ବେଙ୍ଗାଲୁରୁ: ପରଲୋକରେ ବିଶିଷ୍ଟ ରାଜନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣା । ଆଜି ସକାଳେ ତାଙ୍କ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାତି ପ୍ରାୟ 2ଟା 45 ମିନିଟରେ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ବାର୍ଧ୍ୟକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ । ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବା ସହ ମହାରାଷ୍ଟ୍ରର ରାଜ୍ୟପାଳ ଓ ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ । କ୍ରିଷ୍ଣାଙ୍କ ପ୍ରାର୍ଥୀବ ଶରୀରକୁ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ମଦଦୁରକୁ ନିଆଯିବା ନେଇ ସୂଚନା ରହିଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହେବ । କ୍ରିଷ୍ଣାଙ୍କ ପରିବାରରେ ତାଙ୍କର ପତ୍ନୀ ପ୍ରେମା ଓ ଦୁଇ ଝିଅ, ସମ୍ଭାବି ଓ ମାଳବିକା ରହିଛନ୍ତି । ଏସ୍.ଏମ୍ କ୍ରିଷ୍ଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି ।
Prime Minister Narendra Modi tweets, " sm krishna was a remarkable leader, admired by people from all walks of life. he always worked tirelessly to improve the lives of others. he is fondly remembered for his tenure as karnataka’s chief minister, particularly for his focus on… pic.twitter.com/X1gec2qzzW
— ANI (@ANI) December 10, 2024
- କ୍ରିଷ୍ଣାଙ୍କ ରାଜନୈତିକ ଜୀବନ:-
1932 ମେ’ ପହିଲାରେ ଜନ୍ମଗ୍ରହଣ କରିଥିବା କ୍ରିଷ୍ଣା ଉଭୟ ଦକ୍ଷିଣ-ଭାରତୀୟ ଓ ଜାତୀୟ ରାଜନୀତିରେ ଲମ୍ବା ଇନିଂସି ଖେଳିଥିଲେ । 1962 ମସିହାରେ କ୍ରିଷ୍ଣା ନିଜର ନିର୍ବାଚନୀ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ମଦଦୁର ବିଧାନସଭା ଆସନରୁ ଜିତି ଭାରତୀୟ ଜାତୀୟ କଂଗ୍ରେସର ବିଶିଷ୍ଟ ରାଜନେତା କେ.ଭି ଶଙ୍କର ଗୌଡାଙ୍କୁ ପରାସ୍ତ କରି । କେ.ଭି ଶଙ୍କର ଗୌଡାଙ୍କ ପାଇଁ ନିଜେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପ୍ରଚାର କରିଥିଲେ ସୁଦ୍ଧା ସେ ନବାଗତ କ୍ରିଷ୍ଣାଙ୍କଠାରୁ ପରାଜିତ ହେବା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଡିସେମ୍ବର 1989 ରୁ ଜାନୁୟାରୀ 1993 ପର୍ଯ୍ୟନ୍ତ କ୍ରିଷ୍ଣା କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ସେ 1971 ରୁ 2014 ମଧ୍ୟରେ ଅନେକ ଥର ଲୋକସଭା ଓ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। କ୍ରିଷ୍ଣା ଉଭୟ କର୍ଣ୍ଣାଟକ ବିଧାନସଭା ଏବଂ ପରିଷଦର ସଦସ୍ୟ ଥିଲେ। 1993 ରୁ 1994 ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।
Karnataka Minister Priyank Kharge tweets, " deeply saddened by the demise of shri s.m. krishna, the former chief minister of karnataka, whose legacy of leadership and public service has left an indelible mark on our state and nation. his vision and dedication shaped karnataka’s… pic.twitter.com/dqAWoaRMwO
— ANI (@ANI) December 10, 2024
- କଂଗ୍ରେସ ସହ 50 ବର୍ଷର ସମ୍ପର୍କ ଛିନ୍ନ କରିଥିଲେ:-
ସେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେବା ପୂର୍ବରୁ ପ୍ରଜା ସମାଜବାଦୀ ପାର୍ଟି ସହ ଜଡିତ ଥିଲେ। ମାର୍ଚ୍ଚ 2017 ରେ କଂଗ୍ରେସ ସହ ସହ 50 ବର୍ଷର ସମ୍ପର୍କ ଛିନ୍ନ କରିଥିଲେ ।ଦଳ ନେତାଙ୍କ ଆବଶ୍ୟକତା କରୁନଥିବା ଥିବା ଦର୍ଶାଇ ସେ ସେ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ। ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।
- 1999 ରେ ହୋଇଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ;-
କ୍ରିଷ୍ଣା 1999 ଅକ୍ଟୋବର 11 ତାରିଖରୁ 2004 ମସିହା ମେ’ 28 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ 2009 ରୁ 2012 ପର୍ଯ୍ୟନ୍ତ ମନମୋହନ ସିଂଙ୍କ ସରକାରରେ ଦେଶର 27ତମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ମହାରାଷ୍ଟ୍ର ରାଜ୍ୟପାଳ ମଧ୍ୟ ହୋଇଥିଲେ ।
- ଗତବର୍ଷ ଗ୍ରହଣ କରିଥିଲେ ପଦ୍ମ ବିଭୂଷଣ ସମ୍ମାନ:-
ଭାରତୀୟ ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତବର୍ଷ (2023)ରେ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଥିଲା ।
- ବେଙ୍ଗାଲୁରୁରେ ଆଇଟି କ୍ଷେତ୍ରରେ ଆଣିଥିଲେ ପରିବର୍ତ୍ତନ:
1999 ବିଧାନସଭା ନିର୍ବାଚନ ପୂର୍ବରୁ ସେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ଯାହା ଦ୍ବାରା ଦଳ ସେହି ବର୍ଷ ବିଜୟୀ ହେବା ସହ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କୃଷ୍ଣ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆଇଟି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଥିଲେ । ଯାହା ଫଳରେ ବେଙ୍ଗାଲୁରୁକୁ ବିଶ୍ବ ମାନଚିତ୍ରରେ ସ୍ଥାନ ପାଇଥିଲା । ଫଳରେ ସହର ଭାରତରେ ସିଲିକନ୍ ଭ୍ୟାଲି ଭାବରେ ପରିଚିତ ହେଲା। ଗତ ବର୍ଷ ଜାନୁଆରୀରେ ସେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ ।
- ଶିକ୍ଷାଗତ ଯୋଗ୍ୟତା:-
କ୍ରିଷ୍ଣା ଆଇନରେ ସ୍ନାତକ କରିଥିଲେ । ସେ ଆମେରିକାର ଟେକ୍ସାସର ଡାଲାସର ସାଉଥ୍ ମେଥୋଡିଷ୍ଟ ୟୁନିଭରସିଟିରେ ସ୍ନାତକ ହାସଲ କରିଥିଲେ । ୱାଶିଂଟନ୍ ଡିସିର ଜର୍ଜ ୱାଶିଂଟନ୍ ୟୁନିଭରସିଟି ଲ ସ୍କୁଲରେ ଯେଉଁଠାରେ ସେ ଫୁଲବ୍ରାଇଟ୍ ସ୍କୋଲାର୍ ଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ