ETV Bharat / bharat

ଦୁର୍ନୀତି ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ହେମନ୍ତ ସୋରେନ

author img

By ETV Bharat Odisha Team

Published : Feb 5, 2024, 2:10 PM IST

Jharkhand Floor Test: ଫ୍ଲୋର ଟେଷ୍ଟ ପାଇଁ ଝାଡ଼ଖଣ୍ଡ ବିଧାନସଭାରେ ଉପସ୍ଥିତ ଥିଲେ ହେମନ୍ତ ସୋରେନ। ସମ୍ବୋଧନ ସମୟରେ ତାଙ୍କ ଗିରଫଦାରୀ ପଛରେ ରାଜ୍ୟପାଳଙ୍କ ହାତ ଥିବା ଅଭିଯୋଗ ଆଣିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ହେମନ୍ତ ସୋରେନ
Hemant Soren

ରାଞ୍ଜି: ଆଜି ଝାଡ଼ଖଣ୍ଡ ବିଧାନସଭାର ଦୁଇ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କ ଫ୍ଲୋର ଟେଷ୍ଟ ପାଇଁ ଅଧିବେଶନ ଆରମ୍ଭ ହୋଇଛି । ଏଥିପାଇଁ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବର୍ତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହିଛନ୍ତି । ଯଦି ଜମି ଦୁର୍ନୀତି ମାମଲାରେ ତାଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜମିର ଦଲିଲଗୁଡ଼ିକୁ ଦେଖାଇ ଦିଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ହେମନ୍ତ । ଏଥିସହ ତାଙ୍କ ଗିରଫଦାରୀ ପଛରେ ରାଜ୍ୟପାଳଙ୍କ ହାତ ଅଛି ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହେମନ୍ତ ଗିରଫଦାରୀ ମାମଲା: ଇଡିକୁ ଉତ୍ତର ମାଗିଲେ ଝାଡ଼ଖଣ୍ଡ ହାଇକୋର୍ଟ

ଆଜି ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ସରକାରଙ୍କ ଫ୍ଲୋର ଟେଷ୍ଟ ପୂର୍ବରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନ ଅଧିବେଶନକୁ ସମ୍ବୋଧିତ କରିଥିଲେ। ସମ୍ବୋଧନ ସମୟରେ ସେ କହିଥିଲେ, '' ଜାନୁଆରୀ 31 ତାରିଖ ରାତିରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା । ସେଦିନ ଥିଲା କଳା ଦିବସ ଏବଂ କଳା ଅଧ୍ୟାୟ । ଏହି ଘଟଣାରେ ରାଜ୍ୟପାଳଙ୍କ ସମ୍ପୃକ୍ତ ଥିବେ ବୋଲି ମୋର ବିଶ୍ୱାସ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପରାଜୟ ଗ୍ରହଣ କରିନାହୁଁ। ଯଦି ସେମାନେ ଭାବୁଛନ୍ତି ଯେ ମୋତେ ପଛରେ ପକାଇ ସଫଳ ହୋଇପାରିବେ, ତେବେ ଏହା ଝାଡଖଣ୍ଡ ଯେଉଁଠାରେ ଅନେକ ଲୋକ ନିଜ ଜୀବନ ଦେଇଛନ୍ତି । 8.5 ଏକର ଜମି ଦୁର୍ନୀତି ଅଭିଯୋଗରେ ମୋତେ ଗିରଫ କରାଯାଇଛି। ଯଦି ସେମାନଙ୍କର ସାହସ ଅଛି, ତେବେ ମୋ ନାମରେ ପଞ୍ଜିକୃତ ଜମିର ଦଲିଲଗୁଡ଼ିକୁ ଦେଖାନ୍ତୁ । ଯଦି ଏହା ସତ ପ୍ରମାଣିତ ହୁଏ, ତେବେ ମୁଁ ରାଜନୀତି ଛାଡ଼ିଦେବି । ମୁଁ ଲୁହ ଗଡ଼ିଇବି ନାହିଁ , ଲୁହକୁ ମୁଁ ସେହି ସମୟ ପାଇଁ ରଖିଛି , ବର୍ତ୍ତମାନ ପାଇଁ ମୋର ଲୁହ ଆପଣମାନଙ୍କ ପାଇଁ କିଛି ବି ନୁହେଁ । ''

ପ୍ରଥମେ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ସମ୍ବୋଧନ ଦେଇ କହିଥିଲେ, ''ମୁଁ ଗର୍ବର ସହିତ କହୁଛି ଯେ ମୁଁ ହେମନ୍ତ ସୋରେନଙ୍କ ଦ୍ୱିତୀୟ ଭାଗ ଅଟେ । ହେମନ୍ତ ସୋରେନଙ୍କ ପ୍ରତି କିପରି ଅନ୍ୟାୟ କରାଯାଉଛି ତାହା ଆଜି ସାରା ଦେଶ ଦେଖୁଛି। ଯଦି ଆପଣ ରାଜ୍ୟର କୌଣସି ଗ୍ରାମକୁ ଯାଆନ୍ତି, ତେବେ ପ୍ରତ୍ୟେକ ଘରେ ହେମନ୍ତ ସୋରେନଙ୍କ ଯୋଜନା ପାଇବେ। କେନ୍ଦ୍ର ସରକାର ତଦନ୍ତାକାରୀ ସଂସ୍ଥାଗୁଡିକର ଅପବ୍ୟବହାର କରୁଛନ୍ତି। ଯେତେବେଳେ ଆଦିବାସୀମାନେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ସମାନଙ୍କ ନେତୃତ୍ୱକୁ ଦବାଇବାକୁ ଚେଷ୍ଟା କରାଯାଉଛି । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.