ETV Bharat / bharat

କାଲିଠୁ ପୁଣି ଚାଷୀ ଆନ୍ଦୋଳନ, ହରିୟାଣା ସୀମାକୁ ଚାଷୀ ଆଣୁଛନ୍ତି ଡ୍ରୋଜର

Farmers' Plan To Cross Haryana Border: କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଆସନ୍ତକାଲି ଠାରୁ ପୁଣି କୃଷକ ଆନ୍ଦୋଳନ । ଶମ୍ଭୁ ସୀମାକୁ ଡ୍ରୋଜର ଓ ପୋକଲିନ ଆଣୁଛନ୍ତି କୃଷକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 20, 2024, 10:58 PM IST

କାଲିଠୁ ପୁଣି ଚାଷୀ ଆନ୍ଦୋଳନ, ହରିୟାଣା ସୀମା ଅତିକ୍ରମ କରିବାକୁ ପ୍ରୟାସ କରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର 5 ଟି ଫସଲରେ ଏମଏସପି ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ଆସନ୍ତକାଲି ଠାରୁ ପୁଣି କୃଷକ ଆନ୍ଦୋଳନ ବ୍ୟାପକ ହେବାକୁ ଯାଉଛି । ତେବେ ପୂର୍ବାପେକ୍ଷା ଏହି ଆନ୍ଦୋଳନ ଅଧିକ ବ୍ୟାପକ ହୋଇପାରେ । ପ୍ରବଳ ଫୋର୍ସ ମୁତୟନ ସତ୍ତ୍ବେ କୃଷକମାନେ ହରିୟାଣା ସୀମା ଅତିକ୍ରମ କରିବାର ପ୍ରୟାସ କରିପାରନ୍ତି । ଶମ୍ଭୁ ସୀମାରେ ଚାଷୀମାନେ ପୋଲିସ ସହ ସଂଘର୍ଷ କରି ଦିଲ୍ଲୀ ଆଡକୁ ଅଗ୍ରସର ହେବାକୁ ପ୍ରୟାସ କରିପାରନ୍ତି । କାରଣ କୃଷକମାନେ ଆଜି ଟ୍ରାକ୍ଟରରେ ଡ୍ରୋଜର ଓ ପୋକଲିନ ଲୋଡ କରି ଶମ୍ଭୁ ସୀମାକୁ ଯାଉଥିବା ଦେଖିବାକୁ ମିଳିଛି । ତେବେ ଏହି ବୁଲଡୋଜର ଚାଷୀମାନେ ପୋଲିସ ଦ୍ବାରା ଲଗାଯାଇଥିବା ବଡ ବଡ କଂକ୍ରିଟ ବାରିକେଡ ହଟାଇବା ପାଇଁ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଗତକାଲି ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଶେଷ ତଥା 4ର୍ଥ ପର୍ଯ୍ୟାୟ ବୈଠକ ବିଫଳ ହୋଇଥିଲା । ସରକାର ପ୍ରସ୍ତାବରେ କହିଥିଲେ ଯେ, ଆଗାମୀ 5 ବର୍ଷ ପାଇଁ ଏମଏସପି ଅଧିନରେ ମକା, ଟୁର, ଅରହର, ଉଡୁଦ ଓ କପା ଫସଲ କିଣାଯିବ । ଏନେଇ NCCF ଓ NAFED ପରି ସମବାୟ ସମିତି କୃଷକମାନଙ୍କ ସହିତ ଚୁକ୍ତି କରିବେ । କ୍ରୟ ଉପର କୌଣସି ନିର୍ଦ୍ଦିଷ୍ଟ ସୀମା ରହିବ ନାହିଁ । ଏହି ପ୍ରକ୍ରିୟା ପାଇଁ ଏକ ପୋର୍ଟାଲ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେବ । ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ହେଲେ ଏହାକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ସେମାନେ ଅସ୍ଥାୟୀ ଭାବେ ନୁହେଁ ବରଂ ଫସଲ ଉପରେ ଏମ୍‌ଏସଏପି ଆକ୍ଟ ପାଇଁ ଜିଦ ଧରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଅଷ୍ଟମ ଦିନରେ କୃଷକଙ୍କ ଆନ୍ଦୋଳନ; ଆସନ୍ତାକାଲି 'ଦିଲ୍ଲୀ ଚଲୋ' ମାର୍ଚ୍ଚ

13 ତାରିଖରେ ଉତ୍ତର ଭାରତର ଏକାଧିକ କୃଷକ ସଂଗଠନର ପ୍ରାୟ ଲକ୍ଷାଧିକ ସଦସ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ସୀମାରେ ପୋଲିସ ସେମାନଙ୍କୁ ରୋକିବା ପରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଏବେ ମଧ୍ୟ କୃଷକମାନେ ଜାତୀୟ ରାଜପଥରେ ତମ୍ବୁ ଟାଣି ଧାରଣା ଦେଇଥିଲେ । ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ବାରମ୍ବାର ଉଦ୍ୟମ ମଧ୍ୟ କରୁଥିଲେ । ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ଜାତୀୟ ରାଜପଥ ଓ ସିଙ୍ଗୁ, ଟିକିରି ବର୍ଡରରେ ହାଇଆଲର୍ଟ ଜାରି ରହିଛି । ତେବେ ଏବେ ସରକାର-ଚାଷୀ ବୈଠକ ବିଫଳ ହେବା ପରେ ଆସନ୍ତାକାଲି ଠାରୁ ପୁଣି କୃଷକଙ୍କ ଆନ୍ଦୋଳନ ବ୍ୟାପକ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.