ETV Bharat / bharat

ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଗିରଫ ହେବେ ପ୍ରଜ୍ବଳ ରେବନ୍ନା: କର୍ଣ୍ଣାଟକ ଗୃହମନ୍ତ୍ରୀ - Revanna Filed Anticipatory Bail

author img

By ETV Bharat Odisha Team

Published : May 29, 2024, 5:47 PM IST

Prajwal Revanna Filed For Anticipatory Bail: ଭାରତ ଫେରୁଛନ୍ତି ସାଂସଦ ପ୍ରଜ୍ବଳ ରେବନ୍ନା । ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

Prajwal Revanna
Prajwal Revanna (ETV Bharat Karnataka)

ବେଙ୍ଗାଲୁରୁ: ଖୁବଶୀଘ୍ର ଗିରଫ ହୋଇପାରନ୍ତି ପ୍ରଜ୍ବଳ ରେବନ୍ନା । ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ହିଁ ତାଙ୍କୁ ଗିରଫ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ବର । ସେ କହିଛନ୍ତି, "ପ୍ରଜ୍ବଳ ରେବନ୍ନା ପହଞ୍ଚିବା କ୍ଷଣି ତାଙ୍କୁ ଗିରଫ କରିବ SIT । ଗିରଫଦାରୀ ପାଇଁ ୱାରେଣ୍ଟ ଜାରି ହୋଇଛି । ଏହାସହ ଗିରଫଦାରୀ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ପ୍ରଜ୍ବଳ ଗିରଫ ହେବା ପରେ ତାଙ୍କର ବୟାନ ରେକର୍ଡ ହେବ । ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ।"

Prajwal Revanna
Prajwal Revanna (ETV Bharat Karnataka)

ପୂର୍ବରୁ ସାଂସଦ ପ୍ରଜ୍ବଳ ରେବନ୍ନା ଏକ ଭିଡିଓ ଜାରି କରିଥିଲେ । ମେ ୩୧ ତାରିଖରେ ସେ SIT ନିକଟରେ ହାଜର ହେବେ ବୋଲି ଜଣାପଡ଼ିଛି । ସେପଟେ ପ୍ରଜ୍ବଳ ରେବନ୍ନାଙ୍କ ଫ୍ଲାଇଟ୍ ଟିକଟର ଫଟୋ ଭାଇରାଲ ହୋଇଛି । ଯେଉଁଥିରୁ ଜଣାପଡ଼ିଛି ଯେ, ପ୍ରଜ୍ବଳ ଭାରତ ଫେରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଜ୍ବଳ ରେବନ୍ନା ଜର୍ମାନୀରୁ ଭାରତ ଫେରିବା ନେଇ ଟିକଟ ବୁକ୍ କରିଥିବା କୁହାଯାଉଛି । ସେ କରିଥିବା ଟିକଟର ଏକ ଫଟୋ ଭାଇରାଲ ହୋଇଛି । ତେବେ ଭାଇରାଲ ହୋଇଥିବା ଟିକଟରେ ଦେଖିବାକୁ ମିଳିଛି ଯେ, ପ୍ରଜ୍ବଳ ଲୁଫଥାନ୍ସା ଏୟାରଲାଇନ୍ସରୁ ଯାତ୍ରା ଆରମ୍ଭ କରିବେ । ଗୁରୁବାର (୩୦ ମେ)ରେ ସେ ପାଖାପାଖି ୧୨ ଟା ୫ ସମୟରେ ଜର୍ମାନୀର ନ୍ୟୁନିଖ ଏୟାରପୋର୍ଟରୁ ବାହାରିବେ । ଶୁକ୍ରବାର ୧୨ଟା ୩୦ରୁ ବେଙ୍ଗାଲୁରୁର କେମ୍ପେଗୌଡା ବିମାନବନ୍ଦରରେ ଅବତରଣ କରିପାରନ୍ତି ।

ଏହା ବି ପଢନ୍ତୁ...କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ କେଳେଙ୍କାରୀ: ବିଜେପି ନେତାଙ୍କ ସହଯୋଗୀ ସମେତ ୨ ଅଭିଯୁକ୍ତ ଗିରଫ - Prajwal Revanna Sex Scandal

ଏହା ବି ପଢନ୍ତୁ...ଅଶ୍ଳୀଳ ଭିଡିଓ ମାମଲା: କାଲି ଭାରତ ଫେରୁଛନ୍ତି ସାଂସଦ ପ୍ରଜ୍ଜଳା ରେବନ୍ନା

ସୂଚନା ଅନୁସାରେ, ଅଗ୍ରୀମ ଜାମିନ ଆବେଦନ କରିଛନ୍ତି ସାଂସଦ ପ୍ରଜ୍ବଳ ରେବନ୍ନା । ଏହି ଜାମିନ ଆବେଦନ ଉପରେ ଶୁଣାଣି କରାଯିବ । କହିରଖୁଛୁ ଯେ, ଜେଡିଏସ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଅଶ୍ଳୀଳ ଭିଡିଓ କେଳେଙ୍କାରୀ ମାମଲାରେ ଛନ୍ଦି ହୋଇଛନ୍ତି । ଏହି ମାମଲାରେ ଗତ କିଛି ଦିନ ତଳେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ବିଜେପି ବିଧାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ମାମଲାରେ ଏସଆଇଟି ସେମାନଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.