ETV Bharat / bharat

ତେଲେଙ୍ଗାନା ଫୋନ ଟେପିଂ ମାମଲା, ପୂର୍ବତନ ଇଣ୍ଟେଲିଜେନ୍ସି ବ୍ୟୁରୋ ମୁଖ୍ୟ ହିଁ ମୁଖ୍ୟ ଅଭିଯୁକ୍ତ ! - Telangana Phone Tapping Row - TELANGANA PHONE TAPPING ROW

Telangana Phone Tapping Row: ପୂର୍ବତନ ଇଣ୍ଟେଲିଜେନ୍ସି ବ୍ୟୁରୋ ମୁଖ୍ୟଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଲା ତଦନ୍ତକାରୀ ଟିମ । ଲୁକଆଉଟ ନୋଟିସ ଜାରି । ଅଧିକ ପଢନ୍ତୁ

ତେଲେଙ୍ଗାନା ଫୋନ ଟେପିଂ ମାମଲା, ପୂର୍ବତନ ଇଣ୍ଟେଲିଜେନ୍ସି ବ୍ୟୁରୋ ମୁଖ୍ୟ ହିଁ ମୁଖ୍ୟ ଅଭିଯୁକ୍ତ
ତେଲେଙ୍ଗାନା ଫୋନ ଟେପିଂ ମାମଲା, ପୂର୍ବତନ ଇଣ୍ଟେଲିଜେନ୍ସି ବ୍ୟୁରୋ ମୁଖ୍ୟ ହିଁ ମୁଖ୍ୟ ଅଭିଯୁକ୍ତ
author img

By ETV Bharat Odisha Team

Published : Mar 25, 2024, 8:02 PM IST

ହାଇଦ୍ରାବାଦ: ସାଧାରଣ ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଚର୍ଚ୍ଚା ସୃଷ୍ଟି କରିଥିବା ଫୋନ ଟ୍ୟାପିଂ ମାମଲାରେ ରାଜ୍ୟର ପୂର୍ବତନ ଗୁଇନ୍ଦା ବିଭାଗ ମୁଖ୍ୟ ଟି.ପ୍ରଭାକର ରାଓଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । କେସିଆରଙ୍କ ନେତୃତ୍ବାଧୀନ ବିଆରଏସ ସରକାର ସମୟରେ ଅଧିକାରୀ ରାଓଙ୍କ ନିର୍ଦ୍ଦେଶରେ ଏହି ଟ୍ୟାପିଂ ହୋଇଛି । ଏଥିରେ ଏକାଧିକ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବିରୋଧୀ ଦଳର ନେତାଙ୍କ ଫୋନକଲ ଟ୍ୟାପିଂ କରାଯାଇଛି ଡିଜିଟାଲ ଡାଟା ଏକାଠି କରାଯାଇଥିବା ଅଭିଯୋଗ ହୋଇଛି ।

ଏବେ ପୂର୍ବତନ ଅଧିକାରୀ ରାଓ ଆମେରିକାରେ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ସେ ଦେଶରେ ନଥିବା ସନ୍ଦେହରେ ତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରାଯାଇଛି । ହାଇଦ୍ରାବାଦରେ ରାଓଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି । ଏକ ତେଲଗୁ ନ୍ୟୁଜ ଚ୍ୟାନେଲର ମୁଖ୍ୟ ଶ୍ରବଣ ରାଓଙ୍କ ଭୂମିକା ଥିବା ମଧ୍ୟ ସନ୍ଦେହ କରାଯାଉଛି । ତାଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ କରିଛି ହାଇଦ୍ରାବାଦ ପୋଲିସ । ଶ୍ରବଣ ରାଓଙ୍କ ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ତଥ୍ୟ ପୋଲିସ ନିକଟରେ ନାହିଁ । ସେ ମଧ୍ୟ ବିଦେଶ ପଳାଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ପ୍ରତାପ ନନାଙ୍କୁ ଖାରବେଳଙ୍କ ତେରଚ୍ଛା ବାଣ; 'ମୁଁ ଅସଲ ବିଜେପି, ସ୍ବାଧୀନ ଭାବେ ଲଢିବି' - kharabela Swain Reaction

ଏମାନଙ୍କ ବ୍ୟତୀତ ସିଟି ଟାକ୍ସଫୋର୍ସରେ କାର୍ଯ୍ୟରତ ପୋଲିସ ଅଧିକାରୀ କିଶନ ରାଓଙ୍କ ସମେତ ଅନ୍ୟ କିଛି ଅଧିକାରୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ଫୋନ ଟ୍ଯାପିଂ ଘଟଣାରେ ଇସ୍ରାଏଲରୁ ଆମଦାନୀ ହୋଇଥିବା କିଛି ଅତ୍ୟାଧୁନିକ ବୈଦ୍ୟୁତିକ ଉପକରଣ ମଧ୍ୟ ବ୍ୟବହାର କରାଯାଇଥିବା ଅନୁମାନ କରୁଛି ତଦନ୍ତକାରୀ ଟିମ । ତତ୍କାଳୀନ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ଫୋନ ଟ୍ୟାପିଂ କରାଯାଇଛି । ପ୍ରାୟ ଏକ ଲକ୍ଷରୁ ଅଧିକ ଫୋନ କଲକୁ ଟ୍ୟାପିଂ କରାଯାଇ ତଥ୍ୟ ଏକାଠି କରାଯାଇଥିବା ପ୍ରାଥମିକ ଭାବେ ତଦନ୍ତରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ନିର୍ବାଚନର ଠିକ ପୂର୍ବରୁ ଏହି ମାମଲା ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି । ତଦନ୍ତ ଆଗକୁ ବଢିବା ସହ ଏଥିରେ ସମ୍ପୃକ୍ତ ଏକାଧିକ ପୋଲିସ ଅଧିକାରୀ ଓ କିଛି ପ୍ରଭାବଶାଳୀ ରାଜନେତାଙ୍କ ଭୂମିକା ମଧ୍ୟ ପଦାକୁ ଆସିବା ନେଇ ଆଶା କରାଯାଉଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.