ETV Bharat / bharat

ବାହାଘର ଭୋଜି ଖାଇ ହେଲା ଝାଡାବାନ୍ତି, ୧୦୦ରୁ ଅଧିକ ଲୋକେ ହସ୍ପିଟାଲରେ ଭର୍ତ୍ତି - Food poisoning - FOOD POISONING

Food poisoning in Rajasthan: ବାହାଘର ଭୋଜି ଖାଇ ବିଗିଡିଗଲା ସ୍ବାସ୍ଥ୍ୟବସ୍ଥା । ଝାଡାବାନ୍ତି ଓ ପେଟ ଯନ୍ତ୍ରଣାରେ ଛଟପଟ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୧୦୦ରୁ ଅଧିକ ଲୋକ । ଅଧିକ ପଢନ୍ତୁ

ବାହାଘର ଭୋଜି ଖାଇ ହେଲା ଝାଡାବାନ୍ତି,  ୧୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି
ବାହାଘର ଭୋଜି ଖାଇ ହେଲା ଝାଡାବାନ୍ତି, ୧୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 3:14 PM IST

ଜୟପୁର(ରାଜସ୍ଥାନ): ବାହାଘର ଭୋଜି ଖାଇବା ହେଲା କାଳ । ଭୋଜି ଖାଇ ଏକାଥରେ ଅସୁସ୍ଥ ହୋଇପଡିଲେ ଶତାଧିକ ଲୋକେ । କାହାର ଝାଡା ବାନ୍ତି ତ ଆଉ କାହାର ପେଟ ଯନ୍ତ୍ରଣା ହେଲା । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଟୋଙ୍କ ଜିଲ୍ଲା ବିଜୱାଡ ଗାଁରୁ । ବାହାଘର ଭୋଜି ଖାଇବା ପରେ ଅସୁସ୍ଥ ହୋଇ ୧୦୦ରୁ ଅଧିକ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ଖାଦ୍ୟ ବିଷକ୍ରିୟା ବା ଫୁଡ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ତହସିଲଦାରଙ୍କ ସହ ଥାନା ଅଧିକାରୀ ବିବାହ ସ୍ଥଳରେ ପହଞ୍ଚି ଖାଦ୍ୟର ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଛନ୍ତି ।

ସୂଚନା ମୁତାବକ, ବିଜୱାଡ ଗାଁରେ ଜଣଙ୍କର ବିବାହ ସମାରୋହ ଥିଲା । ଏହି ଅବସରରେ ଭୋଜିଭାତର ଆୟୋଜନ କରାଯାଇଥିଲା । ବିବାହରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ସାମିଲ ହୋଇ ଭୋଜି ଖାଇଥିଲେ । କିନ୍ତୁ ଭୋଜି ଖାଇବାର କିଛି ଘଣ୍ଟା ମଧ୍ୟରେ କାହାର ବାନ୍ତି ହୋଇଥିଲା ତ ଆଉ କାହାର ପେଟ ଯନ୍ତ୍ରଣା ହୋଇଥିଲା । ଏକାଥରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ । ଏହାକୁ ନେଇ ସେଠାରେ ଆତଙ୍କ ଖେଳି ଯାଇଥିଲା । ତେବେ ଖାଦ୍ୟ ବିଷକ୍ରିୟା କାରଣରୁ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିବାର ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବନ୍ଧ ଭୋଜି ଖାଇ ହେଲା ଫୁଡ ପଏଜନିଂ: ୪ ମୃତ, ୪୦ ଜଣ ହସ୍ପିଟାଲରେ ଭର୍ତ୍ତି

ଗ୍ରାମବାସୀ ଅସୁସ୍ଥମାନଙ୍କୁ ଆମ୍ବୁଲାନ୍ସରେ ନେଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ସୂଚନା ପାଇ ସ୍ଥାନୀୟ ଥାନା ପ୍ରଭାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟସାମଗ୍ରୀର ଯାଞ୍ଚ କରିଥିଲେ । ଏହି ସମୟରେ ଭୋଜିରେ ବ୍ୟବହାର ହୋଇଥିବା ଖୁଆରୁ ଖଟା ଦୁର୍ଗନ୍ଧ ବାହାରୁଥିବା ସହ ଏହା ପୁରାପୁରି ନଷ୍ଟ ହୋଇଯାଇଥିବା ଦେଖାଯାଇଥିଲା । ତେଣୁ ଏହି ଖରାପ ଖୁଆ କାରଣରୁ ସମସ୍ତଙ୍କର ଖାଦ୍ୟ ବିଷକ୍ରିୟା ବା ଫୁଡ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ନିର୍ବନ୍ଧ ଭୋଜି ଖାଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୪୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଖାଦ୍ୟ ବିଷକ୍ରିୟା କାରଣରୁ ସମସ୍ତଙ୍କ ଦେହ ଅସୁସ୍ଥ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.