ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଏବଂ ସ୍ଥିର ରଖିବାରେ ଅସମର୍ଥ ହେବେ । ଏଥିପାଇଁ ଆଜିର ଦିନରେ ଆପଣ ଧ୍ୟାନ ଓ ଯୋଗ କଲେ, ଏଥିରୁ ମୁକ୍ତି ପାଇପାରିବେ । ପୁଞ୍ଜି ବିନିଯୋଗକାରୀମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ । ଏଥିପାଇଁ ଆଜି ନିଜର ପୁଞ୍ଜିକୁ ବିନିଯୋଗ କରନ୍ତୁ ନାହିଁ । ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ୱନ କରନ୍ତୁ । ପାରିବାରିକ ଜୀବନ ସୁଖମୟ ହୋଇପାରେ । ଆଜିର ଦିନରେ ଯଦି କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଆଜିର ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ହେବ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।
ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହୋଇପାରେ । ଆପଣଙ୍କ ପରିବାର ଏବଂ ସନ୍ତାନ ବିଷୟରେ ଭଲ ଖବର ପାଇପାରନ୍ତି । ଆଜିର ଦିନରେ ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିପାରନ୍ତି ଏବଂ ଆପଣଙ୍କର ସ୍କୁଲ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନଟି କଷ୍ଟଦାୟକ ହୋଇପାରେ । ଏଣୁ ପୁଞ୍ଜି ନିବେଶ କରୁଥିବା ବେଳେ ସତର୍କତା ଅବଲମ୍ୱନ କରିବେ । ଆଇନ ସମ୍ୱନ୍ଧୀୟ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରିବେ ।
ମିଥୁନ: ଆଜିର ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ଉତ୍କଷ୍ଟ ଅଟେ । ଆଜି ବ୍ୟବସାୟୀମାନଙ୍କ ବେଶ ଲାଭବାନ ହୋଇପାରନ୍ତି । ଅଫିସ କର୍ମଚାରୀଙ୍କ ଲାଗି ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । କର୍ମକ୍ଷେତ୍ରରେ ସେମାନଙ୍କ ପଦୋନ୍ନତି ହୋଇପାରେ । ଆଜିର ଦିନରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ୱା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ମଧ୍ୟ ହୋଇପାରେ ।
କର୍କଟ: ଆଜି ଦିନର ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ପାଇପାରନ୍ତି । ଆପଣ ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି । ମଧ୍ୟାହ୍ନ ପରେ ଆପଣଙ୍କ ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ ।ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗ କରନ୍ତୁ । ଆପଣ ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ଆପଣଙ୍କର ଆତ୍ମବିଶ୍ୱାସ ଦୃଢ ହେବ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।
ସିଂହ: ଆଜି ଦିନରେ ଆପଣ ମିଶ୍ର ଫଳ ପାଇବେ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖନ୍ତୁ । ନଚେତ ଅସୁବିଧାରେ ପଡିପାରନ୍ତି । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ । ଆପଣଙ୍କୁ ଆଜି ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ନମ୍ର ଓ ଶାନ୍ତ ରୁହନ୍ତୁ । ନିଜର କ୍ରୋଧକୁ ଆୟତ୍ତକରନ୍ତୁ ନଚେତ ସମସ୍ୟାର ସମ୍ମୁଖୀନ ହେବେ ।
କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବନ୍ଧୁଙ୍କ ସହ ଆନନ୍ଦମୟ ଏବଂ ଖୁସି ସମୟ କଟାଇପାରନ୍ତି । ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି।
ତୁଳା: ଏକ ଭାଗ୍ୟଶାଳୀ ଦିନ ଆପଣଙ୍କ ଅପେକ୍ଷାରେ ଅଛି । ଆଜି ଆପଣ ରଖିଥିବା ଲକ୍ଷ୍ୟ ଏକାଗ୍ରତା ଏବଂ ଆତ୍ମବିଶ୍ୱାସର ସହ ପୁରା କରିପାରିବେ । ପରିବାରିକ ଜୀବନ ସୁଖମୟ ଏବଂ ଶାନ୍ତିମୟ ରହିବ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ମନ ପରିବର୍ତ୍ତନକୁ ନିୟନ୍ତ୍ରଣ ରଖନ୍ତୁ । ଦିନର ଶେଷରେ ବନ୍ଧୁମାନଙ୍କ ସହ ବାହାରକୁ ଯାଇ ଉପଭୋଗ କରିପାରନ୍ତି ।
ବିଛା: ଆପଣ ଆଜି ଅତ୍ୟନ୍ତ ଭାବବିହ୍ୱଳ ହୋଇପାରନ୍ତି; ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅଧିକା ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଛାତ୍ରମାନେ ସେମାନଙ୍କ ପାଠପଢାରେ ଅତି ଉତ୍ତମ ଫଳାଫଳ ପାଇବେ ଏବଂ ସେମାନଙ୍କ କ୍ୟାରିଅରରେ ଅତି ଉତ୍ତମ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ । ଆପଣଙ୍କର ସୃଜନାତ୍ମକ କାର୍ଯ୍ୟକଳାପ ପ୍ରବାହିତ ହେବ ।
ଧନୁ: ଆପଣଙ୍କ ଘରେ ଆଜି ସୁଖ ଏବଂ ଶାନ୍ତି ବଜାୟ ରହିବ । ଘରର ପରିବେଶ ପରିସ୍ଥିତି ପ୍ରତିକୂଳ କୌଣସି କାମ ଆପଣ କରିବେ ନାହିଁ । ଆପଣଙ୍କ ମାଆଙ୍କ ଦେହ ଅସୁସ୍ଥ ହୋଇପାରେ । ଆପଣ ତାଙ୍କର ବିଶେଷ ଯତ୍ନ ନିଅନ୍ତୁ । ଆପଣଙ୍କର ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପଡିପାରେ । ଏଣୁ ଆପଣ ସତର୍କତା ଅବଲ୍ୱନ କରନ୍ତୁ ।
ମକର: ଆଜିର ଦିନଟି ଆପଣଙ୍କର ଭଲରେ ଆରମ୍ଭ ହେବ। ଆଜିର ଦିନରେ ଆପଣ ବନ୍ଧୁ, ଭାଇ ଭଉଣୀମାନଙ୍କ ଏକାଠି ଖୁସିରେ ସମୟ ବିତାଇପାରନ୍ତି । ସାନ ଭାଇ ଭଉଣୀମାନଙ୍କ ସହ ମିଶି ଅତ୍ୟନ୍ତ ଆନନ୍ଦ ଅନୁଭବ କରିପାରନ୍ତି । ଆଜି ଆପଣ ବାହାର ସ୍ଥାନକୁ ମଧ୍ୟ ଭ୍ରମଣରେ ଯାଇପାରନ୍ତି ।
କୁମ୍ଭ: ଆପଣଙ୍କ ଆଜିର ଦିନଟି ବେଶ ଖୁସିରେ କଟିବ। ସାବଧାନତାର ସହ ଆଜିର ଦିନଟି ଆରମ୍ଭ କରନ୍ତୁ । ଆପଣଙ୍କର ରାଗ ମନୋଭାବ ଏବଂ ପ୍ରତିକୂଳ ଭାବନା ଦିନଟିକୁ କଠିନ କରିପାରେ । ଖାଦ୍ୟ ପ୍ରତି ସଜାଗ ରହିବେ । ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ପାଇଁ ଆଜି ଆପଣ ନାମ ଏବଂ ଯଶ ଅର୍ଜିବେ ।
ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ଆଜି ଆପଣ ନୂତନ ଯୋଜନାର କାର୍ଯ୍ୟ କରିବାକୁ ଚାହୁଁଥିଲେ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ ଅଟେ । ଜଗି ରଖି ଖାଦ୍ୟ ଖାଆନ୍ତୁ, କାରଣ ରୋଗ ସଂକ୍ରମଣର ଆଶଙ୍କା ରହିଛି । ଆପଣଙ୍କ ମନରୁ ଦୁଃଶ୍ଚିନ୍ତାକୁ ଦୂର କରନ୍ତୁ ।