ETV Bharat / bharat

ପଦ୍ମ ଧରିଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଦଳକୁ ସ୍ବାଗତ କଲେ ହିମନ୍ତ-ଶିବରାଜ - Champai Soren Joins BJP

author img

By ETV Bharat Odisha Team

Published : Aug 30, 2024, 6:19 PM IST

Champai Soren joins BJP: ପଦ୍ମ ପୋଖରୀରେ ଝାଡ଼ଖଣ୍ଡ ଟାଇଗର । ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି JMMର ପୂର୍ବତନ ନେତା ଚମ୍ପାଇ ସୋରେନ । ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ଦଳ ଉପରେ ଅସନ୍ତୋଷ ଥିଲେ ଚମ୍ପାଇ । ଅଧିକ ପଢନ୍ତୁ

Champai Soren joins BJP
Champai Soren joins BJP (ETV Bharat Odisha)

ରାଞ୍ଚି: ପଦ୍ମ ଧରିଲେ ଚମ୍ପାଇ ସୋରେନ । ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ମୁଖ୍ୟମନ୍ତ୍ରୀ ପଦ ଛଡାଇ ନେବା ପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ଉପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡିଥିଲେ ଚମ୍ପାଇ । ଆଜି ରାଞ୍ଚିର ଭବ୍ୟ କାର୍ଯ୍ୟକ୍ରମରେ ପୁଅ ବାବୁଲାଲ ସୋରେନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବର୍ଶମାଙ୍କ ସମେତ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ପ୍ରମୁଖ ଉପସ୍ଥିତ ଥିଲେ ।

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ ଚମ୍ପାଇ:

ଗତ ଦୁଇ ଦିନ ତଳେ (ଅଗଷ୍ଟ 28)ରେ ବିଧାୟକ ପଦ ସହ JMMର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ । ସୋସିଆଲ ମିଡିଆରେ ଦଳ ବିରୋଧରେ ବିଷ ଓଗାଳିଥିଲେ । ଦଳ ବିରୋଧରେ ବହୁ ଅଭିଯୋଗ ଆଣିଥିଲେ । ବାଂଲାଦେଶୀ ଅନୁପ୍ରବେଶକୁ ନେଇ ଜେଏମଏମକୁ ଟାର୍ଗେଟ କରିଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ଶିବୁ ସୋରେନଙ୍କୁ ସମ୍ବୋଧନ କରି ଲେଖିଥିଲେ, ‘JMM ମୋ ପାଇଁ ପରିବାର ଭଳି ମୁଁ କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲି ଦଳ ଛାଡିବା ପାଇଁ । କିନ୍ତୁ ଗତ କିଛି ଦିନ ଧରି ଚାଲିଥିବା ଘଟଣା ମୋତେ ବହୁ କଷ୍ଟ ଦେଉଛି । ଏଥିପାଇଁ ଏମିତି କଠିନ ନିଷ୍ପତ୍ତି ନେବାକୁ ପଡୁଛି ।

କାହିଁକି JMM ଉପରେ ରାଗିଥିଲେ ଚମ୍ପାଇ ?

ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପାଇ ସୋରେନଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଛଡାଇ ନିଆଯାଇଥିଲା । ଏହାକୁ ନେଇ ଦଳ ଉପରେ ଅସନ୍ତୋଷ ଥିଲେ JMM ନେତା ଚମ୍ପାଇ ସୋରେନ । ଏହା ପରେ ନାଟକୀୟ ଢଙ୍ଗରେ ଦିଲ୍ଲୀ ଗସ୍ତ କରି ବିଜେପିର ଶୀର୍ଷ ନେତାଙ୍କୁ ଭେଟିଥିଲେ ସେ । ଅମିତ ଶାହଙ୍କ ସହ ସାକ୍ଷାତ ପରେ ବିଜେପିରେ ସାମିଲ ହେବା ନେଇ ସଙ୍କେତ ଦେଇଥିଲେ ଚମ୍ପାଇ । ଶେଷରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: JMM ଛାଡିଲେ ଚମ୍ପାଇ ସୋରେନ; ଇସ୍ତଫା ପତ୍ରରେ ଅସନ୍ତୋଷ ଝାଡିଲେ, ଭାବବିହ୍ବଳ ହେଲେ

କିଏ ଚମ୍ପାଇ ସୋରେନ ?

ଝାଡ଼ଖଣ୍ଡର ଷଢେଇକଳାର ବିଧାୟକ ଚମ୍ପାଇ ସୋରେନ । ସେ ଖରସାୱାନ ଜିଲ୍ଲାର ଜିଲିଙ୍ଗଗୌଡା ଗ୍ରାମର ମୂଳ ନିବାସୀ ଅଟନ୍ତି । ସ୍ବତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଚମ୍ପାଇ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂସ୍ଥାପକ ତଥା ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନଙ୍କ ସହ ମିଶି ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନରେ ସକ୍ରିୟ ଭୂମିକା ନିଭାଇଥିଲେ । ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିଥିବାରୁ ତାଙ୍କୁ ଝାଡ଼ଖଣ୍ଡ ଟାଇଗର ବୋଲି କୁହାଯାଏ ।

ଏହା ମଧ୍ୟ ପଢନ୍ତୁ:ଝାଡଖଣ୍ଡ ରାଜନୀତି: କେଉଁଠି ଝୁଣ୍ଟିଲେ କଳ୍ପନା ! କିଭଳି ବାଜି ମାରିନେଲେ ଚମ୍ପାଇ ?

ଦଳର ସଙ୍କଟ ବେଳେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଚମ୍ପାଇ:

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ରାଜ୍ୟ ରାଜନୀତିରେ ହଟ୍ଟଚମଟ୍ଟ ଦେଖିବାକୁ ମିଳିଥିଲା କିଏ ସମ୍ଭାଳିବ ମୁଖ୍ୟମନ୍ତ୍ରୀ ପଦ ତାହାକୁ ନେଇ ଚାଲିଥିଲା ବହୁ କଳ୍ପନା ଜଳ୍ପନା । ଶେଷରେ ଝାଡ଼ଖଣ୍ଡର ‘ବାଘ’ ବା ଟାଇଗର ଭାବେ ପରିଚିତ ଥିବା ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ହେମନ୍ତ ସୋରେନ ଜେଲରେ ଥିବା ସମୟରେ ରାଜ୍ୟର ଭାର ସମ୍ଭାଳିଥିଲେ ଚମ୍ପାଇ । ଜାନୁଆରୀରେ 31ରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହେଲେ ଜେଲରୁ ମୁକୁଳିବା ପରେ ପୁଣି ମୁଖ୍ୟମନ୍ତ୍ରୀ ଆସନ ନିଜ ହାତକୁ ନେଇଥିଲେ ହେମନ୍ତ ସୋରେନ । ଯାହାକୁ ନେଇ ଦଳ ଉପରେ କ୍ଷୁବ୍ଧ ଥିଲେ । ଶେଷରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.