ETV Bharat / bharat

ଅଟଳଙ୍କୁ ମନେ ପକାଇଲେ ଆଡଭାନୀ, ବିନମ୍ରତା ସହ ଗ୍ରହଣ କଲେ ଭାରତରତ୍ନ - ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

LK Advani On Being Conferred Bharat Ratna: ଭାରତରତ୍ନ ସମ୍ମାନ ଘୋଷଣା ପରେ ଭାବପ୍ରବଣ ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । କଣ କହିଲେ ପଢନ୍ତୁ

LK Advani reaction
LK Advani reaction
author img

By ETV Bharat Odisha Team

Published : Feb 3, 2024, 5:21 PM IST

Updated : Feb 3, 2024, 5:27 PM IST

ହାଇଦ୍ରାବାଦ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବାଚ୍ଚ ନାଗରିକ ସମ୍ମାନ ଭାରତରତ୍ନ । ଏହି ସମ୍ମାନରେ ସମ୍ମାନିତ କରାଯିବା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ ଯୋଗେ ଘୋଷଣା କରିଛନ୍ତି । ଭାରତରତ୍ନ ସମ୍ମାନ ଘୋଷଣା ପରେ ବିଜେପି ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଭାରତରତ୍ନ ଘୋଷଣା ପରେ ୟୁପି ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ହରିୟାଣା ମନୋହର ଲାଲ ଖଟ୍ଟରଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏହାକୁ ଖୁସିର ମୁହୂର୍ତ୍ତ ବୋଲି କହିଛନ୍ତି । ତେବେ ଏହି ସମ୍ମାନ ଘୋଷଣା ହେବା ପରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଭାବୁକ ହୋଇଯାଇଛନ୍ତି । ଏହା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି ।

ଭାରତରତ୍ନ ଘୋଷଣା ହେବା ପରେ 96 ବର୍ଷୀୟ ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, "ମୁଁ ଏହି ସମ୍ମାନକୁ ବିନମ୍ରତା ଏବଂ କୃତଜ୍ଞତାର ସହିତ ଗ୍ରହଣ କରୁଛି । ଏହି ସମ୍ମାନ କେବଳ ମୋ ପାଇଁ ଜଣେ ବ୍ୟକ୍ତି ଭାବେ ନୁହେଁ ବରଂ ଆଦର୍ଶ ଏବଂ ନୀତି ପାଇଁ ମଧ୍ୟ ଏକ ସମ୍ମାନ ଅଟେ । ମୁଁ ମୋର ସାମର୍ଥ୍ୟ ଅନୁସାରେ ଜୀବନସାରା ସେବା କରି ଆସିଛି । 'ଏହି ଜୀବନ ମୋର ନୁହେଁ, ଏହା ମୋର ଦେଶ ପାଇଁ' ଏହି ବାକ୍ୟ ମୋତେ ସର୍ବଦା ପ୍ରେରିତ କରିଥିଲା । ଆଜି ମୁଁ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ କୃତଜ୍ଞତାର ସହ ମନେ ପକାଉଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସହ ମିଶି ମୁଁ କାର୍ଯ୍ୟ କରି ଆସିଛି । ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ଏହି ସମ୍ମାନ ପାଇଁ ମୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ମୋ ସ୍ତ୍ରୀ କମଳାଙ୍କ ପାଇଁ ଶୋକବ୍ୟକ୍ତ କରୁଛି ।"

ଏହା ମଧ୍ୟ ପଢନ୍ତୁ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ

ଦେଶର ସର୍ବାଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ଘୋଷଣା ହେବା ପରେ ସର୍ବସମ୍ମୁଖକୁ ଆସିଥିଲେ ଆଡଭାନୀ । ତାଙ୍କ ସହିତ ଝିଅ ପ୍ରତିଭା ଆଡଭାନୀ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ବାପାଙ୍କୁ ମିଠା ଖୁଆଇ ଆଲିଙ୍ଗନ କରିଥିଲେ ପ୍ରତିଭା । ବାପା ସର୍ବଦା ଦେଶସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ ସେ ଖୁସି ଥିବା କହିଛନ୍ତି ପ୍ରତିଭା ।

ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରି କହିଥିଲେ, "ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଆମ ସମୟରେ ସେ ଜଣେ ସମ୍ମାନିତ ରାଷ୍ଟ୍ରନେତା । ଦେଶର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ । ତୃଣମୂଳ ସ୍ତରରେ କାର୍ଯ୍ୟ ଆରମ୍ଭ କରି ଉପ ପ୍ରଧାନମନ୍ତ୍ରୀ ଭାବେ ଦେଶ ସେବା କରିଛନ୍ତି । ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଆଦର୍ଶ ଏବଂ ସମୃଦ୍ଧ ଜ୍ଞାନରେ ପରିପୂର୍ଣ୍ଣ ରହିଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2024, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.