ETV Bharat / bharat

ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ, ଆସନ୍ତାକାଲି ହେବେ ମୁଖ୍ୟଅତିଥି

author img

By ETV Bharat Odisha Team

Published : Jan 25, 2024, 4:07 PM IST

French President Emmanuel Macron arrives in Jaipur: ଜୟପୁରରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

ଜୟପୁରରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ, ଆସନ୍ତାକାଲି ଯିବେ ଦିଲ୍ଲୀ

ନୂଆଦିଲ୍ଲୀ: ଆସନ୍ତାକାଲି ପାଳନ ହେବାକୁ ଥିବା 75ତମ ସାଧାରଣତନ୍ତ୍ର ଦିବସରରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆଜି ରାଜସ୍ଥାନ ଜୟପୁରରେ ପହଞ୍ଚିଛନ୍ତି । ସେ ଆଜି ଜୟପୁର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ବିଦେଶ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ତାଙ୍କୁ ସ୍ବାଗତ କରିଛନ୍ତି । ଆସନ୍ତାକାଲି ଭାରତ 75ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ମାକ୍ରୋନ ଚଳିତଥର ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ । ଆଜି ସଂଧ୍ୟାରେ ଅତିଥି ରାଷ୍ଟ୍ରପତି ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସାକ୍ଷାତକାର ହେବ । ବିଦେଶୀ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆନୁଷ୍ଠାନିକ ସ୍ବାଗତ କରିବେ । ଏହା ପରେ ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା କରିବା ସହ ଜୟପୁରରେ ଏକାଧିକ ସ୍ଥାନ ପରିଭ୍ରମଣ କରିବେ । ଉଭୟ ଜୟପୁରର ଜନ୍ତରମନ୍ତର, ହାଓ୍ବା ମହଲ ଓ ଆଲର୍ବଟ ଆଇନଷ୍ଟାଇନ ସଂଗ୍ରହାଳୟରେ କିଛି ସମୟ କାଟିବେ ।

  • #WATCH | French President Emmanuel Macron arrives in Jaipur, Rajasthan as part of his two-day State visit to India. He will also attend the Republic Day Parade 2024 as the Chief Guest. pic.twitter.com/4zYFGZuVfu

    — ANI (@ANI) January 25, 2024 " class="align-text-top noRightClick twitterSection" data=" ">

ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଶକ୍ତି, ପ୍ରତିରକ୍ଷା, ବାଣିଜ୍ୟ, ସବୁଜଶକ୍ତି ଓ ଡିଜିଟାଲାଇଜେସନ ପରି ପ୍ରସଙ୍ଗରେ ଆଲୋଚନା କରିବେ । ଉଭୟ ଦେଶ ଏହି ସମସ୍ତ କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଭାରତ- ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ପୂର୍ବାପେକ୍ଷା ଅଧିକ ସୁଦୃଢ ହୋଇଛି । ପୂର୍ବରୁ ଭାରତ, ଫ୍ରାନ୍ସ ନିର୍ମିତ ରାଫେଲ ଫାଇଟର ଜେଟ କିଣି ସାରିଛି । ଏବେ ରାଫେଲର ମରାଇନ ଭର୍ସନ ବିମାନ ଓ ସ୍କର୍ପିଓନ ଶ୍ରେଣୀର 3 ସବମେରାଇନ କ୍ରୟ କରିବା ପାଇଁ ଜାରି ରହିଥିବା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ମୋଦି-ମାକ୍ରୋନ ଆଲୋଚନା କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର, ନିର୍ବାଚନ ପୂର୍ବରୁ ଧରିଥିଲେ ହାତ

ଚଳିତବର୍ଷ ଭାରତ 75ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଆସନ୍ତାକାଲି ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେଡ ମାଧ୍ୟମରେ ସମଗ୍ର ବିଶ୍ବ ଭାରତୀୟ ଅଖଣ୍ଡତା, ଶକ୍ତି ଓ ସାମର୍ଥ୍ୟର ଝଲକ ମଧ୍ୟ ଦେଖିବ । ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ବିଦେଶୀ ରାଷ୍ଟ୍ରମୁଖ୍ୟ ନିମନ୍ତ୍ରିତ ହୋଇଥାନ୍ତି । ଚଳିତଥର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମୁଖ୍ଯ ଅତିଥି ଭାବେ ଅଂଶଗ୍ରହଣ କରିଛନ୍ତି । ଭାରତ ପକ୍ଷରୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କୌଣସି କାରଣବଶତଃ ବାଇଡେନ ଅଂଶଗ୍ରହଣ କରିପାରିବେ ନାହିଁ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଥିଲା । ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲେ ସୁଦ୍ଧା ବିଦେଶ ମନ୍ତ୍ରଣାଳୟ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ରଖିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.