ETV Bharat / bharat

ବିଜେପି ବିରୋଧରେ ବୟାନ ଦେଇ ଫସିଲେ ଆତିଶୀ, ନିର୍ବାଚନ ଆୟୋଗରୁ ଆସିଲା ନୋଟିସ - EC Notice to Atishi

author img

By ETV Bharat Odisha Team

Published : Apr 5, 2024, 1:30 PM IST

EC Notice to Atishi: ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀଙ୍କୁ ନିର୍ବାଚନ ଆୟୋଗର ନୋଟିସ । ଏହା ରହିଛି କାରଣ

EC Notice to Atishi
EC Notice to Atishi

ନୂଆଦିଲ୍ଲୀ: ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେଉଛନ୍ତି ଆପ୍ ନେତା । ଗତ 2 ତାରିଖରେ ଦେଇଥିବା ବୟାନକୁ ନେଇ ଫସିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ । ନିର୍ବାଚନ ଆୟୋଗ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ବିଜେପି ତାଙ୍କୁ ଦଳରେ ମିଶିବା ପାଇଁ ଅଫର କରିଥିବା ବୟାନ ଦେଇଥିଲେ ଅତିଶୀ । ତେବେ ଏହାକୁ ନେଇ ବିଜେପିର ଅଭିଯୋଗ ପରେ ଆପ୍ ମନ୍ତ୍ରୀଙ୍କୁ ଏହି ନୋଟିସ ଜାରି କରାଯାଇଛି ।

ତେବେ ଏହାର ଜବାବ ଆସନ୍ତାକାଲି ଅର୍ଥାତ ଏପ୍ରିଲ 6 ତାରିଖ ଅପରାହ୍ନ 5ଟା ସୁଦ୍ଧା ଲିଖିତ ଆକାରରେ ସ୍ପଷ୍ଟୀକରଣ ରଖିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି । ପ୍ରକାଶଥାଉକି ପୂର୍ବରୁ ବିଜେପି ଆତିଶୀ ମାର୍ଲେନାଙ୍କୁ ମାନହାନି ନୋଟିସ ପଠାଇଥିଲା । ପାର୍ଟି ତରଫରୁ କେଉଁ ଅଫର ଆସିଥିବା ତାହା ପ୍ରକାଶ କରିବା ପାଇଁ କୁହାଯାଇଥିଲା । ଯଦି ସତ୍ୟ ସାମ୍ନାକୁ ନଆସେ ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ବିଜେପି ପକ୍ଷରୁ ଅତିଶୀଙ୍କୁ କୁହାଯାଇଥିଲା । ତେବେ ଗତ 4 ତାରିଖରେ ଆତିଶୀଙ୍କ ବିରୋଧରେ ଅଭିଯୋଗ କରିଥିଲା ବିଜେପି । ଦଳ ବିରୋଧରେ ମିଥ୍ୟା ବୟାନ ଦେଇଥିବା ନେଇ ଅଭିଯୋଗ କରିଥିବା ବେଳେ ବର୍ତ୍ତମାନ ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ଯୋଗ ନଦେଲେ ED ବାନ୍ଧିବ: ଅତିଶୀ - Atishi Big Allegation On Bjp

ଆତିଶୀ ଅଭିଯୋଗ କରି କହିଥିଲେ, "ମୋର ଜଣ ସହଯୋଗୀ ହାତରେ ବିଜେପି ଅଫର ଦେଇଥିଲା । ବିଜେପିରେ ସାମିଲ ହୋଇ ରାଜନୈତିକ କ୍ୟାରିୟରକୁ ବଞ୍ଚାଇ ଦିଅନ୍ତୁ, ନଚେତ୍ ଏକ ମାସ ମଧ୍ୟରେ ଇଡି ଗିରଫ କରିବ । ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କୁ ଗିରଫ କରିବା ପରେ ଦଳ ଭାଙ୍ଗିଯିବ ବୋଲି ଅନୁଭବ କରିଛି ବିଜେପି । କିନ୍ତୁ ରବିବାର ଦିନ ଦିଲ୍ଲୀର ରାମଲୀଲା ମୈଦାନରେ ପହଞ୍ଚିଥିବା ଭିଡ଼କୁ ନେଇ ବିଜେପି ଆଶ୍ଚର୍ଯ୍ୟ ହୋଇଯାଇଛି । ବିଜେପି ଅନୁଭବ କରୁଛି ଯେ ବର୍ତ୍ତମାନ ଅଧିକ ନେତାଙ୍କୁ ଗିରଫ ନକରି ଦଳ ଭାଙ୍ଗି ପାରିବ ନାହିଁ । ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ଦଳର ଆଉ ଚାରିଜଣ ବରିଷ୍ଠ ନେତାଙ୍କୁ ଇଡି ମାଧ୍ୟମରେ ଗିରଫ କରାଯିବ । ମୋ ସହ ସୌରଭ ଭରଦ୍ବାଜ, ଦୁର୍ଗେଶ ପାଠକ ଏବଂ ରାଘବ ଚଢାଙ୍କୁ ଗିରଫ କରାଯିବ । ପ୍ରଥମେ ସମନ ଆସିବ, ତାପରେ ଇଡି ଗିରଫ କରିବ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.