ETV Bharat / bharat

ଐତିହାସିକ ଅଯୋଧ୍ୟା ରାୟ ଦେଇଥିବା 5 ବିଚାରପତିଙ୍କୁ ନିମନ୍ତ୍ରଣ, ଉତ୍ସବରେ ହେବେ ସାମିଲ - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

Historic Ayodhya case verdict: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେ ଐତିହାସିକ ଅଯୋଧ୍ୟା ରାୟ ଦେଇଥିବା ସୁପ୍ରିମକୋର୍ଟଙ୍କ 5 ବିଚାରପତି । ଅଧିକ ପଢନ୍ତୁ

Historic Ayodhya case verdict
Historic Ayodhya case verdict
author img

By ETV Bharat Odisha Team

Published : Jan 19, 2024, 11:12 PM IST

ଲକ୍ଷ୍ନୌ: 2019 ନଭେମ୍ବରରେ ଐତିହାସିକ ଅଯୋଧ୍ୟା ରାୟ ଦେଇଥିବା ସୁପ୍ରିମକୋର୍ଟଙ୍କ 5 ବିଚାରପତିଙ୍କୁ କରାଗଲା ନିମନ୍ତ୍ରଣ । ଆସନ୍ତା ଜାନୁଆରୀ 22 ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଏହି 5 ବିଚାରପତି ଉତ୍ତରପ୍ରଦେଶ ସରକାରଙ୍କ ରାଜ୍ୟ ଅତିଥି ଭାବେ ଏହି ଭବ୍ୟ ସମାରୋହରେ ଯୋଗଦେବେ । ଗତ 4ବର୍ଷ ପୂର୍ବେ ଏହି ମାମଲାର ଶୁଣାଣି କରି ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ଅନୁମତି ପ୍ରଦାନ କରିଥିଲେ ।

ରାମ ଜନ୍ମଭୂମି ବିବାଦକୁ ନେଇ ଗତ 4 ବର୍ଷ ପୂର୍ବେ ସୁପ୍ରିମକୋର୍ଟଙ୍କ 5 ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ପୂର୍ବତନ ସିଜେଆଇ ସିଏ ବୋବଡେ, ପୂର୍ବତନ ସିଜେଆଇ ରଞ୍ଜନ ଗୋଗେଇ, ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ପୂର୍ବତନ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିର ଐତାହାସିକ ରାୟ ଦେଇଥିଲେ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରାୟ 50 ଜଣ ଜୁରୀଙ୍କୁ ନିମନ୍ତ୍ରିତ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି, ଜଜ୍‌ ଓ ଦେଶର ଶୀର୍ଷ ଆଇନଜୀବୀ । ସଲିସିଟର ଜେନେରାଲ ତୁଶାର ମେହତା ଓ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଲ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ସମାରୋହ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଅଯୋଧ୍ୟା ରାମ ମନ୍ଦିରର 7 ଦିନିଆ ଧାର୍ମିକ ରୀତିନୀତି ଜାନୁଆରୀ 16 ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ 21 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଆଉ ଜାନୁଆରୀ 22 ତାରିଖରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରାଜନେତାଙ୍କଠୁ ଆରମ୍ଭ କରି ସେଲିବ୍ରିଟି, ଶିଳ୍ପପତି, ସାଧୁସନ୍ଥ ସମେତ ମୋଟ 7000 ବ୍ୟକ୍ତିବିଶେଷ ସାମିଲ ହେବେ ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ସାରା ଉତ୍ତରପ୍ରଦେଶରେ ଉତ୍ସବର ମାହୋଲ ରହିଛି । ପ୍ରଶାସନିକ ଅଧିକାରୀ ଘନ ଘନ ବୈଠକ କରି ସ୍ଥିତି ସମ୍ପର୍କରେ ଆଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସମସ୍ତ ପ୍ରସ୍ତୁତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କୋଟି କୋଟି ଭାରତୀୟଙ୍କ ନଜର ଏହି ସମାରୋହ ଉପରେ ରହିଥିବା ବେଳେ ସମସ୍ତ କାର୍ଯ୍ୟ ଯେପରି ସୁରୁଖୁରୁରେ ଶେଷ ହେବ ସେ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.