ETV Bharat / bharat

ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ପରଲୋକ; ବିଶିଷ୍ଟ ବ୍ୟକ୍ତିଙ୍କ ଶୋକବ୍ୟକ୍ତ, ଫିଲ୍ମସିଟି ମୁଖ୍ୟାଳୟରେ ଚାଲିଛି ଅନ୍ତିମ ଦର୍ଶନ, ଦେଖନ୍ତୁ LIVE - ETV Network Head Ramoji Rao passes away

author img

By ETV Bharat Odisha Team

Published : Jun 8, 2024, 8:14 AM IST

Updated : Jun 8, 2024, 11:41 AM IST

ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ପରଲୋକ, ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ
ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ପରଲୋକ, ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ (ETV Bharat Odisha)

ହାଇଦ୍ରାବାଦ: ମିଡିଆ ଜଗତର ମହାନାୟକ ଇଟିଭି ପ୍ରତିଷ୍ଠାତା ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ଦେହାନ୍ତ । ଆଜି ଭୋର୍ ୪ଟା ୫୦ ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସକାଳେ ହସ୍ପିଟାଲରୁ ତାଙ୍କର ପାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ, ଶୁଭେଚ୍ଛୁଙ୍କ ସହ ରାମୋଜୀ ଫିଲ୍ମ ସିଟି କର୍ମଚାରୀମାନେ ପହଞ୍ଚୁଛନ୍ତି । ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ରାମୋଜୀ ରାଓ । ତାଙ୍କର ବିୟୋଗରେ ସାରା ମିଡିଆ ଜଗତରେ ଶୋକର ଛାୟା ଖେଳି ଯାଇଛି ।

LIVE FEED

11:20 AM, 8 Jun 2024 (IST)

ଶୋକବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ମଧ୍ୟ ରାମୋଜୀ ରାଓଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଇନାଡୁ ଏବଂ ରାମୋଜୀ ଫିଲ୍ମ ସିଟି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ବିୟୋଗ ଖବର ମୋତେ ସ୍ତବ୍ଧ କରିଛି । ମିଡିଆ ଓ ମନୋରଞ୍ଜନ ଜଗତ ପ୍ରତି ତାଙ୍କର ଯୋଗଦାନ ଅବିସ୍ମରଣୀୟ । ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ।

10:50 AM, 8 Jun 2024 (IST)

ଶୋକ ବ୍ୟକ୍ତ କଲେ ଅମିତ ଶାହ, ପରିବାର ବର୍ଗଙ୍କୁ ସମାବେଦନା ଜଣାଇଲେ

ଗୃହମନ୍ତ୍ରୀ ଅମିତ ଶାହ ରାମୋଜୀ ରାଓଙ୍କ ବିତାଇଥିବା କିଛି ମୁହୂର୍ତ୍ତର ଫୋଟ ପୋଷ୍ଟ କରି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର, ବନ୍ଧୁ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

10:43 AM, 8 Jun 2024 (IST)

RFC ମୁଖ୍ୟାଳୟରେ ଚାଲିଛି ଶେଷ ଦର୍ଶନ, ଶୋକବ୍ୟକ୍ତ କଲେ ନବୀନ

ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓଙ୍କ ବିୟୋଗରେ ଟ୍ବିଟ୍ କରି ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଜୀବନଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

9:03 AM, 8 Jun 2024 (IST)

ରାମୋଜୀ ରାଓଙ୍କ ବିୟୋଗରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଶୋକ

ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରାମୋଜୀ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଚନ୍ଦ୍ରବାବୁ କହିଛନ୍ତି, ଜଣେ ସାଧାରଣ ପରିବାରରେ ଜନ୍ମ ହୋଇଥିବା ରମୋଜୀ ରାଓ ଅସାଧାରଣ ସଫଳତାର ଅଧିକାରୀ ଥିଲେ । ମିଡିଆ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ସମାଜର କଲ୍ୟାଣ ପାଇଁ ସେ ଉତ୍ସର୍ଗୀକୃତ ଥିଲେ । ହଜାର ହଜାର ଲୋକଙ୍କୁ ରୋଜଗାର ଦେଇଥିଲେ । ତାଙ୍କର ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ।

8:32 AM, 8 Jun 2024 (IST)

ରାମୋଜୀ ରାଓଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ରାମୋଜୀ ଗ୍ରୁପର ଚେୟାରମ୍ୟାନ ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାମୋଜୀ ରାଓ ଭାରତୀୟ ମିଡିଆ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ସାମ୍ବାଦିକତା ଏବଂ ଫିଲ୍ମ ଜଗତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ନିଜର ଉଲ୍ଲେଖନୀୟ ପ୍ରୟାସରେ ମିଡିଆ, ମନୋରଞ୍ଜନ ଜଗତରେ ନବସୃଜନ ଏବଂ ଉତ୍କୃଷତାର ନୂଆ ଧାରା ସୃଷ୍ଟି କରିଥିଲେ । ଭାରତର ବିକାଶ କ୍ଷେତ୍ରରେ ମଧ୍ୟ ବେଶ୍ ତତ୍ପର ରହିଥିଲେ । ଏଭଳି କଠିନ ସମୟରେ ତାଙ୍କର ପରିବାର, ବନ୍ଧୁ ପରିଜନ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା । ପ୍ରଧାନମନ୍ତ୍ରୀଙ୍କ ସହ ତେଲେଙ୍ଗାନା ରାଜ୍ୟ ବିଜେପି ସଭାପତି ଜି କିଷାନ ରେଡ୍ଡୀ ମଧ୍ୟ ଟ୍ବିଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Last Updated : Jun 8, 2024, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.