ETV Bharat / bharat

ଛତିଶଗଡରେ ମାଓବାଦୀ ଓ ଯବାନ ମଧ୍ୟରେ ଏନକାଉଣ୍ଟର, କନଷ୍ଟେବଳ ଶହୀଦ - ମାଓବାଦୀ ଓ ଯବାନ ମଧ୍ୟରେ ଏନକାଉଣ୍ଟର

Chhattisgarh Encounter: କାଙ୍କେର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ଜଣେ ବସ୍ତର ଫାଇଟର୍ସ କନଷ୍ଟେବଳଙ୍କ ଶହୀଦ । ଅଧିକ ପଢନ୍ତୁ

Chhattisgarh Encounter
Chhattisgarh Encounter
author img

By ETV Bharat Odisha Team

Published : Mar 3, 2024, 12:33 PM IST

Updated : Mar 3, 2024, 1:00 PM IST

ରାୟପୁର: ଛତିଶଗଡରେ ପୁଣି ମୁହାଁମୁହିଁ ହେଲେ ମାଓବାଦୀ ଓ ଯବାନ । କାଙ୍କେର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହେବାରୁ ଜଣେ ବସ୍ତର ଫାଇଟର୍ସ କନଷ୍ଟେବଳଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ରମେଶ କୁରେଥୀ । ସର୍ଚ୍ଚ ଅପରେସନ ସମୟରେ ଜଣେ ପୁରୁଷ ମାଓବାଦୀର ମୃତଦେହ ଏବଂ ଗୋଟିଏ AK-47 ଉଦ୍ଧାର କରାଯାଇଛି । ଏନକାଉଣ୍ଟର ହୋଇଥିବା ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଯବାନ ମାନେ । ବର୍ତ୍ତମାନ ସୁଦ୍ଧା କୌଣସି ମାଓବାଦୀର ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କାଙ୍କେର ଜଙ୍ଗଲରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ପ୍ରଥମେ ମାଓବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ବିନିମୟ କରିଥଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷାବଳ । କିନ୍ତୁ ମାଓବାଦୀଙ୍କ ଗୁଳିରେ ଜଣେ କନେଷ୍ଟବଳ ଆଖି ବୁଜିଛନ୍ତି । ଗୁଳି ବିନିମୟ ପରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ଫେବୃଆରୀ 25 ତାରିଖରେ କାଙ୍କେର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ 3 ଜଣ ମାଓବାଦୀ ନିହତ ହୋଇଥିଲେ । କୌଣସି ସୁରକ୍ଷାକର୍ମୀ ମୃତାହତ ହୋଇନଥିବା କାଙ୍କେର ଏସପି ଇନ୍ଦିରା କଲ୍ୟାଣ ଏଲେସେଲା ସୂଚନା ଦେଇଥିଲେ । ମୃତକ ମାଓବାଦୀଙ୍କ ନିକଟରୁ ଦୁଇଟି ମାରଣାସ୍ତ୍ର ଜବତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ

ଗତ 24 ତାରିଖରେ ଛତିଶଗଡ ବିଜାପୁରର ଜଙ୍ଗଲା ପୋଲିସ ଷ୍ଟେସନ ଅଞ୍ଚଳର ବଡଟୁଙ୍ଗାଲି ଓ ଛୋଟଟୁଙ୍ଗାଲି ଜଙ୍ଗଲରେ କୁମ୍ବିଂ ଅପରେସନ୍ କରିଥିଲେ ସୁରକ୍ଷା କର୍ମୀ । ଏହି ସମୟରେ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ 4 ଜଣ ନକ୍ସଲ ନିପାତ ହୋଇଥିଲେ । ପରେ ଘଟଣାସ୍ଥଳରୁ ବହୁମାତ୍ରାରେ ମାଓସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ଜବତ କରିଥିଲେ ସୁରକ୍ଷା କର୍ମୀ । ଦୀର୍ଘ ଦିନ ହେବ ନକ୍ସଲମାନେ ସେହି ସ୍ଥାନରେ କ୍ୟାମ୍ପ କରି ରହିଥିବା ସନ୍ଦେହ କରାଯାଉଥିଲା ।

ଶନିବାର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ମାଓବାଦୀ । ମୃତକ ଜଣଙ୍କ ହେଉଛନ୍ତି ବିଜେପିର ମଣ୍ଡଳ ସଂଯୋଜକ ତିରୁପତି । ସେ ଏକ ବିବାହ ସମାରୋହରେ ଯୋଗଦେବା ପାଇଁ ଯାଉଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ମାଓବାଦୀ । ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

Last Updated : Mar 3, 2024, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.