ETV Bharat / bharat

କଂଗ୍ରେସ ଆକାଉଣ୍ଟ ଅଚଳ ପ୍ରସଙ୍ଗ: ମୋଦି ସରକାର ଉପରେ ବର୍ଷିଲେ ସୋନିଆ ଓ ରାହୁଲ, ଗଲେ ସୁପ୍ରିମକୋର୍ଟ - Congress Frozen Account Row

PC on Congress Frozen Account Row: କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ଅଚଳ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦଳର ଛାମୁଆ ନେତା । ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ଯେଭଳି ନକରିପାରିବୁ ସେଥିପାଇଁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ଯକ୍ଷ ଖଡ଼ଗେ, ସୋନିଆ ଗାନ୍ଧି ଏବଂ ରାହୁଲ । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Mar 21, 2024, 2:31 PM IST

Congress pc
Congress pc

ନୂଆଦିଲ୍ଲୀ: ପୁଣି କୁହୁଳିଲା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ନିଆଁ । ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ମାମଲାରେ ସୁପ୍ରିମକୋର୍ଟ ପହଞ୍ଚିଲା କଂଗ୍ରେସ । ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ନିଷ୍ପତ୍ତି ବିରୋଧରେ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରାଯାଇଛି । ଏହାସହ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ଗଣତନ୍ତ୍ର ବୋଲି କିଛି ନାହିଁ ବୋଲି ସେ କହିଛନ୍ତି । ' ବିଶ୍ବର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ କହିବା ମିଥ୍ୟା ଅଟେ । ଭାରତର ସବୁଠାରୁ ବଡ ବିରୋଧୀ ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି । ଆଜି କଂଗ୍ରେସ ପାଖେ 2 ଟଙ୍କା ମଧ୍ୟ ନାହିଁ । ନା ନେତାଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ଅଛି ନା ଟିକେଟ କିଣିବା ପାଇଁ ଟଙ୍କା ଅଛି ।'

ରାହୁଲ ଗାନ୍ଧୀ କହିଛନ୍ତି, "ଯେତେବେଳେ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ କିମ୍ବା ଆର୍ଥନୈତିକ ପରିଚୟ ଉପରେ ରୋକ ଲଗାଯାଏ, ସେତେବେଳେ କେତେ ଅସବୁଧା ହୁଏ ତାହା ସମସ୍ତେ ଜାଣନ୍ତି । ଯଦି ଏଭଳି ଭାବେ କୌଣସି ପରିବାର ପ୍ରତି କରାଯାଏ ତାହେଲେ ପରିବାର ଲୋକେ ଅନାହାରରେ ମରିଯିବେ । ଯଦି କୌଣସି ବ୍ୟବସାୟ ଉପରେ ଏଭଳି କରାଯାଏ ତାହେଲେ ବର୍ବାଦ ହୋଇଯିବ । କଂଗ୍ରେସ ସହିତ ସମାନ କାର୍ଯ୍ୟ କରାଯାଇଛି । ଆମେ ବର୍ତ୍ତମାନ ନେତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଟଙ୍କା ଦେଇପାରୁ ନାହିଁ । ଏକ ମାସ ପୂର୍ବରୁ ଆମ ଆକାଉଣ୍ଟ ଫ୍ରିଜ କରିଦିଆଯାଇଛି । "

2 ଟଙ୍କା ପେମେଣ୍ଟ କରିବା ମୁସ୍କିଲ: କେନ୍ଦ୍ର ସରକାର ଆକାଉଣ୍ଟ ଫ୍ରିଜ କରିଥିବା ଅଭିଯୋଗ କରି ରାହୁଲ କହିଛନ୍ତି, "ଆମର ନେତାମାନେ ବିମାନରେ ଯାତ୍ରା କରିବାକୁ ସକ୍ଷମ ନୁହନ୍ତି । ସେମାନେ ଟ୍ରେନରେ ମଧ୍ୟ ଯାତ୍ରା କରିପାରିବେ ନାହିଁ । ନେତା କର୍ମୀ ମାନଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇବା ମୁସ୍କିଲ ହୋଇ ପଡିଛି । ଆଜି ଆମେ ବିଜ୍ଞାପନ ଦେବାକୁ ମଧ୍ୟ ସକ୍ଷମ ନାହୁଁ । ଦେଶର 20 ପ୍ରତିଶତ ଲୋକ ଆମକୁ ଭୋଟ୍ ଦିଅନ୍ତି, କିନ୍ତୁ ଆଜି ଆମେ 2 ଟଙ୍କା ପେମେଣ୍ଟ କରିବାକୁ ସକ୍ଷମ ହୋଇପାରୁ ନାହୁଁ । ନିର୍ବାଚନରେ ​​ଆମକୁ ପଙ୍ଗୁ କରିବା ପାଇଁ ଏହା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବ୍ୟାଙ୍କ ଆକାଉଣ୍ଟ ସଚଳ ପରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ' ଧନ ନୁହେଁ, ଜନଙ୍କୁ ନେଇ ଶକ୍ତିଶାଳୀ କଂଗ୍ରେସ'

କଂଗ୍ରେସକୁ ଦୁର୍ବଳ କରିବାକୁ ପ୍ରୟାସ: ରାହୁଲଙ୍କ ପରେ ସୋନିଆ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ଏହାର ପ୍ରଭାବ କେବଳ କଂଗ୍ରେସ ଉପରେ ପଡୁନାହିଁ, ବରଂ ଗଣତନ୍ତ୍ର ଉପରେ ମଧ୍ୟ ପ୍ରଭାବ ପକାଉଛି । କଂଗ୍ରେସକୁ ପ୍ରଧାନମନ୍ତ୍ରୀ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ପାର୍ଟିର ଆକାଉଣ୍ଟରେ ଜନସାଧାରଣଙ୍କଠାରୁ ସଂଗ୍ରହ ହୋଇଥିବା ଟଙ୍କା ରହିଛି । ଆମ ଆକାଉଣ୍ଟ ଜୋର ଜବରଦସ୍ତି ଛଡେଇ ନିଆଯାଉଛ । ତଥାପି, ଏହି ସମସ୍ତ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମଧ୍ୟ ଆମେ ଆମର ନିର୍ବାଚନ ପ୍ରଚାରକୁ ଜୋରଦାର କରିବାକୁ ଚେଷ୍ଟା କରୁଛୁ । ଗୋଟିଏ ପଟେ ନିର୍ବାଚନୀ ବଣ୍ଡ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଅନ୍ୟପଟେ କଂଗ୍ରେସକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି । "

ରାଜନୈତିକ ଦଳଗୁଡ଼ିକୁ ସମାନ ସୁଯୋଗ ଦେବା ଉଚିତ: କଂଗ୍ରେସ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଜେପି ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛଡନ୍ତି, "କଂଗ୍ରେସକୁ ନିର୍ବାଚନ କ୍ଷେତ୍ରରୁ ହଟାଇବା ପାଇଁ ଭାଜପା ବିପଜ୍ଜନକ ଖେଳ ଆରମ୍ଭ କରିଛି । ଯେତେବେଳେ ସମସ୍ତ ଦଳର ସମାନ ସମ୍ବଳ ଏବଂ ସୁଯୋଗ ରହିବ ସେତେବେଳେ ଗଣତନ୍ତ୍ର ସଫଳ ହେବ । ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନଗୁଡ଼ିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିୟନ୍ତ୍ରଣ କରିବାକୁ ଶାସକ ଦଳ ଦ୍ୱାରା ପ୍ରୟାସ କରାଯାଉଛି । ବିଜେପିର ଡୋନେସନ ଗେମ୍ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି । ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠାଇଛି । ଦେଶରେ ବିରୋଧୀଙ୍କୁ ହଟାଇବାକୁ ଚେଷ୍ଟା କରାଯାଉଛି । ନିର୍ବାଚନୀ ବଣ୍ଡରୁ ବିଜେପି 56 ପ୍ରତିଶତ ଟଙ୍କା ପାଇଥିବା ବେଳେ କଂଗ୍ରେସ 11 ପ୍ରତିଶତ ପାଇଛି । 70 ବର୍ଷ ମଧ୍ୟରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ଏହା କେବେ ହୋଇ ନଥିଲା । "

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.