ETV Bharat / bharat

ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ: ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ-କାଶ୍ମୀର ନିର୍ବାଚନ, ଏହି ଦିନ ହରିୟାଣା ଭୋଟ - Assembly election date announce

author img

By ETV Bharat Odisha Team

Published : Aug 16, 2024, 3:46 PM IST

Updated : Aug 16, 2024, 4:34 PM IST

ECI Announces Assembly Election Date: ଜମ୍ମୁ-କାଶ୍ମୀର ଓ ହରିୟାଣା ପାଇଁ ନିର୍ବାଚନ ତାରିଖ ଘୋଷଣା । ୩ଟି ପର୍ଯ୍ୟାୟରେ ହେବ ଜମ୍ମୁ-କାଶ୍ମୀର ନିର୍ବାଚନ । ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ପଢନ୍ତୁ ପୁରା ଖବର

ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ
ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ (ETV Bharat Odisha)

ନୂଆଦିଲ୍ଲୀ: ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ । ଜମ୍ମୁ-କାଶ୍ମୀର ଓ ହରିୟାଣା ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ (ECI) । ୩ଟି ପର୍ଯ୍ୟାୟରେ ଜମ୍ମୁ-କାଶ୍ମୀରରେ ନିର୍ବାଚନ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ । ସେପ୍ଟେମ୍ବର ୨୫ରେ ଦ୍ବିତୀୟ ଓ ଅକ୍ଟୋବର ୧ରେ ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଅକ୍ଟୋବର ୪ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହେବ । ଦୀର୍ଘ ୧୦ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ନିର୍ବାଚନ ହେବ ।

ସେହିପରି ହରିୟାଣାରେ ଅକ୍ଟୋବର ୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏଠାରେ ମଧ୍ୟ ଅକ୍ଟୋବର ୪ରେ ଭୋଟ ଗଣତି ହୋଇ ରେଜଲ୍ଟ ପ୍ରକାଶ ପାଇବ ।

୨୦୧୪ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ:

ଜମ୍ମୁ-କାଶ୍ମୀରରେ ପୂର୍ବରୁ ୮୭ଟି ବିଧାନସଭା ଆସନ ଥିବାବେଳେ ବର୍ତ୍ତମାନ ୯୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୪୭ଟି ଆସନ କାଶ୍ମୀର ଅଞ୍ଚଳରେ ଆସୁଥିବାବେଳେ ବାକି ୪୩ଟି ଜମ୍ମୁରେ ରହିଛି । ୨୦୧୪ ନିର୍ବାଚନରେ ୮୭ ଆସନରୁ ପିଡିପି ୨୮ଟି ଆସନ ଜିତିଥିଲା । ଏହାପଛକୁ ବିଜେପି ୨୫, ନ୍ୟାସନାଲ କନଫରେନ୍ସ(ଏନସି) ୧୫ ଓ କଂଗ୍ରେସ ୧୨, ଜେକେପିସି ୨, ସିପିଆଇ(ଏମ) ଓ ଜେକେପିଡିଏଫ ଗୋଟିଏ ଲେଖାଏଁ ଆସନ ଜିତିଥିଲେ । ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ
ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ (ETV Bharat Odisha)

ଏହାପରେ ବିଜେପି ଓ ପିଡିପି ମିଶି ମେଣ୍ଟ ସରକାର ଗଠନ କରିଥିଲେ ଏବଂ ମୁଫତୀ ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ରେ ସୟିଦଙ୍କ ମୃତ୍ୟୁ ପରେ ଝିଅ ମେହବୁବା ମୁଫତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୮ରେ ବିଜେପି ପିଡିପି ନେତୃତ୍ବାଧୀନ ସରକାରରୁ ନିଜର ସମର୍ଥନ ଫେରାଇ ନେଇଥିଲା । ଯେଉଁ କାରଣରୁ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାଜ୍ୟ ବିଧାନସଭା ଭଙ୍ଗ କରିଥିଲେ । ୨୦୧୯ ଡିସେମ୍ବରରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୨୦୨୪ ଲୋକସଭା ଫଳାଫଳ:

ଗତ ଲୋକସଭା ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ଏବଂ ବିଜେପି ୨ଟି ଲେଖାଏଁ ଆସନ ଜିତିଥିଲେ । ଅବଦୁଲ ରସିଦ ଶେଖ ସ୍ବାଧୀନ ପ୍ରାର୍ଥୀ ଭାବେ ଗୋଟିଏ ଆସନ ବିଜୟୀ ହୋଇଥିଲେ ।

ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ ୩.୭୧ ଲକ୍ଷ ପ୍ରଥମ ଭୋଟର ଭୋଟର ରହିଛନ୍ତି । ନିର୍ବାଚନ ପାଇଁ ୧୧ ହଜାର ୮୩୮ଟି ବୁଥ ବ୍ୟବସ୍ଥା କରାଯିବ ।

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ନିର୍ବାଚନ:

୨୦୧୯ରେ ଜମ୍ମୁ-କାଶ୍ମୀରରୁ ବିବାଦୀୟ ୩୭୦ ଧାରା ଉଚ୍ଛେଦ ସହିତ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା । ସେବେଠାରୁ ଏଠି ଶାସନ ବ୍ୟବସ୍ଥା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ହାତରେ ରହିଛି । ୨୦୧୪ରେ ଜମ୍ମୁ-କାଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ଏବଂ ୨୦୧୮ରେ ପଞ୍ଚାୟତ ଓ ପୌର ନିର୍ବାଚନ ହୋଇଥିଲା । ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଏଠାରେ ବିଧାନସଭା ନିର୍ବାଚନ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 16, 2024, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.