ETV Bharat / bharat

ସମୀର ୱାଙ୍ଖେଡ଼େଙ୍କ ବିରୋଧରେ ଇଡି ମାମଲା, ମନି ଲଣ୍ଡରିଂର ହେବ ଯାଞ୍ଚ - ସମୀର ୱାଙ୍ଖେଡେ ଇଡି ମାମଲା

ED Files Case Against Sameer Wankhede: ସମୀର ୱାଙ୍ଖେଡ଼େଙ୍କ ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ,

ସମୀର ୱାଙ୍ଖେଡେ
ସମୀର ୱାଙ୍ଖେଡେ
author img

By ETV Bharat Odisha Team

Published : Feb 10, 2024, 12:45 PM IST

ନୂଆଦିଲ୍ଲୀ: ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ବିବାଦ । ଆଜି(ଶନିବାର) ସମୀର ୱାଙ୍ଖଡେଙ୍କ ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। PMLA ଆକ୍ଟ ଅନୁସାରେ ଏହି ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତିଙ୍କୁ ଇଡି ସମନ ଜାରି କରିଥିବା ବେଳେ ମନି ଲଣ୍ଡରିଂ କେସରେ ପଚରାଉଚରା କରିପାରେ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ଯେଉଁମାନଙ୍କ ନିକଟକୁ ସମନ ପଠାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ଏନସିବି ସହିତ ଜଡିତ ରହିଥିବା ସୂଚନା ରହିଛି । ତେବେ ଅନେକ ବ୍ୟକ୍ତିବିଶେଷଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି କାର୍ଯ୍ୟାଳୟକୁ ଡକାଯାଇଛି । କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଖାନ ଗିରଫ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େ ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖଙ୍କ ପରିବାରକୁ ସମୀର ଓ୍ବଙ୍ଖଡେ ମାଗିଥିଲେ 25 କୋଟି ! ମାମଲା ରୁଜୁ କଲା CBI

ସୂଚନା ଅନୁସାରେ, 2021 ଅକ୍ଟୋବରରେ ଏକ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ଅଭିଯୋଗରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନଙ୍କୁ ଗିରଫ କରିଥିଲା ଏନସିବି ଟିମ । ମାମଲାର ତଦନ୍ତ କରୁଥିବା ତତ୍କାଳୀନ ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େ ଶାହାରୁଖଙ୍କ ପରିବାର ନିକଟରୁ 25 କୋଟି ଟଙ୍କା ଦାବି କରିଥିବା ନେଇ ଅଭିଯୋଗ କରିଥିଲେ । ଟଙ୍କା ନଦେଲେ ଆର୍ଯ୍ୟାନଙ୍କ ବିରୋଧରେ ନାର୍କୋଟିକ୍ସ ମାମଲାରେ ଚାର୍ଜଫ୍ରେମ କରାଯିବା ନେଇ ସେ ଧମକ ମଧ୍ୟ ଦେଇଥିଲେ । ଏହି ମାମଲାରେ ଓ୍ବାଙ୍ଖଡ଼େ ଓ ଆଶିଷ ରଞ୍ଜନ ନାମକ ଅନ୍ୟ ଜଣେ ଅଧିକାରୀ ଏହି ଅର୍ଥରାଶି ଦାବି କରିଥିଲେ । ଏହି ଏତଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମୋଟ 5 ଅଧିକାରୀ ଓ ସାକ୍ଷୀଙ୍କ ନାମ ଉଲ୍ଲେଖ କରିଥିଲେ । ସମୀର ଓ୍ବାଙ୍ଖଡ଼େ, ଆଶିଷ ରଞ୍ଜନ, ବିଶ୍ବବିଜୟ ସିଂ, କେପି ଗୋସାଭୀ ଓ ତାର ସହଯୋଗୀ ସାଲଭିଲେ ଡିସୌଜାଙ୍କ ନାମ ରହିଥିଲା । ମାମଲା ଦାୟର କରିବା ପରେ ସିବିଆଇ 29ଟି ସ୍ଥାନରେ ଚଢାଉ କରିଥିଲା । ଏନେଇ ସିବିଆଇ ମାମଲା କରିବା ପରେ ଏହାକୁ ରବ୍ଦ କରିବା ପାଇଁ ୱାଙ୍ଖଡେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ଅଧିନରେ ଆଜି ମାମଲା ଦାୟର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.