ETV Bharat / bharat

ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲା: 3 ଅଭିଯୁକ୍ତଙ୍କ ଫଟୋ ସହ ଅନ୍ୟ ତଥ୍ୟ ସେୟାର କଲା କାନାଡା - Hardeep Singh Nijjar killing - HARDEEP SINGH NIJJAR KILLING

Hardeep Singh Nijjar killing: 3 ଭାରତୀୟଙ୍କୁ ଗିରଫ କରାଯାଇଥିବା ତଥ୍ୟ ରଖିଲା କାନାଡା । ଗତବର୍ଷ ଜୁନରେ ଖଲିସ୍ତାନୀ ଆତଙ୍କୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ପରେ ଚରମ ତିକ୍ତତାରେ ପହଞ୍ଚିଥିଲା ଭାରତ-କାନାଡା ସମ୍ପର୍କ । ଅଧିକ ପଢନ୍ତୁ

ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲା: 3 ଅଭିଯୁକ୍ତଙ୍କ ଫଟୋ ସହ ଅନ୍ୟ ତଥ୍ୟ ସେୟାର କଲା କାନାଡା,
ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲା: 3 ଅଭିଯୁକ୍ତଙ୍କ ଫଟୋ ସହ ଅନ୍ୟ ତଥ୍ୟ ସେୟାର କଲା କାନାଡା, (ଫଟୋ-ଇଟିଭି ଭାରତ)
author img

By ETV Bharat Odisha Team

Published : May 4, 2024, 12:41 PM IST

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଗିରଫ ହୋଇଥିବା 3 ଭାରତୀୟ ଅଭିଯୁକ୍ତଙ୍କ ଫଟୋ ସହ ମାମଲା ସମ୍ପର୍କିତ ଅନ୍ୟ ତଥ୍ୟ ସେୟାର କଲା କାନାଡା । ଭାରତୀୟ ଏଜେନ୍ସି ସମ୍ପୃକ୍ତିରେ ଏହି ହତ୍ୟାକାଣ୍ଡକୁ ରୂପ ଦିଆଯାଇଥିବା ଅଭିଯୋଗ ସହ କାନାଡା ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଅଭିଯୁକ୍ତଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ମଧ୍ୟ କାନାଡା ପୋଲିସ କହିଛି ।

ମାମଲାର ତଦନ୍ତ କରୁଥିବା ରୟାଲ କାନାଡା ମାଉଣ୍ଟେଡ ପୋଲିସ (RCMP) ସେୟାର କରିଥିବା ତଥ୍ୟ ଅନୁସାରେ, ଗିରଫ 3 ଅଭିଯୁକ୍ତ ଭାରତୀୟ ହେଉଛନ୍ତି 28 ବର୍ଷୀୟ କରଣପ୍ରୀତ ସିଂ,22 ବର୍ଷୀୟ କମଲପ୍ରୀତ ସିଂ, ଓ 22 ବର୍ଷୀୟ କରଣ ବରାର । ଏହି ଅଭିଯୁକ୍ତମାନେ ଏବେ ସ୍ଥାନୀୟ ପୋଲିସ କଷ୍ଟଡିରେ ରହିଛନ୍ତି । ଏମାନଙ୍କ ଫଟୋ ଓ ବ୍ୟକ୍ତିଗତ ସୂଚନା ସେୟାର କରିବା ସହ ଏମାନଙ୍କୁ ହତ୍ୟାକାଣ୍ଡ ପରେ ପର୍ଯ୍ୟାୟକ୍ରମରେ କାନାଡାର ଆଲବେର୍ଟା ସହରରୁ ଗିରଫ କରାଯାଇଥିବା ମଧ୍ଯ ସ୍ଥାନୀୟ ପୋଲିସ କହିଛି । ହେଲେ ଏହି ପ୍ରସଙ୍ଗରେ ଏବେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଏହା ମଧ୍ୟ ପଢନ୍ତୁ :- ଆଗେ ଟିକଟ ମିଳିଲା, ପରେ ବିଧିବଦ୍ଧ ଭାବେ ପଦ୍ମ ଧରିଲେ ସନ୍ତୋଷ - NILGIRI CONSTITUENCY

ଖଲିସ୍ତାନୀ ଆନ୍ଦୋଳନର ନେତୃତ୍ବ ନେଇ ଏକାଧିକ ହିଂସା ଓ ଅପରାଧିକ କାଣ୍ଡରେ ସାମିଲ ଥିବା ହରଦ୍ବୀପ ସିଂ ନିଜ୍ଜାର 2020ରେ ଭାରତ ସରକାର ଦ୍ବାରା ଆତଙ୍କବାଦୀ ଘୋଷିତ ହୋଇଥିଲା । ଏହା ପରେ ସେ ଦେଶ ଛାଡି ପଳାୟନ କରିଥିଲା । ପରବର୍ତ୍ତୀ ସମୟରେ ସେ କାନାଡାରେ ଥିବା ଜଣାପଡିଥିଲା । ଗତବର୍ଷ ଜୁନରେ କାନାଡାରେ ତାକୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଏହା ପରେ କାନାଡା ଭାରତ ମଧ୍ୟରେ କୂଟନୈତିକ ତିତକ୍ତା ଆରମ୍ଭ ହୋଇଥିଲା । ସିଧା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ହତ୍ୟା ମାମଲାରେ ଭାରତୀୟ ଏଜେନ୍ସିର ଭୂମିକାକୁ ଦାୟୀ କରିଥିଲେ । ସେତେବେଳେ ଏକାଧିକ ଭାରତୀୟ ମଧ୍ୟ ସେଠାରେ ଗିରଫ ହୋଇଥିବା ଖବର ପ୍ରସାରିତ ହୋଇଥିଲା । ସେତେବେଳେ ଉଭୟ ଦେଶ ମଧ୍ୟରେ କୂଟନୈତିକ ଅଚଳାବସ୍ଥା ମଧ୍ୟ ସୃଷ୍ଟି ହୋଇଥିଲା । ଭାରତ ସାମୟିକ ଭାବେ କାନାଡାକୁ ଭିସା ସେବା ମଧ୍ୟ ବନ୍ଦ ରଖିଥିଲା । ପରେ ଅବଶ୍ୟ ସ୍ଥିତିରେ ସାମାନ୍ୟ ସୁଧାର ମଧ୍ୟ ଆସିଛି । ଆଜି କାନାଡା ଏହି ତିନି ଅଭିଯୁକ୍ତଙ୍କ ଫଟୋ ଓ ଅନ୍ୟ ସମ୍ପର୍କିତ ସୂଚନା ଭାରତ ସହ ସେୟାର କରିଛି । ଏହାକୁ ନେଇ ନୂଆଦଲ୍ଲୀର ପ୍ରତିକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.