ETV Bharat / bharat

ମୃତ ଚାଷୀ ପରିବାରକୁ କୋଟିଏ ଟଙ୍କା ଘୋଷଣା, ଆଜି କଳା ଦିବସ ପାଳୁଛନ୍ତି ଆନ୍ଦୋଳନକାରୀ

author img

By ETV Bharat Odisha Team

Published : Feb 23, 2024, 1:25 PM IST

Farmers Protest: ଖନୌରି ସୀମାରେ ମୃତ ଯୁବ ଚାଷୀଙ୍କ ପରିବାରକୁ ୧ କୋଟି ସହାୟତା ଘୋଷଣା କଲେ ପଞ୍ଜାବ ସରକାର । ଏହାରି ଭିତରେ ସେଠାରେ ଆଉ ଜଣେ ଆନ୍ଦୋଳନକାରୀ କୃଷକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ,

ଖନୌରି ସୀମାରେ ଚାଷୀ ମୃତ୍ୟୁ
ଖନୌରି ସୀମାରେ ଚାଷୀ ମୃତ୍ୟୁ

ଚଣ୍ଡିଗଡ଼: ଖନୌରି ସୀମାରେ ୨୧ ବର୍ଷୀୟ ଯୁବ ଚାଷୀଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି । ଦୁଇ ଦିନର ବ୍ରେକ ପରେ ବଡ଼ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି କୃଷକ ସଂଗଠନ । ଏହାରି ମଧ୍ୟରେ ପଞ୍ଜାବ ସରକାର ମୃତ ଚାଷୀ ଶୁଭକରଣ ସିଂହଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଶୁଭକରଣଙ୍କ ସାନ ଭଉଣୀଙ୍କୁ ସରକାର ଚାକିରି ପ୍ରଦାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ମୃତ ଚାଷୀଙ୍କୁ ଶହୀଦ ସମ୍ବୋଦନ କରି ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ୍ସରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।

ଆଜି କଳା ଦିବସ ପାଳୁଛନ୍ତି କୃଷକ: ହରିୟାଣା ପୋଲିସ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଏନଏସଏ ଅଧିନରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ । ଆନ୍ଦୋଳନକାରୀଙ୍କ ବିରୋଧରେ ଏନଏସଏ ଲାଗୁ କରିବା ନିଷ୍ପତ୍ତି ପ୍ରତ୍ୟାହାର ହୋଇଥିବା ଅମ୍ବାଲା ଆଇଜି ସୂଚନା ଦେଇଛନ୍ତି । ଅନ୍ୟପଟେ କୃଷକ ସଂଗଠନଗୁଡିକ ଆଜିର ଦିନକୁ କଳା ଦିବସ ପାଳନ କରୁଛନ୍ତି । କୃଷକ ନେତା ସରବନ ସିଂହ କହିଛନ୍ତି ଯେ, ଆଜି କଳା ଦିବସ ପାଳନ କରାଯିବ ଏବଂ ଏଥିପାଇଁ ଗାଡିମୋଟର, ଘରେ ଘରେ କଳା ପତାକା ଲଗାଯିବ । ଆନ୍ଦୋଳନ ବେଳେ ଯେଉଁଭଳି ଭାବେ ଯୁବ କୃଷକ ସହିଦ ହେଲେ, ସେହି ଦୁଃଖଦ ଘଟଣାକୁ ନେଇ ଏହି ଦିବସ ପାଳନ କରାଯାଉଛି । ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ବାନରେ ଆଜି ଦେଶବ୍ୟାପୀ କୃଷକ ସଂଗଠନଗୁଡିକ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ଗୃହମନ୍ତ୍ରୀ, ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ ହରିୟାଣା ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବେ ।

ଖାନୌରି ସୀମାରେ ପୁଣି ଚାଷୀ ମୃତ୍ୟୁ: କୃଷକ ଆନ୍ଦୋଳନ ଭିତରେ ଖନୌରି ବର୍ଡରରେ ଆଉ ଜଣେ କୃଷକଙ୍କ ମୃତ୍ୟୁ ଖବର ଆସିଛି । ଜଣେ ୬୨ ବର୍ଷୀୟ କୃଷକ ଦର୍ଶନ ସିଂହଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ବଥିଣ୍ଡା ଜିଲ୍ଲା ଆମରଗଡ଼ ଗାଁରେ ହୋଇଥିବା ବେଳେ ସେ ଦିଲ୍ଲୀ ଚଲୋ ଆନ୍ଦୋଳନ ପାଇଁ ଗତ ୧୩ ତାରିଖରୁ ଖନୌରିରେ ଥିଲେ । ଗତକାଲି ମଧ୍ୟ ରାତ୍ରିରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇ ଥିବାବେଳେ ସେଠାରେ ଆଖି ବୁଜିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ଅଭିଯୋଗ, ‘ଦିଲ୍ଲୀ ଚାଲୋ’ ଯାତ୍ରା 2ଦିନ ସ୍ଥଗିତ

ଏହା ମଧ୍ୟ ପଢନ୍ତୁ: କୃଷକଙ୍କ ଦିଲ୍ଲୀ ମାର୍ଚ୍ଚ: ବ୍ୟାରିକେଡ୍ ଭାଙ୍ଗିବାକୁ ଶମ୍ଭୁ ସୀମାରେ JCBର ସହାୟତା, ପୋଲିସକୁ ଘାରିଲା ସୁରକ୍ଷା ଚିନ୍ତା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.