ETV Bharat / bharat

ଟିକେଟ ଦେଲାନି ଦଳ, ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ

author img

By ETV Bharat Odisha Team

Published : Mar 3, 2024, 4:33 PM IST

Harsh Vardhan quits politics: ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ରାଜନୀତିରୁ ସନ୍ୟାସ ନେଲେ ପୂର୍ବତନ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଅଧିକ ପଢନ୍ତୁ

ଟିକେଟ ଦେଲାନି ଦଳ, ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ
ଟିକେଟ ଦେଲାନି ଦଳ, ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାର ମାତ୍ର 24 ଘଣ୍ଟା ମଧ୍ୟରେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ସେ ଦିଲ୍ଲୀର ଚାନ୍ଦିନିଚୌକ ଆସନରୁ ସାଂସଦ ଥିଲେ । ଗତକାଲି ଦଳ ପ୍ରକାଶ କରିଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ତାଙ୍କ ନାମ ବାଦ ଦିଆଯାଇଥିଲା । ତାଙ୍କ ପାରମ୍ପରିକ ଆସନ ଚାନ୍ଦିନିଚୌକ ସଂସଦୀୟ କ୍ଷେତ୍ରରୁ ପ୍ରବୀଣ ଖଣ୍ଡେଲଓ୍ବାଲଙ୍କୁ ଟିକେଟ ମିଳିଛି । ନିଜ ପାରମ୍ପରିକ ଆସନରୁ ଅନ୍ୟ ପ୍ରାର୍ଥୀ ଟିକେଟ ପାଇବାର କିଛି ଘଣ୍ଟା ମଧ୍ୟରେ ହର୍ଷବର୍ଦ୍ଧନଙ୍କ ଏହି ଘୋଷଣା ସାମ୍ନାକୁ ଆସିଛି । 69 ବର୍ଷୀୟ ଡ. ହର୍ଷବର୍ଦ୍ଧନ ଗତ 30 ବର୍ଷ ଧରି ରାଜନୀତିରେ ସକ୍ରିୟ ଥିଲେ । ସେ ପାଞ୍ଚ ଥର ବିଧାନସଭା ନିର୍ବାଚନ ଓ ଦୁଇଥର ଲୋକସଭା ନିର୍ବାଚନ ଜିତିଛନ୍ତି । କୋଭିଡ ସଂକ୍ରମଣ ସମୟରେ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ବେଶ ଚର୍ଚ୍ଚାରେ ଥିଲେ ।

ନିଜ ନିଷ୍ପତ୍ତି ସମ୍ପର୍କରେ ଏକ ଦୀର୍ଘ ଟ୍ବିଟ କରି ଡ. ହର୍ଷବର୍ଦ୍ଧନ ଲେଖିଛନ୍ତିି, "ତିରିଶ ବର୍ଷରୁ ଅଧିକ ସମୟର ନିର୍ବାଚନୀ କ୍ୟାରିୟରରେ ମୁଁ ପାଞ୍ଚଟି ବିଧାନସଭା ଏବଂ ଦୁଇଟି ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ବ୍ୟବଧାନରେ ଜିତିଛି । ସଂଗଠନ ଓ ରାଜ୍ୟ ତଥା କେନ୍ଦ୍ର ସରକାରରେ ବହୁ ସମ୍ମାନଜନକ ପଦବୀରେ ଅବସ୍ଥାପିତ ମଧ୍ୟ ହୋଇଛି । ମୁଁ ମୋର ସମସ୍ତ ଦଳୀୟ କର୍ମୀ, ପ୍ରଶଂସକ ଏବଂ ସାଧାରଣ ଜନତାଙ୍କ ସମର୍ଥକ ସହ ମୋର ଦଳର ନେତାମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ତିନି ଦଶନ୍ଧିରୁ ଅଧିକ ସମୟର ଏହି ଉଲ୍ଲେଖନୀୟ ଯାତ୍ରାରେ ସମସ୍ତେ ସହଯୋଗ କରିଛନ୍ତି । ଭାରତ ଇତିହାସରେ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କାମ କରିବାକୁ ମୁଁ ଏକ ବଡ଼ ସୌଭାଗ୍ୟ ବୋଲି ମନେ କରୁଛି । ସେ ପୁଣି ଥରେ କ୍ଷମତାକୁ ଫେରିବା କାମନା କରୁଛି ।"

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନୀ ଏଣ୍ଟ୍ରି ମାରିଲେ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ

ରାଜଧାନୀ ଦିଲ୍ଲୀରେ ମୋଟ 7 ସଂସଦୀୟ ଆସନ ମଧ୍ୟରୁ ଭାଜପା ଗତକାଲି 5 ଆସନରେ ପ୍ରାର୍ଥୀ ଘୋଷଣା କରିଛି । 5ରୁ 4ଟି ଆସନରେ ଦଳ ନୂଆ ଚେହେରା ଦେଇଛି । ଚାନ୍ଦିନିଚୌକରୁ ସାଂସଦ ଥିବା ବରିଷ୍ଠ ନେତା ହର୍ଷବର୍ଦ୍ଧନଙ୍କ ଟିକେଟ କଟି ପ୍ରବୀଣ ଖଣ୍ଡେଲଓ୍ବାଲଙ୍କୁ ଟିକେଟ ମିଳିଛି । ସେହିପରି ପୂର୍ବତନ ଭେଟେରାନ ନେତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀଙ୍କୁ ନୂଆଦିଲ୍ଲୀ ଆସନରୁ ଦଳ ଟିକେଟ ଦେଇଛି । ଗତକାଲି ଜାରି କରାଯାଇଥିବା ତାଲିକାରେ ମୋଟ 34 କେନ୍ଦ୍ରମନ୍ତ୍ରୀ ଓ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.