ETV Bharat / bharat

ଇଡିକୁ ହେମନ୍ତ ସୋରେନଙ୍କ ଚିଠି, 'ଆସନ୍ତାକାଲି ହେବେ ହାଜର' - ଇଡିକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

ED seizes money from Jharkhand CM house: ବୁଧବାର ବାସଭବନରେ ଜେରା କରିବାକୁ ଇଡିକୁ ଚିଠି ଲେଖିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ। ଦିଲ୍ଲୀସ୍ଥିତ ବାସଭବନରୁ 36 ଲକ୍ଷ ଟଙ୍କା ଜବତ। ଅଧିକ ପଢନ୍ତୁ

Hemant Soren
ଇଡିକୁ ସୋରେନଙ୍କ ଚିଠି
author img

By ETV Bharat Odisha Team

Published : Jan 30, 2024, 1:09 PM IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ବୁଧବାର ଇଡି ପ୍ରଶ୍ନର ସାମ୍ନା କରିବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସନ୍ତାକାଲି ଅପରାହ୍ଣ ୧ଟାରେ ତାଙ୍କ ବାସଭବନରେ ପଚରାଉଚରା କରିବା ପାଇଁ ସେ ଇଡିକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏପରି ସମୟରେ ପଚରାଉଚରା କରିବା ରାଜନୈତିକ ଉଦ୍ଦେଶ୍ୟ ଦର୍ଶାଉଛି ବୋଲି ଅଭିଯୋଗ କରିଛନ୍ତି ସୋରେନ । ଅନ୍ୟପଟେ ଦିଲ୍ଲୀସ୍ଥିତ ସୋରେନଙ୍କ ବାସଭବନରେ ଇଡି ଚଢାଉ କରି 36 ଲକ୍ଷ ଟଙ୍କା, ଏକ ଏସୟୁଭି, ଏକ ବିଏମଡବ୍ଲୁ କାର ଓ କିଛି ଡକ୍ୟୁମେଣ୍ଟ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ନିଖୋଜ ! ଘରୁ BMW କାର୍ ଜବତ କଲା ଇଡି

ସୋରେନ୍ ଚିଠିରେ ଉଲ୍ଲେଖ କରିଛନ୍ତି "ଆପଣ ଭଲ ଭାବେ ଜାଣିଛନ୍ତି ଯେ ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ 2 ରୁ 29 ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟ ବ୍ୟତିତ ବଜେଟ ପାଇଁ ପାଇଁ ପ୍ରସ୍ତୁତି ଚାଲିଛି । ଏହା ପୂର୍ବରୁ ମୋତେ ଜେରା ପାଇଁ ଇଡିର ସମନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ତଥା ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ତାଙ୍କ ସରକାରୀ କାର୍ଯ୍ୟ କରିବାରେ ରୋକିବା ଆପଣଙ୍କର ରାଜନୈତିକ ଉଦ୍ଦେଶ୍ୟକୁ ଦର୍ଶାଉଛି । ସୁରକ୍ଷା ଦୃଷ୍ଟିରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ ଏବଂ ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟର 100 ମିଟର ପରିସର ମଧ୍ୟରେ 144 ଧାରା ଜାରି କରାଯାଇଛି ।

ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ କହିଛନ୍ତି, ''ଆମେ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ । କେହି ଆଇନରୁ ଉର୍ଦ୍ଧ୍ବରେ ନୁହେଁ । ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତ ଭାବେ ଏହି ନିୟମର ପାଳନ କରିବେ । ଆମକୁ ସମ୍ବିଧାନ ଭିତରେ କାମ କରିବାକୁ ପଡ଼ିବ। ଆମେ ଆଇନ ଏବଂ ବ୍ୟବସ୍ଥାର ପାଳନ କରିବାକୁ ଚାହୁଁଛୁ।"

ଏହା ମଧ୍ୟ ପଢନ୍ତୁ-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ପଶିଲା ଇଡି

ଜାନୁଆରୀ ୨୭ରୁ 31ରେ ରାଞ୍ଚିସ୍ଥିତ ବାସଭବନରେ ସୋରେନଙ୍କୁ ଇଡି ପଚରାଉଚରା କରିବ ବୋଲି ସମନ ଜାରି ହୋଇଥିଲା । ଏହା ପୂର୍ବରୁ ସୋମବାର ସକାଳ 9ଟା ସମୟରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର ଅଧିକାରୀମାନେ ସୋରେନଙ୍କ ଦକ୍ଷିଣ ଦିଲ୍ଲୀରେ ଥିବା ବାସଭବନରେ ରେଡ କରିଥିଲେ। ଦୀର୍ଘ 13 ଘଣ୍ଟା ସେଠାରେ ଯାଞ୍ଚ କରିବା ପରେ ବାସଭବନରୁ ହରିୟାଣା ରାଜ୍ୟର ନମ୍ବର ଥିବା ଏକ ବିଏମଡବ୍ଲୁ କାର ଜବତ କରିଥିଲା ଇଡି । ଆଜି ସେଠାରୁ ପୁଣି 36 ଲକ୍ଷ ଟଙ୍କା, ଏକ ଏସୟୁଭି ଓ କିଛି ଡକ୍ୟୁମେଣ୍ଟ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବର୍ତ୍ତମାନ ହେମନ୍ତ ସୋରେନ କେଉଁଠି ଅଛନ୍ତି ତାହାର ପତ୍ତା ମିଳିପାରିନି । ସୋରେନ ଇଡିରେ ହାଜର ହେଉନଥିବାରୁ ସେ ନିଖୋଜ ଥିବା ବିଜେପି କହିଛି । ଇଡି ଭୟରେ ସେ ଗତ 18 ଘଣ୍ଟା ହେଲା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଫେରାର ଅଛନ୍ତି ବୋଲି ଝାଡ଼ଖଣ୍ଡ ବିଜେପି ଦାବି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.