ETV Bharat / bharat

ଦରମା ଦେଉନଥିଲା ମାଲିକ, ରେସ୍ତୋରାଁକୁ ବୋମାରେ ଉଡାଇଦେବାକୁ ଧମକ ଦେଲେ କର୍ମଚାରୀ - Hoax Bomb Call

author img

By ETV Bharat Odisha Team

Published : Mar 28, 2024, 1:42 PM IST

Ex-Employee did Hoax Bomb Call to Restaurant: ମାଲିକ ଦରମା ନଦେବାରୁ ବୋମାରେ ରେସ୍ତୋରାଁ ଉଡାଇ ଦେବାକୁ ଧମକ କଲେ ପୂର୍ବତନ କର୍ମଚାରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: କାମ କଲା ପରେ ବି ଦରମା ଦେଉନଥିଲେ ମାଲିକ । ବାରମ୍ବାର କହିବା ପରେ ମାଲିକ ନ ଶୁଣିବାରୁ ଫୋନ କରି ବୋମାରେ ତାଙ୍କ ରେସ୍ତୋରାଁ ଉଡାଇ ଦେବାକୁ ଧମକ ଦେଲେ ପୂର୍ବତନ କର୍ମଚାରୀ । କର୍ଣ୍ଣାଟକର ମହାଦେବପୁର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ମିଛ ବୋମା ବିସ୍ଫୋରଣ ଧମକ ଦେଇଥିବା କର୍ମଚାରୀଙ୍କୁ ଗିରଫ କରିଛି । ଦରମା ନମିଳିବାରୁ ରାଗରେ ସେ ଏମିତି ମିଛ କଲ୍ କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ।

ସୂଚନା ମୁତାବକ, ଅଭିଯୁକ୍ତର ନାମ ବେଲୁ ଏବଂ ସେ ଗୋଟିଏ ପାସ୍ତା ରେସ୍ତୋରାଁରେ କାମ କରୁଥିଲେ । ତିନି ମାସ ତଳେ ସେ ଚାକିରି ଛାଡି ଦେଇଥିଲେ । କିନ୍ତୁ ରେସ୍ତୋରାଁ ମାଲିକ ତାଙ୍କୁ ଦରମା ଦେଇନଥିଲେ । ବାରମ୍ବାର ସେ ନିଜର ବକେୟା ଦରମା ମାଗିଥିଲେ ହେଁ କେହି ଶୁଣିନଥିଲେ । ତେଣୁ ମାଲିକକୁ ଡରାଇବାକୁ ଗତକାଲି ରାତିରେ ସେ ରେସ୍ତୋରାଁକୁ ଫୋନ କରି ସେଠାରେ ବୋମା ଖଞ୍ଜା ହୋଇଥିବା କହିଥିଲେ । ଖୁବଶୀଘ୍ର ଏହି ବୋମାଟି ଫାଟିବ ବୋଲି ଫୋନରେ ଡରାଇଥିଲେ । ଏନେଇ ରେସ୍ତୋରାଁ ମାଲିକ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଆସି ପୁରା ରେସ୍ତୋରାଁ ତଲାସି କରିଥିବା ବେଳେ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିନଥିଲା । ଫଳରେ ଏହା ଏକ ମିଛ କଲ୍ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୋଲିସ କଲ୍ କରିଥିବା ବ୍ୟକ୍ତିକୁ ଧରିବାକୁ ତନାଘନା ଚଳାଇଥିଲା । ତଦନ୍ତ ପରେ ଧମକପୂର୍ଣ୍ଣ କଲ୍ କରିଥିବା ବ୍ୟକ୍ତି ସେହି ରେସ୍ତୋରାଁର ପୂର୍ବ କର୍ମଚାରୀ ଏବଂ ବକେୟା ଦରମା ନମିଳିବାରୁ ସେ ଏତିକି କାଣ୍ଡ ଭିଆଇଥିବା ଜଣାପଡିଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଏହି ଘଟଣା ନେଇ ରେସ୍ତୋରାଁ ମାଲିକ କହିଛନ୍ତି, ବେଲୁ ୩ ମାସ ତଳେ ଚାକିରି ଛାଡି ଦେଇଥିଲା । ସେ ପ୍ରଚୁର ମଦ ପିଉଥିଲା ଏବଂ କାମ ସମୟରେ ଅନ୍ୟମାନଙ୍କୁ ଦୁର୍ବ୍ୟବହାର କରୁଥିଲା । ଏଥିପାଇଁ ତାଙ୍କୁ ଦରମା ଦେଇନଥିଲି । ଏଥିରେ ରାଗିଯାଇ ସେ ମଦ୍ୟପାନ କରି ରେସ୍ତୋରାଁକୁ ଧମକପୂର୍ଣ୍ଣ କଲ୍ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜୟପୁର ଏୟାରପୋର୍ଟକୁ ବୋମାରେ ଉଡାଇବାକୁ ଧମକ, ଯାତ୍ରୀଙ୍କ ମଧ୍ୟରେ ଆତଙ୍କ

ଏହା ମଧ୍ୟ ପଢନ୍ତୁ: ଚେନ୍ନାଇରେ ଏକାଧିକ ସ୍କୁଲକୁ ବମରେ ଉଡ଼ାଇ ଦେବାକୁ ଧମକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.