଏବଂ ସୃଜନଶୀଳତାର ବୀଜ ଦୃଢ ଭାବରେ ଅଙ୍କୁରିତ ହେବ। ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବଦହଜମୀରେ ପୀଡିତ ହୋଇପାରନ୍ତି, ଏଥିପାଇଁ ସମ୍ପୂର୍ଣ୍ଣ ଦୁର୍ବଳ ଏବଂ ଅସୁସ୍ଥ ଅନୁଭବ କରିପାରନ୍ତି ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଏତେଟା ଭଲ ନାହିଁ । ଆଜି କୌଣସି କାମରେ ଆପଣଙ୍କ ମନ ଲାଗିବ ନାହିଁ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ୱନ୍ଦ୍ୱ ବିବାଦର ସମ୍ମୁଖୀନ ହେବେ । ଆପଣ କଳହ ଏବଂ ଯୁକ୍ତିତର୍କ ନ କରି ଶାନ୍ତିପୂର୍ଣ୍ଣ ଭାବେ ଆରାମରେ କଥାବାର୍ତ୍ତା କରନ୍ତୁ ଏବଂ ମନକୁ ଶାନ୍ତ ରଖନ୍ତୁ । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିପାରନ୍ତି ।