ଲକ୍ଷ୍ନୌ: ବାହୁବଳୀ ଧନଞ୍ଜୟ ସିଂଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅପହରଣ ଓ ନିର୍ଯାତନା ମାମଲାରେ ପୂର୍ବତନ ବିଏସ୍ପି ସାଂସଦ ଧନଞ୍ଜୟ ସିଂଙ୍କୁ କୋର୍ଟ ସାତ ବର୍ଷ ଜେଲ ଦଣ୍ଡ ସାଙ୍ଗକୁ 75 ହଜାର ଟଙ୍କା ଜରିମାନା କରିଛନ୍ତି । ଏହି ମାମଲାକୁ ନେଇ ଧନଞ୍ଜୟଙ୍କ ପତ୍ନୀ ତଥା ଜାନପୁର ଜିଲ୍ଲା ପଞ୍ଚାୟତ ସଭାପତି ଶ୍ରୀକାଲା ସିଂ ଗତକାଲି 6 ମାର୍ଚ୍ଚ ବୁଧବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ମାଧ୍ୟମରେ ଶ୍ରମିକମାନଙ୍କୁ ଏକ ଆବେଦନ କରିଛନ୍ତି । ଆପଣଙ୍କ ନେତାକୁ ଆପଣଙ୍କର ସହାନୁଭୂତିର ଆବଶ୍ୟକତା ରହିଛି ବୋଲି ସୋସିଆଲ ମିଡିଆରେ ସେ ସେ ଲେଖିଛନ୍ତି ।
-
आप सभी से एक अपील...
— Shrikala Dhananjay Singh (@ShrikalaSingh) March 6, 2024
हम आपकी भावनाओं की कद्र करते हैं लेकिन फैसला न्यायपालिका ने दिया है जिसका हमें सम्मान करना चाहिए व साथ ही साथ अपने नेता श्री धनंजय जी का अनुसरण करते हुए किसी भी नेता अथवा दल के बारे में आपत्तिजनक शब्दों का इस्तेमाल नहीं करना चाहिए क्योंकि इससे आपके नेता के… pic.twitter.com/0kLpmrQmkL
ଶ୍ରୀକଲା ସିଂ ଲେଖିଛନ୍ତି, ‘‘ଆପଣ ସଭିଙ୍କ ପାଖରେ ଏକ ଅନୁରୋଧ.... ମୁଁ ଆପଣଙ୍କ ଭବନାର ସମ୍ମାନ କରୁଛି । କିନ୍ତୁ କୋର୍ଟଙ୍କ ଦ୍ୱାରା ହୋଇଥିବା ଏହି ନିଷ୍ପତ୍ତିକୁ ଆମେ ସମ୍ମାନ ଦେବା । ତା' ସହିତ ଆପଣଙ୍କ ନେତା ଧନଞ୍ଜୟଙ୍କୁ ଅନୁସରଣ କରି କୌଣସି ନେତା ତଥା ଦଳ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଆପଣଙ୍କ ନେତା ପ୍ରଭାବିତ ହେବେ । ଆପଣଙ୍କ ନେତା ବହୁତ ସୂଚନାପୂର୍ଣ୍ଣ ରାଜନୀତି କରିଛନ୍ତି, କୌଣସି ଦଳ କିମ୍ବା ନେତାଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିନାହାଁନ୍ତି । ଦୟାକରି ଆପଣ ସଂଯମତା ରକ୍ଷା କରି ଧର୍ଯ୍ୟବାନ ହୁଅନ୍ତୁ । ଆପଣଙ୍କର ନେତାଙ୍କୁ ସହାନୁଭୂତିର ଆବଶ୍ୟକତା ରହିଛି । ଆଶା କରୁଛି ଆପଣ ମୋର ଅନୁରୋଧ ରକ୍ଷା କରିବେ ।"
ଏହା ମଧ୍ୟ ପଢ଼ନ୍ତୁ.... ବିଜେପି ନେତାଙ୍କ ପୁତୁରାଙ୍କୁ ହତ୍ୟା କରିବା ପଛରେ ଓଡିଶା ସୁଟର, ମିଳିଥିଲା 5 ଲକ୍ଷର ସୁପାରି
ସୂଚନାଯୋଗ୍ୟ, ଗତକାଲି ସାଂସଦ-ବିଧାୟକ କୋର୍ଟ ପୂର୍ବତନ ବିଏସ୍ପି ସାଂସଦ ଧନଞ୍ଜୟ ସିଂଙ୍କୁ ଅପହରଣ ଓ ନିର୍ଯାତନା ମାମଲାରେ 7 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ କୋର୍ଟ ମଧ୍ୟ ତାଙ୍କୁ 75 ହଜାର ଟଙ୍କା ଜରିମାନା କରିଛନ୍ତି । ଅପହରଣ ମାମଲାରେ 50 ହଜାର ଟଙ୍କା ଏବଂ ଚୋରା ଚାଲାଣ ମାମଲାରେ 25 ହଜାର ଟଙ୍କା ଜରିମାନା ରହିଛି । ତାଙ୍କ ବିରୋଧରେ ଆହୁରି 40ଟି ମାମଲା ପଞ୍ଜିକୃତ ହୋଇଛି । ସେ ଅନେକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ବର୍ତ୍ତମାନ ପ୍ରଥମ ଥର ପାଇଁ ତାଙ୍କୁ ଏକ ମାମଲାରେ ଦଣ୍ଡିତ କରାଯାଇଛି । ଏହି ଦଣ୍ଡାଦେଶ ପରେ ପୂର୍ବତନ ସାଂସଦ ଧନଞ୍ଜୟ ସିଂ କହିଥିଲେ, ‘‘ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରାଇନଦେବା ପାଇଁ ଏହା ଏକ ଷଡଯନ୍ତ୍ର ।’’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ