ETV Bharat / bharat

ଲାଲୁଙ୍କ ଘନିଷ୍ଠ ନେତା ସୁଭାଷ ଯାଦବଙ୍କୁ ଗିରଫ କଲା ଇଡି

author img

By ETV Bharat Odisha Team

Published : Mar 10, 2024, 12:53 PM IST

RJD Leader Subhash Yadav Arrested: ବାଲି ବ୍ୟବସାୟୀ ତଥା ଆର୍‌ଜେଡି ନେତା ସୁଭାଷ ଯାଦବ ଗିରଫ । ଲାଲୁ ଯାଦବଙ୍କ ଘନିଷ୍ଠ କୁହାଯାଉଥିବା ସୁଭାଷଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଗତକାଲି ତାଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ହୋଇଥିଲା ରେଡ୍‌ । ଅଧିକ ପଢ଼ନ୍ତୁ

RJD Leader Subhash Yadav Arrested
ଆର୍‌ଜେଡି ନେତା ସୁଭାଷ ଯାଦବ ଗିରଫ

ପାଟନା (ବିହାର): ଆରଜେଡି ନେତା ସୁଭାଷ ଯାଦବ ଗିରଫ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଯାଦବଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଶନିବାର ଦିନସାରା ରେଡ୍‌ ପରେ ସୁଭାଷ ଯାଦବଙ୍କୁ ଗିରଫ କରିଛି ଇଡି । ତାଙ୍କୁ ଆଜି (ରବିବାର) ସକାଳେ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ନ୍ୟାୟିକ ହେପାଜତରେ ବେଉର ଜେଲକୁ ପଠାଇ ଦିଆଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ଆର୍‌ଜେଡିର ବରିଷ୍ଠ ନେତାଙ୍କ ଗିରଫଦାରୀ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।

ରେଡ୍‌ ବେଳେ ଜବତ ହୋଇଥିଲା ୨ କୋଟି ନଗଦ ଟଙ୍କା: ଗତକାଲି (ଶନିବାର) ଦିନ ତମାମ ସୁଭାଷ ଯାଦବଙ୍କ ଏକାଧିକ ଠିକଣାରେ ରେଡ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ରେଡ୍‌ ବେଳେ ପାଟନାରେ ଥିବା ଦାନାପୁରସ୍ଥିତ ଘରୁ ୨ କୋଟି ନଗଦ ଟଙ୍କା ଜବତ କରିଥିଲା ଇଡି । ଏହା ସହିତ ବିପୁଳ ସମ୍ପତ୍ତି ସହ ଜଡିତ ଅନେକ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଥିଲା ।

କ'ଣ ପଇଁ ହୋଇଥିଲା ଚଢ଼ାଉ ?: ଆର୍‌ଜେଡି ନେତା ସୁଭାଷ ଯାଦବ 'ବ୍ରଡସନ୍ସ ଲିମିଟେଡ୍‌' କମ୍ପାନୀର ନିର୍ଦ୍ଦେଶକ ଥିବା କୁହାଯାଉଛି । ବାଲି ଚୋରା ଚାଲାଣକୁ ନେଇ ଏହି କମ୍ପାନୀ ବିରୋଧରେ ୨୫୦ କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ରହିଛି । ଏନେଇ ଦାନାପୁରସ୍ଥିତ ତାଙ୍କ ବାସଭବନ ବ୍ୟତୀତ ନାସରିଗଞ୍ଜ, ଶାହପୁର, ଯଦୁବଂଶୀ ନଗର, ମନେରରେ ହଲଦି ଛପ୍ରା ଏବଂ ପାଟନାରେ ଗୋଲା ରୋଡ ଓ ବୋରିଂ କେନାଲ ରୋଡସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଗତକାଲି (ଶନିବାର) ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଇଡିର ଚଢ଼ାଉ ଜାରି ରହିଥିଲା । ଏହା ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥା ଚଢ଼ାଉ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ ଆଶ୍ବସ୍ତି; ରାବ୍ରି ଦେବୀ ଏବଂ ୨ ଝିଅଙ୍କୁ ଅନ୍ତରୀଣ ଜାମିନ

ଲାଲୁ ଯାଦବଙ୍କ ଘନିଷ୍ଠ ସୁଭାଷ: ବାଲି ବ୍ୟବସାୟରେ ସଂଶ୍ଳିଷ୍ଟ ସୁଭାଷ ଯାଦବଙ୍କୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ ଭାବେ ବିବେଚନା କରାଯାଏ । ସେ ୨୦୧୯ ସାଧାରଣ ନିର୍ବାଚନରେ ଝାଡ଼ଖଣ୍ଡର ଚତରା ଲୋକସଭା ଆସନରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ । ହେଲେ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁନୀଲ କୁମାର ସିଂହ ୫,୨୮,୦୭୭ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଯାଦବ ୧,୫୦,୨୦୬ ଭୋଟ ପାଇ ଦ୍ବିତୀୟରେ ରହିଥିବାବେଳେ ସୁଭାଷ ୮୩,୪୨୫ ଭୋଟ ପାଇ ୩ୟରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.