ନୂଆଦିଲ୍ଲୀ: ଭାରତ ଫ୍ରାନ୍ସ ମଧ୍ୟରେ ବନ୍ଧୁତା ଆହୁରୀ ଗଭୀର ହୋଇଛି । ଦେଶ ପାଳନ କରୁଛି 75 ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଭାରତ ସରକାର ଘୋଷଣା କରିଛନ୍ତି ସମ୍ମାନ ଜନକ ପଦ୍ମପୁରସ୍କାର । ପୁରସ୍କାର ତାଲିକାରେ ଫ୍ରାନ୍ସର 4 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରି ସମ୍ପର୍କକୁ ଆହୁରି ସମୃଦ୍ଧ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ହୋଇ ଭାରତ ଗସ୍ତ କରିଛନ୍ତି । ବର୍ତ୍ତମାନର ପରିବର୍ତ୍ତୀ ପରିସ୍ଥିତିରେ ଭାରତ ଫ୍ରାନ୍ସ ବିଶ୍ବକୁ ଭିନ୍ନ ଢଙ୍ଗରେ ଦେଖୁଛନ୍ତି । ଉଭୟ ଦେଶ ନିଜ ନିଜ ସମ୍ପର୍କକୁ ସୁଦୃଢ କରିବାରେ ଲାଗିଛନ୍ତି । ଭାରତର ଏହି ପରିବର୍ତ୍ତୀ ରଣନୀତିକୁ ଭିନ୍ନ ଢଙ୍ଗରେ ଦେଖୁଛନ୍ତି ବିଶ୍ବନେତା ।
ଅଧିକ ପଢନ୍ତୁ- ଗଣତନ୍ତ୍ର ଦିବସରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ମାକ୍ରୋନ
ଭାରତ ଗତକାଲି 75 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ରାଷ୍ଟ୍ରୀୟ ରାଜଧାନୀର କର୍ତ୍ତବ୍ୟପଥରେ ଆୟୋଜିତ ହୋଇଛି ଚିତାକର୍ଷକ ପରେଡ । କର୍ତ୍ତବ୍ୟପଥର ଖୋଲା ଆକାଶ ତଳେ ବସି ଶକ୍ତିଶାଳୀ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରମୁଖ୍ୟ ଇମାନୁଏଲ ମାକ୍ରୋନ ଦେଖିଛନ୍ତି ଭାରତର ନାରୀ ଶକ୍ତିଙ୍କ ସାମର୍ଥ୍ୟ, ସାମରିକ ଶକ୍ତି, ଆତ୍ମନିର୍ଭର ଭାରତର ଭିତ୍ତିଭୂମି, ବିବିଧତା ମଧ୍ୟରେ ଏକତା ସମେତ ପୁରା ଭାରତ ବୈଭବକୁ । ଆଉ ଅନୁଭବ କରିଛନ୍ତି ଭାରତର ଆତ୍ମାକୁ । ଆହୁରି ପାଖରୁ ବୁଝିଛନ୍ତି ଭାରତକୁ । ଯାହା ତାଙ୍କୁ ଓ ଫ୍ରାନ୍ସବାସୀଙ୍କୁ ଭାରତ ପ୍ରତି ଆହୁରି ନିକଟତର କରାଇବ ନିଶ୍ଚିତ ।
ସେପଟେ 75 ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଭାରତ ସରକାର ଘୋଷଣା କରିଛନ୍ତି ସମ୍ମାନଜନକ ପଦ୍ମପୁରସ୍କାର । 132 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ଦେବାକୁ ଘୋଷଣା କରିଛନ୍ତି । ଯେଉଁଥିରେ ଫ୍ରାନ୍ସର ମଧ୍ୟ 4 ଜଣ ରହିଛନ୍ତି । ଫ୍ରାନ୍ସର ଯେଉଁ 4 ଜଣ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି ସେମାନେ ହେଉଛନ୍ତି ଚାର୍ଲୋଟ କୌପୀନ, କିରଣ ବ୍ୟାସ, ପିୟରୈ ସୌଲ୍ବିନ ଫିଲ୍ୟୋଜୋଟ ଓ ଫ୍ରେଡ ନେଗରିଟ । ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ ଘୋଷଣା କରି ଭାରତ ସରକାର ଭାରତ -ଫ୍ରାନ୍ସ ସମ୍ପର୍କୁ ଆହୁରି ସମୃଦ୍ଧ କରିଛନ୍ତି ।
ଫ୍ରାନ୍ସର ଯେଉଁ 4 ଜଣ ନାଗରିକଙ୍କୁ ଭାରତ ସରକାର ପଦ୍ମ ସମ୍ମାନ ପାଇଁ ଘୋଷଣା କରିଛନ୍ତି ସେହି ଚାରି ଜଣ ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଯୋଗ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଚାର୍ଲୋଟ କୌପୀନ ପ୍ରତିଷ୍ଠା ଅର୍ଜନ କରିଥିବା ବେଳେ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ପିୟରୈ ସୌଲ୍ବିନ ଫିଲ୍ୟୋଜୋଟ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ସେହିପରି କିରଣ ବ୍ୟାସ ମଧ୍ୟ ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ଯେଉଁଥିପାଇଁ ଚାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବେ କେନ୍ଦ୍ର ସରକାର । ଏହା ବ୍ୟତୀତ ଫ୍ରେଡ ନେଗରିଟଙ୍କୁ ମଧ୍ୟ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ସମ୍ମାନିତ କରିବାକୁ ଯାଉଛନ୍ତି । ପଦ୍ମ ସମ୍ମାନ ପାଇଁ ଯେଉଁ ଚାରି ଜଣଙ୍କ ନା ଭାରତ ସରକାର ଘୋଷଣା କରିଛନ୍ତି ସେମାନ ସମ୍ମାନ ଓ ପ୍ରତିଷ୍ଠା ଫ୍ରାନ୍ସରେ ରହିଛି । ଏହାଦ୍ବାରା ଭାରତ -ଫ୍ରାନ୍ସ ସମ୍ପର୍କ ଆହୁରି ସମୃଦ୍ଧ ହେବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ