ETV Bharat / bharat

ଅଲବିଦା ବେତାଜ ବାଦଶାହ: ସିନେମା ଓ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ଅବଦାନକୁ ମନେ ପକାଉଛି ଦେଶ, ବିଭିନ୍ନ ମହଲରୁ ଶୋକ - Ramoji Rao passed away

author img

By ETV Bharat Odisha Team

Published : Jun 8, 2024, 11:41 AM IST

Updated : Jun 8, 2024, 5:02 PM IST

Ramoji Rao passed away: ଦେଶବ୍ୟାପୀ ବିଭିନ୍ନ ମହଲରେ ଶୋକ । ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ମନେ ପକାଇଲେ ଅବଦାନ । ସାମ୍ବାଦିକତା ଓ ସିନେ ଜଗତରେ ଅପୂରଣୀୟ କ୍ଷତି । ଦେଶରେ ପ୍ରଗତିରେ ଥିଲା ଏକ ବଳିଷ୍ଠ ଭୂମିକା । ଫିଲ୍ମସିଟିରେ ଶେଷ ଦର୍ଶନ ପାଇଁ ଭିଡ । ଅଧିକ ପଢନ୍ତୁ

ଅଲବିଦା ବେତାଜ ବାଦଶାହ: ଅବଦାନକୁ ମନେ ପକାଉଛି ଦେଶ, ବିଭିନ୍ନ ମହଲରୁ ଶୋକ
ଅଲବିଦା ବେତାଜ ବାଦଶାହ: ଅବଦାନକୁ ମନେ ପକାଉଛି ଦେଶ, ବିଭିନ୍ନ ମହଲରୁ ଶୋକ (ETV Bharat Odisha)

ହାଇଦ୍ରାବାଦ: ଆଉ ନାହାନ୍ତି ମିଡିଆ ଓ ଫିଲ୍ମ ଦୁନିଆ ବେତାଜ ବାଦଶାହ ତଥା ‘ରାମୋଜୀ ଗ୍ରୁପ’ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ଶନିବାର) ଭୋର ପ୍ରାୟ 4ଟା 50 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ରାଓଙ୍କ ଦେହାନ୍ତରେ ସାରା ଦେଶରେ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅବିଭକ୍ତ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନା ପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ, ଓଡିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଦେଶର ବିଭିନ୍ନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରିଛନ୍ତି । ଏପଟେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଟ୍ବିଟ୍ କରି ଶୋକ ବ୍ୟକ୍ତି କରିଛନ୍ତି । ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଶୋକ ବ୍ୟକ୍ତ କରିବା ସହିତ ସମବେଦନା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ରାଓଙ୍କ ସହ ସାକ୍ଷାତକାରର ଏକ ଫଟୋ ସହ ଟ୍ବିଟ୍‌ କରି ଶୋକବାର୍ତ୍ତାରେ ଲେଖିଛନ୍ତି, ‘‘ରାମୋଜୀ ରାଓଙ୍କ ଦେହାନ୍ତ ଖବର ମତେ ମର୍ମାହତ କରିଛି । ସେ ଅତ୍ୟନ୍ତ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ଭାରତୀୟ ମିଡିଆ ଜଗତରେ ସେ ଏକ ବିପ୍ଳବ ଆଣି ପାରିଥିଲେ । ସାମ୍ବାଦିକତା ଓ ବିଶ୍ବ ସିନେ ଜଗତରେ ତାଙ୍କର ଅବିସ୍ମରଣୀୟ ଅବଦାନ ରହିଛି । ତାଙ୍କର ଦେଶର ପ୍ରଗତିରେ ମଧ୍ୟ ଏକ ବଡ ଭୁମିକା ରହିଛି । ତାଙ୍କ ସହ ସାକ୍ଷାତ ଓ ବାର୍ତ୍ତାଳାପର ଏକାଧିକ ସୁଯୋଗ ପାଇଥିଲି । ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି । ଏପରି ଦୁଖଃଦ ସମୟରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପ୍ରତି ମୁଁ ସମବେଦନା ଜଣାଉଛି ।’’

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକାଧିକ ଫଟୋ ସେୟାର କରି ରାମୋଜୀ ରାଓଙ୍କୁ ସ୍ମରଣ କରିଛନ୍ତି । ଗଣମାଧ୍ୟମ କ୍ଷେତ୍ରରେ ବିଳ୍ପବ ପାଇଁ ସେ ସବୁବେଳ ମନେ ରହିବେ । ତାଙ୍କର ପରଲୋକ ଯନ୍ତ୍ରଣାଦାୟକ ବୋଲି ଶାହ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ନିଧନ ମିଡିଆ ଓ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ମୋର ସମବେଦନ ତାଙ୍କର ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ସହ ରହିଛି ବୋଲି ରାଜନାଥ ଲେଖିଛନ୍ତି ।

ଓଡିଶାର ରାଜ୍ୟପାଳ ରଘୁବର ଦାସ ମଧ୍ୟ ଶୋକ ପ୍ରକାଶ କରି ଟ୍ବିଟ କରିଛନ୍ତି । ରାଓଙ୍କ ଆତ୍ମାର ସଦଗତି କାମନା କରିବା ସହ ସେ ମିଡିଆ, ଚଳଚିତ୍ର ଜଗତରେ ତାଙ୍କର ଇଲ୍ଲେଖନୀୟ ଅବଦାନକୁ ମନେ ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଓଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଆଇକନିକ ମିଡିଆ ପର୍ସନାଲିଟି ଥିଲେ । ତାଙ୍କର ଉତ୍ସର୍ଗୀକୃତ ଅବଦାନ ଗଣମାଧ୍ୟମ ଓ ସାମ୍ବାଦିକତାରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡି ଯାଇଛି । ତାଙ୍କର ସମ୍ପୂର୍ଣ୍ଣ ଜୀବନ ଏକ ପ୍ରେରଣାର ଉତ୍ସ ଥିଲା । ତାଙ୍କ ଦେହାନ୍ତ ଏକ ଅପରୂଣୀୟ କ୍ଷତି । ଓମ ଶାନ୍ତି ବୋଲି ଲେଖିଛନ୍ତି ନବୀନ ।

ଏହା ମଧ୍ୟ ପଢନ୍ତୁ :- ଫିଲ୍ମସିଟି ମୁଖ୍ୟାଳୟରେ ରାମୋଜୀ ରାଓଙ୍କ ଶେଷ ଦର୍ଶନ, ଦେଖନ୍ତୁ LIVE - RAMOJI RAO PASSES AWAY

ଆଜି ଭୋର ତାଙ୍କର ଦେହାନ୍ତ ହେବା ପରେ ସକାଳୁ ପାର୍ଥିବ ଶୀରର ହାଇଦ୍ରାବାଦ ସ୍ଥିତ ଫିଲ୍ମ ସିଟିର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନେତା, ଅଭିନେତା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଫିଲ୍ମ ସିଟିରେ ପହଞ୍ଚି ରାଓଙ୍କ ଶେଷ ଦର୍ଶନ କରୁଛନ୍ତି । ଫିଲ୍ମସିଟିରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ଆସନ୍ତାକାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2024, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.