ETV Bharat / bharat

ସଲମାନଙ୍କ ଘର ବାହାରେ ଗୁଳିମାଡ଼; ରାଜସ୍ଥାନରୁ ପଞ୍ଚମ ଅଭିଯୁକ୍ତ ଗିରଫ - Fifth Suspect Arrested

author img

By ETV Bharat Odisha Team

Published : May 7, 2024, 12:49 PM IST

Updated : May 7, 2024, 1:55 PM IST

Salman Khan Residence Firing Case: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା । ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ଏହି ମାମଲାରେ ୪ଜଣଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ଏହି ମାମଲାରେ ୫ମ ଅଭିଯୁକ୍ତ କୁହାଯାଉଛି । ଅଧିକ ପଢନ୍ତୁ,

ସଲମାନଙ୍କ ଘର ବାହାରେ ଗୁଳିମାଡ଼; ରାଜସ୍ଥାନରୁ ୫ମ ଅଭିଯୁକ୍ତ ଗିରଫ
ସଲମାନଙ୍କ ଘର ବାହାରେ ଗୁଳିମାଡ଼; ରାଜସ୍ଥାନରୁ ୫ମ ଅଭିଯୁକ୍ତ ଗିରଫ (ETV Bharat Odisha)

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଫାୟାରି ମାମଲା । ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗୁଳିମାଡ କରିଥିବା ସୁଟରଙ୍କୁ ଅଭିଯୁକ୍ତ ସାହାଯ୍ୟ କରିଥିବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ରାଜସ୍ଥାନରୁ ଏହି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହାକୁ ମିଶାଇ ମୋଟ ୫ଜଣ ବୋଲି କୁହାଯାଉଛି ।

ରାଜସ୍ଥାନରୁ ଗିରଫ

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ମାମଲାରେ ପୋଲିସ ରାଜସ୍ଥାନର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି । ଏହି ଅଭିଯୁକ୍ତଙ୍କ ନାମ ମହମ୍ମଦ ଚୌଧୁରୀ । ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଚୌଧୁରୀ ସଲମାନଙ୍କ ଘର ବାହାରେ ଗୁଲିମାଡ଼ କରିଥିବା ଦୁଇ ସୁଟର ସାଗର ପାଲ ଏବଂ ବିକି ଗୁପ୍ତାକୁ ଟଙ୍କା ଦେବାରେ ସାହାଯ୍ୟ କରିଥିଲା । ସୂଚନା ମୁତାବକ ମହମ୍ମଦ ଚୌଧୁରୀଙ୍କୁ ରାଜସ୍ଥାନରୁ ମୁମ୍ବାଇକୁ ଅଣାଯାଉଛି । ଆଜି ତାଙ୍କୁ ମୁମ୍ବାଇ କୋର୍ଟରେ ହାଜର କରାଯିବ ।

୫ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମୃତ

ସୂଚନା ଥାଉ କି, ବାନ୍ଦ୍ରାଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ ୧୪ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣା ଘଟିବାର ଦୁଇ ଦିନ ପରେ ଏପ୍ରିଲ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲକୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଏବଂ ଏପ୍ରିଲ ୨୫ରେ ପଞ୍ଜାବରୁ ସୁଭାଷ ଚନ୍ଦର ଓ ଅନୁଜ ଥାପନକୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଏଥିମଧ୍ୟରୁ ଜଣେ ଅଭିଯୁକ୍ତ ଜୀବନ ହାରିଛି । ମେ ୧ ତାରିଖରେ ଅଭିଯୁକ୍ତ ଅନୁଜ ଥାପନଙ୍କ ମୃତ୍ୟୁ ହୋଇଛି। ସେ ପୋଲିସ ହେପାଜତରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନୁଜ ଥାପନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରିବାର, ସିବିଆଇ ଯାଞ୍ଚ ଦାବି

ଘଟଣା ପଛରେ ଲରେନ୍ସ ବିଷ୍ଣୌଇ ଭାଇର ହାତ

ଏହି ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୁ ଏହି ଘଟଣା ପାଇଁ ଦାୟୀ ବୋଲି କହିଥିଲା । ଅନମୋଲ ଏକ ଫେସବୁକ ପୋଷ୍ଟ କରି ସଲମାନଙ୍କୁ ଏହା କେବଳ ଏକ ଟ୍ରେଲର ବୋଲି ଚେତାବନୀ ଦେଇଥିଲା । ସୂଚନାନୁସାରେ,ବିଷ୍ଣୌଇ ହିଁ ସଲମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ସୁଟର ପଠାଇଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ, ବିଷ୍ଣୌଇର ପୋଷ୍ଟ ପାଇଁ ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ) ବ୍ୟବହାର କରାଯାଇଥିଲା । ଏହି ପୋଷ୍ଟର IP ଠିକଣା ପର୍ତ୍ତୁଗାଲର ବୋଲି ଜଣାପଡିଥିଲା । ଏଥିସହ ପୋଲିସ ଏହାପରେ କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ 2ଟି ପିସ୍ତଲ, କିଛି ମାଗାଜିନ ଓ ବୁଲେଟକୁ ଜବତ କରିଥିଲା । ଏବଂ ଏହା ମଧ୍ୟ କହିଥିଲା ଯେ, ଅଭିଯୁକ୍ତମାନେ ସଲମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ନୁହଁ ବରଂ ତାଙ୍କୁ ଡରାଇବାକୁ ଗୁଳିମାଡ଼ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 7, 2024, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.