ମେଷ: ଆଜିର ଦିନ ଭଲରେ ଆରମ୍ଭ ହେବ ଏବଂ ଦିନର ଶେଷ ଖରାପ ଆଡକୁ ଗତି କରିବ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରିବେ । ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ଆପଣ ପ୍ରିୟଜନଙ୍କ ସହ ସମୟ ବିତାଇ ଆନନ୍ଦ ଅନୁଭବ କରିପାରନ୍ତି ।
ବୃଷ: ଆଜି ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ । ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ ।
ମିଥୁନ: ଆଜି ଆପଣ ଅତ୍ୟାଧିକ ଶ୍ରମ କରନ୍ତୁ ଓ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ନ ରହିଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ପାଇପାରନ୍ତି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ସହ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ ।
କର୍କଟ: ଆଜି ଆପଣଙ୍କ ଉପରେ ଗ୍ରହମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ,ତାହା ପାଇପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣ ନିଜ ପ୍ରିୟବନ୍ଧୁଙ୍କ ସହ ମିଶିବେ । ଅବିବାହିତ ଯୁବକ ଓ ଯୁବତୀ ମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆଜି ଆପଣ ନିଜ ମନର ସାଥୀଙ୍କୁ ନିଜର ମନ କଥା କହିପାରନ୍ତି । ପରିବାର ଏବଂ ବନ୍ଧୁ, ପ୍ରିୟଜନଙ୍କ ସହ ଭ୍ରମଣରେ ଯାଇ ଆନନ୍ଦରେ ଦିନ କାଟିପାରନ୍ତି ।
ସିଂହ: ଆଜି ଆପଣଙ୍କ ଜୀବନ ସମ୍ପର୍କର ବହୁ ଘଟଣାରେ ଶୁଭଫଳ ମିଳିପାରେ । ପାରିବାରିକ ଜୀବନ ଶାନ୍ତ ରହିବ । ନିଜ ପିତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ଏବଂ ତାହା ଫଳପ୍ରଦ ମଧ୍ୟ ହେବ । ଜମି ଏବଂ ସମ୍ପତ୍ତି ସମ୍ୱଦ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଏହା ହେଉଛି ଭଲ ଦିନ ।
କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲୋଭାନ୍ୱିତ ହେବାର ଅଭାବ ଆପଣ ମନକୁ ଗ୍ରାସ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ଦ୍ୱାରା ସମାଲୋଚନା ହେବାକୁ ପଡିବ । ଏଥିପ୍ରତି ଧ୍ୟାନ ନଦେଇ ସାବଧାନତାର ସହ କାମ କରନ୍ତୁ ।
ତୁଳା: ଆଜିର ଦିନଟି ଆପମଙ୍କୁ ମିଶ୍ରିତଫଳ ଦେବ । ଆଜି ଆପଣ ପ୍ରତ୍ୟେକ ପାଦ ଦେଖିଚାହିଁ ପକାନ୍ତୁ । ଯୁକ୍ତି ତର୍କ, ବିବାଦ, ଖରାପ ସ୍ୱାସ୍ଥ୍ୟ, କ୍ରୋଧ ଏବଂ କଟୁଭାଷା ଏହି ସମସ୍ତ ଆଜି ଆପଣଙ୍କର ଦିନକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ଆପଣ ସାବଧାନତା ରୁହନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି କରନ୍ତୁ । ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ । ଯାହା ଆପଣଙ୍କୁ ଖୁସୀ ଦେବ । ଆଧ୍ୟାତ୍ମିକ ଏବଂ ଧାର୍ମିକ ଚିନ୍ତାଧାରା ଆପଣକୁ ଶକ୍ତି ପ୍ରଦାନ କରିବ ।
ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଖୁସୀ ଏବଂ ମୌଜର ଦିନ ଅଟେ । ବହୁତ ଖୁସୀ ମିଳିବ । ଆଜିର ଦିନରେ ବନ୍ଧୁ ମିଳନ ସହ ବଣଭୋଜି ପାଇଁ ବାହାରକୁ ଯାଇପାରନ୍ତି । ଆପଣ ଆକର୍ଷଣୀୟ ଜନିଷ ଏବଂ ପୋଷାକ, ଗହଣା କିଣିପାରନ୍ତି । ଯେକୌଣସି କାମ ଆରମ୍ଭ କରିବା ପାଇଁ ଆଜିର ଦିନଟି ଉତ୍କଷ୍ଟ ଦିନ ଅଟେ ।
ଧନୁ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ଥିତି ଠିକ ରହିବ ଏବଂ ଆପଣଙ୍କୁ ଆନନ୍ଦ ଉପଭୋଗ ପ୍ରଦାନ କରିବ । ଘର ଏବଂ କାର୍ଯ୍ୟ କ୍ଷେତ୍ରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ବଦଳରେ ଆପଣ ମଧ୍ୟ ଯଥେଷ୍ଟ ସକାରାତ୍ମକ ହେବେ । ଆପଣ ନିଜର ବିରୋଧୀ ମାନଙ୍କଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ ହେବେ ଏବଂ ଯେଉଁ କାମ କରିବେ ସେଥିରେ ବିଜୟୀ ହେବେ ।
ମକର: ଆଜିର ଦିନଟି ଆପଣଙ୍କୁ ଚିନ୍ତାଗ୍ରସ୍ତ କରିପାରେ । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ । ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦ୍ୱରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହେବେ । ଆଜି ଆପଣ ଅଧିକ ପରିଶ୍ରମ କରି ନିଜର ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଠା କରିପାରନ୍ତି । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସାବଧାନତାର ସହ କାର୍ଯ୍ୟ କରନ୍ତୁ ସମସ୍ତ ସମସ୍ୟା ସମାଧାନ ହୋଇଯିବ ।
କୁମ୍ଭ: ଆଜି ଆପଣଙ୍କ ଦିନଟି ଆମୋପ୍ରମୋଦରେ କଟିବ । ଆଜି ଆପଣ ଅଧିକ ଅଭିମାନ ଓ ଭାବପ୍ରବଣ ପ୍ରଦର୍ଶନ କରିପାରନ୍ତି । ବିଦ୍ୟାର୍ଥୀମାନେ ଆଶାତିତ ସଫଳତା ପାଇପାରନ୍ତି । ମହିଳାମାନେ ବାହାରେ ଦକ୍ଷତା ଦେଖାଇ ଦୁଇ ପଇସା ରୋଜଗାର କରିପାରନ୍ତି । ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟରେ ସହାନୁଭୂତି ପ୍ରଦର୍ଶନ କରନ୍ତୁ ନାହିଁ । ନିଜର ପିଲାଳିଆ ବୁଦ୍ଧିକୁ ପରିତ୍ୟାଗ କରି ବୟସ୍କଙ୍କ ପରି ବ୍ୟବହାର କରନ୍ତୁ ।
ମୀନ: ଆଜି ଆପଣଙ୍କ ଦିନଟି ଭଲରେ କଟିବ । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ପୂର୍ଣ୍ଣ କରିବା ସହ ଆପଣ ଉପକୃତ ହୋଇପାରନ୍ତି । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ଆଜି ଆପଣ ନିଜର ଜୀବନସାଥୀ ପାଇପାରନ୍ତି ଏବଂ ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି ।