ମେଷ: ପାରିବାରିକ ଜୀବନ ଶାନ୍ତି ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ | ନିଜ ମାଆଙ୍କ ଠାରୁ ସାହାଯ୍ୟ ଓ ସହାନୁଭୂତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । ଅଫିସ କାର୍ଯ୍ୟର ଚାପ କିଛି ସମୟ ପାଇଁ ବିଚଳିତ କରିପାରେ । ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ମାତ୍ର ଉପରିସ୍ଥ ଅଧିକାରୀ କିମ୍ୱା ମାଲିକଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିପାରେ ।
ବୃଷ: ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ପ୍ରତିଦ୍ୱନ୍ଦ୍ୱୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ରୂପ ଗ୍ରହଣ କରିପାରେ । ଆପଣ ନିଜ ଉପରେ ନ୍ୟସ୍ତ ଥିବା କର୍ମ ସାରିପାରିବେ ନାହିଁ । ଏହାଦ୍ୱାରା ଆପଣ ହତୋତ୍ସାହିତ ହେବା ସହ ଉତ୍କଣ୍ଠିତ ହେବେ । ଏପରି କୌଣସି ଘଟଣାରେ ଆପଣଙ୍କୁ ନିୟୋଜିତ କରନ୍ତୁନାହିଁ ଯେଉଁଥିରେ ଆପଣଙ୍କର ସମ୍ମାନରେ ହାନି ହେବ ।
ମିଥୁନ: ଦିବସରେ ପ୍ରଥମାର୍ଦ୍ଧରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଦିନର ପ୍ରଥମରୁ ଏପରି ମନୋବୃତ୍ତି ଆପଣଙ୍କ ଆବେଗକୁ କମାଇଦେବେ ଏବଂ ଉତ୍କଣ୍ଠାକୁ ଦୁର୍ବଳ କରିଦେବେ । ଆପଣ ନିଜର ଖର୍ଚ୍ଚ ନିୟନ୍ତ୍ରଣରେ ରଖନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ କାରଣ ପାଠ ପଢାରେ, ଆପଣଙ୍କ ମନରେ ଯାହା ସମସ୍ୟାର ସମାଧାନ ପାଇ ନିଷ୍ପତ୍ତି ନେଇଥିବେ ତାହା କରିବେ । ଆପଣ କିଛି ବନ୍ଧୁଙ୍କୁ ନିଜ ଗୃହକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିପାରନ୍ତି । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ । ଆପଣ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ କାମ ଗୁଡିକ ସ୍ଥଗିତ ରଖନ୍ତୁ । ଆପଣଙ୍କ ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ । ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ ।
ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲକ୍ଷିତ ହୋଇପାରେ | କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ । ଉପରିସ୍ଥ କର୍ମଚାରୀଙ୍କ ସହ କାର୍ଯ୍ୟସ୍ଥଳରେ କିମ୍ୱା ଘରେ ଗୁରୁଜନଙ୍କ କଥା କଟାକଟି ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ ।
କନ୍ୟା: ଆଜି ଆପଣ ବାକି ଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ । ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ଆପଣ ସଫଳତା ପାଇବେ । ଘର ପରିବେଶ ଖୁସିମୟ ହେବ । ପ୍ରିୟଜନ, ବନ୍ଧୁ ଏବଂ ଭାଇଭଉଣୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ବିତାଇବେ ।
ତୁଳା: ଆଜିର ଦିବସଟି ଆପଣଙ୍କ ନିମନ୍ତେ ଶୁଭ ଫଳଦାୟକ ଅଟେ । ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଆପଣ ଏଥିପାଇଁ ଉପକୃତ ହେବେ । ଆପଣଙ୍କର ପଦୋନ୍ନତି ହୋଇପାରେ କିମ୍ଵା ଦରମା ବୃଦ୍ଧି ଘଟିପାରେ । ପାରିବାରିକ ଜୀବନ ସୁଖମୟ ହେବ । ପରିବାରର ସଦସ୍ୟଙ୍କ ସଙ୍ଗେସଙ୍ଗେ ପରିଭ୍ରମଣରେ ଯିବାପାଇଁ ଯୋଜନା କରିପାରନ୍ତି ।
ବିଛା: ଆପଣ ନିଜର ମୂଲ୍ୟାୟନ କରିବା ଓ ନିଜର କ୍ଷମତା ଗୁଡିକର ପରୀକ୍ଷା କରିବାରେ ଅଧିକାଂଶ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବ୍ୟବସାୟିକ ଦକ୍ଷତା ଗୁଡିକୁ ବଢାଇବା ପାଇଁ ଯାହା ଆବଶ୍ୟକ ଆପଣ ସବୁ କରିବେ । ଆପଣଙ୍କ ବିରଳ ଅନ୍ତର୍ଦୃଷ୍ଟି ଓ ଲୋକମାନଙ୍କ ପ୍ରକୃତିକୁ ବୁଝିବାର ଉପହାର ଆପଣଙ୍କୁ ନିକଟ ଭବିଷ୍ୟତରେ ନେତୃତ୍ଵ ନେବା ପାଇଁ ପ୍ରସ୍ତୁତ କରିବ ।
ଧନୁ: ଆଜି ଆପଣ ଆପଣଙ୍କର ବ୍ୟବହାର ଏବଂ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କର ଖର୍ଚ୍ଚ ବଢିବ । ଯାହା ଫଳରେ ଆପଣ ବିରକ୍ତି ଭାବ ପ୍ରକାଶ କରିପାରନ୍ତି । ନିଜକୁ ଶାନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ, ଯେପରିକି କୌଣସି ଅସୁବିଧା ଏବଂ କଳହକୁ ଆପଣ ଏଡାଇ ପାରିବେ ।
ମକର: ଆଜି ଆପଣ ଯାହା କରିବେ ସେଥିରେ ସଫଳତା ପାଇବେ ଓ ସେଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ । ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ । ବିଭିନ୍ନ ଦିଗରେ ଏବଂ ବିଭିନ୍ନ କ୍ଷେତ୍ରରେ ଏହା ମଙ୍ଗଳକାରୀ ହେବ । ବନ୍ଧୁ କିମ୍ୱା ସମ୍ପର୍କୀୟଙ୍କ ସହ ଭେଟିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ।
କୁମ୍ଭ: ସମସ୍ତ ଉପାୟରେ ଆପଣଙ୍କ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହି ଆପଣ ଆଜି ନିଜକୁ ପ୍ରମାଣିତ କରିବେ । ଆପଣ ନିଜ ନିରାଶାକୁ ପରାସ୍ତ କରିବେ ଓ ଆଗକୁ ବଢି ଚାଲିବେ । ଆପଣଙ୍କ ପ୍ରସନ୍ନ କରୁଥିବା ଆଚରଣ ଅନ୍ୟମାନଙ୍କ ନିକଟରେ ଆପଣଙ୍କୁ ଲୋକପ୍ରିୟ କରିବ ଓ ଆପଣ ସବୁ ସମୟରେ ପ୍ରଶଂସା ପାଇବେ ।
ମୀନ: ଆଜି, ଆପଣ ବ୍ୟାକୁଳ ଏବଂ ଶାନ୍ତ ଅନୁଭବ କରିପାରନ୍ତି । ଧୈର୍ଯ୍ୟ ରଖନ୍ତୁ ଏବଂ ନିଜ ଉପରେ ବିଶ୍ୱାସ ରଖନ୍ତୁ । ସମୟ କ୍ରମେ ସବୁ ଜିନିଷ ଭଲ ହୋଇଯିବ । ଅବଶ୍ୟ, ପରିସ୍ଥିତି ପ୍ରଭାବରୁ ଆପଣ ମାନ୍ଦା କିମ୍ୱା କ୍ଳାନ୍ତ ଅନୁଭବ କରିପାରନ୍ତି । ଅନ୍ୟ କୌଣସି ସମସ୍ୟା ଯୋଗୁଁ ମଧ୍ୟ ବ୍ୟସ୍ତ ଏବଂ ବିରକ୍ତି ହେବେ । ଆପଣଙ୍କୁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ।