ETV Bharat / bharat

ଏକଜିଟ ପୋଲ ଉପରେ ECI ଛାଟ, ପ୍ରସାରଣ ଉପରେ ଲାଗିଲା କଟକଣା - Lok Sabha Election 2024

author img

By ETV Bharat Odisha Team

Published : Mar 30, 2024, 7:57 AM IST

ECI Bans Showing Exit Polls: ଏକଜିଟ ପୋଲ ଉପରେ କଟକଣା ଲଗାଇଲେ ନିର୍ବାଚନ ଆୟୋଗ । ଲୋକସଭା ନିର୍ବାଚନ ସମୟରେ ଏକଜିଟ ପୋଲର ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଇସିଆଇ । ଅଧିକ ପଢନ୍ତୁ

Lok Sabha Election 2024
Lok Sabha Election 2024

ନୂଆଦିଲ୍ଲୀ: ଆସନ୍ତା ମାସ ଏପ୍ରିଲ 19 ତାରିଖରୁ 7ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଏକଜିଟ ପୋଲ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ । ଏକଜିଟ ପୋଲ ଆୟୋଜନ, ପ୍ରକାଶନ ଓ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ଇସିଆଇ । ଏନେଇ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ 19 ତାରିଖ ସକାଳ 7ଟାରୁ ଜୁନ 1 ସନ୍ଧ୍ୟା 6ଟା 30 ପର୍ଯ୍ୟନ୍ତ ଏକଜିଟ ପୋଲ ଉପରେ କଟକଣା ଲଗାଯାଇଛି ।

ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଲୋକ ପ୍ରତିନିଧି ଆଇନ ଅନୁସାରେ ମତଦାନ ଶେଷ ହେବାର 48 ଘଣ୍ଟା ପୂର୍ବରୁ କୌଣସି ଇଲେକ୍ଟ୍ରୋନିକ୍ ମିଡିଆରେ ଜନମତ ସର୍ଭେ କିମ୍ବା ଅନ୍ୟ ନିର୍ବାଚନୀ ସମ୍ବନ୍ଧୀୟ ସର୍ଭେ, ଫଳାଫଳ ପ୍ରସାରଣ କରାଯାଇପାରିବ ନାହିଁ । ପୁରା ଦେଶରେ ଲୋକସଭା ନିର୍ବାଚନ ବ୍ୟତିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା ଏବଂ ସିକ୍କିମର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ । ସେହି ସମୟ ମଧ୍ୟରେ 12ଟି ରାଜ୍ୟରେ 25ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପୂର୍ବରୁ ECIଙ୍କ ବଦଳି ନିର୍ଦ୍ଦେଶ, ବଦଳିବେ ଓଡ଼ିଶାର ୨ ଏସପି ଜଣେ ଜିଲ୍ଲାପାଳ - ECI transfers DM SP

ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ଗୁଡିକ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିଜେପି କଂଗ୍ରେସ ପ୍ରାର୍ଥୀ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ସୂଚନା ଥାଉକି, 4ଟି ରାଜ୍ୟର ବିଧାନସଭା, ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ 19ରେ ଥିବା ବେଳେ ସପ୍ତମ ପର୍ଯ୍ୟାୟ ଜୁନ 1ରେ ଅନୁଷ୍ଠିତ ହେବ । ଏଥିସହ ଜୁନ 4ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା ପରଠୁ ଦେଶରେ ଆଚରଣ ବିଧି ଲାଗୁ ହୋଇଛି । ଏହି ସମୟରେ କୌଣସି ସରକାରୀ ଅଧିକାରୀଙ୍କ ବଦଳି ନକରାଯିବାକୁ ନିୟମ ଥିବାବେଳେ କିଛି କ୍ଷେତ୍ରରେ ମୁଖ୍ୟ ନିର୍ବାଚନ ଅଧିକାରୀ ବଦଳି କରିପାରିବେ ।

ମାର୍ଚ୍ଚ 16 ତାରିଖରେ ଦେଶରେ ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ଦେଶରେ ମୋଟ ମୋଟ 7ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏବଂ ଜୁନ 1 ତାରିଖରେ ଅନ୍ତିମ ପର୍ଯ୍ୟାୟର ଭୋଟିଂ ହେବ । 4 ତାରିଖରେ ଫଳାଫଳ ପ୍ରକାଶିତ ହେବ ।

ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 102 ଲୋକସଭା ଆସନରେ ଭୋଟିଂ ହେବ । ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ 26 ତାରିଖରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 89 ଆସନରେ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟ ମେ 7 ତାରିଖରେ 94 ଆସନରେ ଭୋଟିଂ ହେବ । ମେ’ 13 ତାରିଖରେ 4ର୍ଥ ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବାସୀ ଭୋଟ ଦେବେ । ମେ’ 20 ତାରିଖରେ 5ମ ପର୍ଯ୍ୟାୟରେ 49 ଆସନରେ ଭୋଟିଂ ହେବ । ମେ’ 25ରେ 6ଷ୍ଠ ପର୍ଯ୍ୟାୟରେ ମୋଟ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଆସନରେ ଭୋଟ ଦେବ । ଜୁନ ପହିଲାରେ ଅନ୍ତିମ ବା7ମ ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଆସନରେ ଭୋଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.